ହେଡଲାଇନସ୍:

ନିର୍ବାଚନ ପ୍ରଚାରରେ ବର୍ଷାଙ୍କର ଆଖିରେ ଲୁହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିଜ ନାମରେ ହେଉଥିବା ଅପପ୍ରଚାର ରେ କାନ୍ଦି ପକାଇଲେ ବର୍ଷା

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରଚାର । ଏହି କ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ମଧ୍ୟ ନିଜ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଗତ କାଲି ମାଁ ବିନ୍ଧ୍ୟାବାସିନୀ ଙ୍କର ଆଶୀର୍ବାଦ ନେବା ପରେ ପ୍ରଥମେ ପଦ୍ମପୁର ନିଜ ପଡ଼ାରେ ଘରକୁଘର ଯାଇ ଭୋଟ ଭିକ୍ଷା କରିଥିଲେ ବର୍ଷା । ଜଣେ ଉଚ୍ଚ ଶିକ୍ଷିତ ମହିଳା ସ୍ବର୍ଗତ ବିଜୟ ବାବୁ ଙ୍କର ବଡ଼ ଝିଅ ବର୍ଷାର ପ୍ରଚାର ସମୟରେ ପଡା ର ସବୁ ଘରେ ମହିଳା ମାନେ ସ୍ୱାଗତ ପାଇଁ ଦୀପ ଓ କଳସ ସ୍ଥାପନ କରି ବର୍ଷା ଙ୍କୁ କୁଣ୍ଡେଇ ପକାଉଥିଲେ ।
ସେହିଭଳି ଆଜି ବର୍ଷା ପବିତ୍ର ପୁଣ୍ୟପୀଠ ଦେବଦର୍ହା କୁ ଯାଇ ବାବା ଙ୍କୁ ଦର୍ଶନ କରିଥିଲେ ଓ ଏହାପରେ ପାଇକମାଲ ବ୍ଲକ ର ଲଖମରା , ଚରଦାପାଲି , ଓ ସାରେଇକେଲ ପଞ୍ଚାୟତ ର ବିଭିନ୍ନ ଗ୍ରାଁ କୁ ଯାଇ ପ୍ରଚାର ଜରିଥିଲେ । ସାରେଇକେଲ ଗ୍ରାମପଞ୍ଚାୟତ ର ବୈତାଲଭଟା ଗ୍ରାମରେ ବର୍ଷ ଷ୍ଟେଜ ଉପରେ ଅତି ଭାବୁକ ହୋଇ କାନ୍ଦି ପକାଇଥିଲେ । ବିରୋଧୀ ମାନେ ପଦ୍ମପୁର ର ବିକାଶ କୁ ମୁଦ୍ଦା ନ କରି ତାଙ୍କୁ ବ୍ୟକ୍ତିଗତ ଭାବରେ ଟାର୍ଗେଟ କରୁଥିବାରୁ ଓ ସେ ଅନ୍ୟ ଆଡେ ପଳେଇ ଯିବେ ବୋଲି ପ୍ରଚାର କରୁଥିବାରୁ ସେ ଅତ୍ୟନ୍ତ ମର୍ମାହତ ହୋଇ ନିଜର କୋହ ସମ୍ଭାକି ପାରି ନଥିଲେ । ପୂର୍ବରୁ ମଧ୍ୟ ବର୍ଷା କହିଥିଲେ ଯେ ସେ କୁଆଡେ ଜ8ବେ ନାହିଁ ଏଇ ନିଜ ଜନ୍ମମାଟି ପଦ୍ମପୁର ରେ ରହି ଲୋକଙ୍କ ସେବା କରିବେ ବୋଲି । ଆଜି ପୁଣିଥରେ ସେ କାନ୍ଦି କାନ୍ଦି ଲୋକଙ୍କୁ ଏ କଥା କହିଛନ୍ତି । ବର୍ଷା ଙ୍କର କାନ୍ଦ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କର ଆଖିରେ ଲୁହ ଭରିଦେଇଥିଲା । ବର୍ଷାଙ୍କର ଭାବାବେଗ ପୂର୍ଣ ନିବେଦନ ଲୋକଙ୍କ ହୃଦୟକୁ ବେଶ ଆନ୍ଦୋଳିତ କରିଥିବା ଦେଖିବାକୁ ମିଳିଛି ।

0
0
0
s2sdefault