ଜାମସେଠ ଠାରେ ବିଜୁ ଜନତା ଦଳର ନିର୍ବାଚନ ଅଫିସର ଉଦଘାଟନ
ବରଗଡ :- ଆଜି ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ବର୍ଷା ସିଂ ବରିହା ଙ୍କର ପ୍ରାର୍ଥୀ ପତ୍ର ଦାଖଲ ପରେ ଦଳୀୟ କର୍ମୀ , ଓ ନେତା ମାନଙ୍କ ମଧ୍ୟରେ ନିର୍ବାଚନ ପାଇଁ ଅଧିକ ଜୋସ ଦେଖିବାକୁ ମୁଳୁଛି । ପାଇକମାଲ ଯୋନ ଏକ ଅଂଚଳରେ ଦଳ ତରଫରୁ ନିର୍ବାଚନ ପରିଚାଳନା ଦାଇତ୍ଵରେ ଥିବା ବରିଷ୍ଠ ନେତୃ ମଣ୍ଡଳୀ ଙ୍କର ମଜବୁତ ନେତୃତ୍ୱରେ କର୍ମୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପରିଲକ୍ଷିତ ହେଉଛି । ବିଭିନ୍ନ ସ୍ଥାନରେ କର୍ମୀ ମାନଙ୍କ ଜୋସ ବିଜୁ ଜନତା ଦଳ ପ୍ରତି ତାଙ୍କର ଅସ୍ଥା ଓ ବିଶ୍ୱାସ କୁ ସୂଚାଇ ଦେଉଛି । ଶୃଙ୍ଖଳିତ ଭାବରେ ନିର୍ବାଚନ ପରିଚାଳନା ପାଇଁ ଅନେକ ସ୍ଥାନରେ ଦଳର ନିର୍ବାଚନ ଅଫିସ ଖୋଲା ଯାଉଛି ।
ଏହି କ୍ରମରେ ଆଜି ପାଇକମାଲ ଯୋନ ଏକ ର ଜାମସେଠ ଗ୍ରାମରେ ଆଗାମୀ ଡ଼ିସେମ୍ବର ୫ ତାରିଖରେ ହେବାକୁ ଥିବା ଉପ ନିର୍ବାଚନ ନିମନ୍ତେ ବିଜୁ ଜନତା ଦଳର ନୂତନ କାର୍ଯ୍ୟଳୟ ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନ ଅବସରରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ,ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୟାଗଡ଼ ଡଃ ଅରୁଣ କୁମାର ସାହୁ, ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନ, ଜାମସେଠ ଗ୍ରାମ ପଞ୍ଚାୟତ ସରପଞ୍ଚ , ଅନେକ ବରିଷ୍ଠ ଦଳୀୟ କର୍ମୀ ଯୋଗ ଦେଇଥିଲେ।