ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଶ୍ରାମପାଟଣା ବିଜୁପଟ୍ଟନାୟକ କଲେଜରେ ଅଣ ଛାତ୍ରଙ୍କ ମାଡ଼ରେ ଛାତ୍ର ଦେବାଶିଷ ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି l ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିଛି। ଦେବାଶିଷ କ୍ଳାସ୍ କରି ବାହାରୁଥିବା ସମୟରେ ସେଠାରେ ମଦ୍ୟପାନ କରି ଉତ୍ପାତ କରୁଥିବା ଅଣଛାତ୍ରୀ ମାନେ ତାଙ୍କ ଦେହରେ ପିଟି ହୋଇଥିଲେ l
ଦେବାଶିଷ ବିରୋଧ କରିବାରୁ ତାଙ୍କୁ ୫ରୁ ଅଧିକ ପିଲା ଅତର୍କିତ ଆକ୍ରମଣ କରିଥିଲେ l ଯେଉଁଥିରେ ଦେବାଶିଷ ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବା ସହ ଆଖିରେମଧ୍ୟ କ୍ଷତ ହୋଇଛି l ଆସନ୍ତାକାଲି ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯିବ ବୋଲି ଜଣା ପଡିଛି l ଏହି ଘଟଣା ପରେ ଆକ୍ରମଣକାରୀମାନେ କ୍ୟାମ୍ପସରୁ ଫେରାର ହୋଇଯାଇଥିଲେ l ସେମାନଙ୍କ ମଧ୍ୟରୁ ୩ ଜଣ ନୂଆପାଟଣା ଅଂଚଳର ବୋଲି ଜଣା ପଡୁଛି l ପୋଲିସ ମାମଲାରୁ ରୁଜୁ କରିପ୍ରାଥମିକ ତଦନ୍ତ ଆରମ୍ଭ କରିଛି l ଘଟଣା କ୍ୟାମ୍ପାସ ଭିତରେ ଘଟିନଥିବା କର୍ତ୍ତ୍ତୃପକ୍ଷ କହିଛନ୍ତି l କିନ୍ତୁ ଭିଡିଓ ରେକଡିଂ ରୁ କଲେଜ ଭିତରେ ଘଟିଥିବା ପୋଲିସ ଜାଣିବାକୁ ପାଇଛି l ପୋଲିସ କୋଳତାଡ଼ କରାଇ ଅଭିଯୁକ୍ତମାନଙ୍କୁ ଖୋଜୁଛି l
ରାଜ୍ୟ
ଆଶ୍ରାମପାଟଣା ବିଜୁପଟ୍ଟନାୟକକଲେଜରେ ଅଣ ଛାତ୍ରଙ୍କ ଆତଙ୍କ
- Hits: 499