ନାଉଗାଁ /ପ୍ରିତିରଞ୍ଜନ ଦାସ :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ସ୍ଥିତ ନାଉଗାଁ ହାଟ କାଦମ୍ବିନୀ ମଣ୍ଡପ ଠାରେ ପ୍ରାଣୀ ଚିକିତ୍ସାଳୟ ଆନୁକୂଲ୍ୟରେ କୁକୁଡା ପାଳନ କରୁଥିବା ଚାଷୀ ମାନଙ୍କୁ ନେଇ ଏକ ତିନି ଦିବାସୀୟ ତାଲିମ ଶିବିର ତା -୧୭,୧୧,୨୦୨୨ ରିଖ ଗୁରୁବାର ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ଏହି ଶିବିର ରେ ୨୦ ଜଣ ଚାଷୀ ଭାଗ ନେଇଥିଲେ |ଏହି କାର୍ଯ୍ୟକ୍ରମ କୁ ବିଡ଼ିଓ ଶ୍ରୀମତୀ ରଶ୍ମିରେଖା ମଲ୍ଲିକ, ଜୋନ ୧ନଂ ଜିଲ୍ଲା ପରିଷଦ ଶ୍ରୀମତୀ ଅମିତା ସ୍ୱାଇଁ ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରାଜା ଉଦୟଭାନୁ ରାଉତ ଉଦ୍ଘାଟନ କରିଥିଲେ |ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଶୁଭେନ୍ଦୁ ରଞ୍ଜନ ସେଠି ଓ ଡ଼ଃ ଭି ସୁନୈନା ଶିବାନୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଏଥିରେ ପ୍ରାଣୀଧୀନ ନିରୀକ୍ଷକ ସଂଗ୍ରାମ ରାଉତ ଓ ସଚ୍ଚିଦାନନ୍ଦ ପଥଲ ସହଯୋଗ କରିଥିଲେ |ବାଲିକୁଦା ବ୍ଲକ ର ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ସଂଯୁକ୍ତା ଦେବୀ ଓ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ବନଜ କାନ୍ତ ପତି ଚାଷୀ ମାନଙ୍କୁ ତାଲିମ ଦେଇଥିଲେ | ଅଧିକ ବ୍ୟବହାରିକ ଜ୍ଞାନ ନିମନ୍ତେ ୨୦ ଜଣ ଚାଷୀଙ୍କୁ ବାଲିକୁଦା ବ୍ଲକ ସ୍ଥିତ ୧୦୦୦୦ ବିଶିଷ୍ଟ କୁକୁଡ଼ା ଫାର୍ମ କୁ ବୁଲାଇ ନେବା ପାଇଁ ବ୍ୟବସ୍ଥା କରାଯାଇଥିଲା |
ରାଜ୍ୟ
ଦକ୍ଷତା ବୃଦ୍ଧି ତାଲିମ ଶିବିର କୁକୁଡ଼ା ପାଳନ
- Hits: 433