ହେଡଲାଇନସ୍:

ନାମାଙ୍କନ ଦାଖଲ ପରେ ମାଁ ବିନ୍ଧ୍ୟାବାସିନୀଙ୍କୁ ଦର୍ଶନ କଲେ ବର୍ଷା : ଆଜିଠୁ ବିଧିବଦ୍ଧ ପ୍ରଚାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନମାଙ୍କନ ପତ୍ର ଦାଖଲ ଜରିବା ପରେ ବର୍ଷା ରାଣୀ ସିଂ ବାରିହା ତାଙ୍କର ଇଷ୍ଟଦେବୀ ମାଁ ବିନ୍ଧ୍ୟାବାସିନୀ ଙ୍କର ମନ୍ଦିର କୁ ଯାଇ ମାଁ ଙ୍କର ଦର୍ଶନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଆଜି ନାମଙ୍କନ ଦାଖଲ ପୁର୍ବେରୁ ବର୍ଷା ନିଜର ସାନ ଭାଇ ଭୋଜରାଜ ସିଂ ବରିହା ଙ୍କର ସହିତ ମାଣ୍ଡୋସିଲ ନିକଟରେ ଥିବା ବାବା ବୁଢାରାଜା ଙ୍କର ପବିତ୍ର ଦର୍ଶନ ଲାଭ କରିଥିଲେ । ଆଜି ନୃସିଂହନାଥ ପରିସର ରେ ଥିବା ମାଁ ବିନ୍ଧ୍ୟାବାସିନୀ ଙ୍କର ଦର୍ଶନ ସମୟରେ ମନ୍ଦିର ପରିସରରେ ନିଜର ପିତା ଙ୍କର ଦ୍ୱାରା କରାଯାଇଥିବା କାମ ଗୁଡିକୁ ଦେଖି ବର୍ଷା ଭାବ ପ୍ରବଣ ହୋଇ ପଡ଼ିଥିଲେ । ତେବ ଆଜି ପ୍ରଚାର ଆରମ୍ଭ କରିବା ପୂର୍ବରୁ ମାଁ ବିନ୍ଧ୍ୟାବାସିନୀ ଙ୍କର ଦର୍ଶନ କରି ଆଶୀର୍ବାଦ ନେବାକୁ ଆସିଛି ବୋଲି କହିଥିଲେ ବର୍ଷା । ବର୍ଷା ଙ୍କର ସହିତ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ବିଜୁ ଜନତା ଦଳର ମହିଳା ସଭାପତି ଶ୍ରୀମତୀ ସ୍ବେହାଙ୍ଗିନୀ ଛୁରିଆ , ଶ୍ରୀମୟୀ ମିଶ୍ର , ପାଇକମାଲ ଓ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault