ବରଗଡ :- ଆଜି ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଦୀପ ପୁରୋହିତ , ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ଦଳୀୟ ସମ୍ମର୍ଥକ ଙ୍କର ସହିତ ପଦ୍ମପୁର ଉପଜିଲ୍ଲାପାଳ ଙ୍କର ଅଫିସ କୁ ନାମଙ୍କନ ଦାଖଲ କରିବା ପାଇଁ ଯାଉଥିବା ସମୟରେ ଜିନ୍ଦାବାଦ ନାରା ର ସ୍ଲୋଗାନ ମଧ୍ୟରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଉପସ୍ଥିତ ସମସ୍ତ ଗଣମାଧ୍ୟମ ଓ ଲୋକଙ୍କୁ ଆକୃଷ୍ଟ କରିବା ସହିତ ସମାଲୋଚନା ପାଇଁ ବେଶ ଖୋରାକ ଯୋଗାଇଛି । ଏହି ଘଟଣାର ଭିଡିଓ ବର୍ତମାନ ଏ ଫୋନ ରୁ ସେ ଫୋନ ଦେଇ ପୁରା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟି ଗଲାଣି । ବୋଧହୁଏ ଏହା ଆଜି ଦିନର ସବୁଠାରୁ ବେଶୀ ଆଦୃତ ହୋଇଥିବା ଭିଡିଓ ନିଶ୍ଚୟ । ଏପଟେ ବିଜେପି ରେଳିରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଚାଲିଥିବା ବେଳେ ଅନ୍ୟପଟେ ଝାରବନ୍ଧ ଅଂଚଳର ବହୁତ ବିଜେପିର ନେତା ମାନେ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ବିଜୁ ଜନତା ଦଳର ସୁପ୍ରିମୋ ତଥା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତି ରେ ଅନୁପ୍ରାଣିତ ହୋଇ ଝାରବନ୍ଧର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ କୁମୋଦିନି ସାହୁ,ବିଜେପି ର ସୁସଂଗଠକ ତଥା ବରିଷ୍ଠ ନେତା ଶ୍ରୀ ଜୟ ନିଗମ, ଶ୍ରୀ ନୀଳମଣି ବାଗ, ଶ୍ରୀ କୌରବ ପ୍ରଧାନ, ହେମାଲି ସଭାପତି ଶାନ୍ତି ପ୍ରଧାନ, ଏକଜେକ୍ୟୁଟିଭ ମେମ୍ବର ଶ୍ରୀ ଧନୁର୍ଜ ମିର୍ଦ୍ଧା, ବିଜେପି ଯୁବ ସଂଗଠକ ଶ୍ରୀ କୁମୋଦ ସାହୁ ତଥା ସମି ଅଗ୍ରୱାଲ ଏବଂ ଆରତୀ ସାହୁ ବିଜେପି ଦଳ ପରିତ୍ୟାଗ କରି ଆଜି ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂହ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସାଧୁ ନେପାକ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌର ହରି ମିଶ୍ର ଓ ରାଜ୍ୟ ସଂପାଦକ ଶ୍ରୀ ରାଜୁ ଘୀବେଲାଙ୍କ ଉପସ୍ଥିତି ରେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି | ଏହି ପରିପ୍ରେକ୍ଷୀରେ ଶ୍ରୀମୟୀ ମିଶ୍ର, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଓ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମଧ୍ୟ ଉପସ୍ଥିତ ରହି ଆଜି ଯୋଗଦାନ କରିଥିବା ସମସ୍ତ ସଭ୍ୟ ଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ ।
ରାଜ୍ୟ
ଏପଟେ ବିଜେପି ରାଲିରେ ନବୀନ ଜିନ୍ଦାବାଦ ସେପଟେ ବିଜେପି କର୍ମୀଙ୍କର ବିଜେଡିରେ ଯୋଗଦାନ
- Hits: 2250