-
ତିନି ଜଣ କଲେ 4 ସେଟ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ
-
ବିଜେଡି ସହିତ ଜଣେ ସ୍ୱାଧୀନ ମହିଳା ପ୍ରାର୍ଥୀ
ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ତାରିଖ ଥିବା ବେଳ ଆଜି ଗୋଟିଏ ଦିନରେ ମୋଟ 13 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଏହି ପ୍ରାର୍ଥୀ ମାନଙ୍କ ମଧ୍ୟରେ କେବଳ ବିଜୁ ଜନତା ଦଳ ନିର୍ବାଚନ ରେ ମହିଳା ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ରୁ ଶ୍ରୀ ସତ୍ୟ ଭୂଷଣ ସାହୁ , ବିଜେପି ରୁ ଶ୍ରୀ ପ୍ରଦୀପ ପୁରୋହିତ , ଅଖିଳ ଭାରତୀୟ ହିନ୍ଦୁ ମହାସଭା ତରଫରୁ ବିଦ୍ୟାଧର ପାଣ୍ଡବ , ଓଡିଶା ଜନତା ପାର୍ଟି ତରଫରୁ ମୁକ୍ତେଶ୍ଵର ଦାସ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳ ଅନ୍ୟ ଆଠ ଜଣ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି । ଏହି ଉପନିର୍ବାଚନରେ ବିଜେଡି ର ବର୍ଷା ରାଣୀ ସିଂ ବରିହା ଙ୍କର ସମେତ ସ୍ୱାଧୀନ ପ୍ରାର୍ଥୀ ଭାବରେ ବିଜେପି ର ଜଣେ ଟାଣୁଆ ନାରୀନେତ୍ରୀ ରେବତୀ ଗିରି ମଧ୍ୟ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି, ବିଜେଡି ଓ କଂଗ୍ରସ ପ୍ରାର୍ଥୀ ମାନେ ଚାରି ସେଟ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀ ଗୋଟିଏ ଲେଖାଏଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଉପଜିଲ୍ଲାପାଳଙ୍କ ଅଫିସ ତରଫରୁ ସୂଚନା ରହିଛି ।