ହେଡଲାଇନସ୍:

ଅଙ୍ଗନବାଡି କର୍ମୀଂକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି..... ଏପଟେ ବିଜେପି ମହିଳା ମୋର୍ଚାର ଆନ୍ଦୋଳନ, ସେପଟେ ଅଙ୍ଗନବାଡି କର୍ମୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ଅଙ୍ଗନବାଡି କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପାରିଶ୍ରମିକ ବୃଦଧି ଓ ଅନ୍ୟାନ୍ୟ  ସାମାଜିକ ନିରାପତ୍ତା ବିଷୟ ଭିଗୋସେନକରିବା ପରେ ବହୁ ସଂଖ୍ୟକ ଅଙ୍ଗନବାଡି କର୍ମଚାରି ଆନ୍ଦୋଳନ ଛାଡି ନିଜ ନିଜ ଅଂଚଳକୁ ଚାଲିଯାଇଥିବା ବେଳେ ବିଜେପି ସମର୍ଥିତ ଗୋଟିଏ ଗୋଷ୍ଠୀର ଆନ୍ଦୋଳନ ଜାରି ରହିଛି ।.ତେଣୁ ଆନ୍ଦୋଳନରତ ଆଙ୍ଗନବାଡି କର୍ମୀଙ୍କ ସମର୍ଥନରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚା ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଫିସ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ସ୍ମାରତ ପତ୍ର ଦେବ । ଅନ୍ୟପକ୍ଷରେ ହଜାର ହଜାର ସଂଖ୍ୟା ରେ ଅଙ୍ଗନବାଡି କର୍ମଚାରୀ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ପ୍ରମୁଖ ଦାବି ଗୁଡିକୁ ମାନି ନେଇଥିବା ଯୋଗୁ କୃତଜ୍ଞତା ଜଣାଉଛନ୍ତି ।

ବିଜେପି ମହିଳା ମୋର୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଛତିଶ ଦିନ ପରେ ଖୋଲା ଆକାଶ ତଳେ ଆଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ଓ ମୁଖ୍ୟମନ୍ତ୍ରୀଙ୍କ ସମୁଦ୍ରକୁ ଶଂଖେ ଘୋଷଣା ପରେ ବି ଆନ୍ଦୋଳନ ଚାଲୁ ରହିଥିବା ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ବନ୍ଧରେ ତଥା ଗଣତାନ୍ତ୍ରିକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାରଙ୍କ ଚଂଚକତାପୂର୍ଣ କାର୍ୟ୍ୟକ୍ରମ ସମ୍ବନ୍ଧରେ ପ୍ରତିବାଦ ଜାରି ରହିବ ବୋଲି ବିଜେପି ମହିଳା ମୋର୍ଚା ପକ୍ଷରୁ କୁହ ହାଇଛି । 

 ସୂଚନାଯୋଗ୍ୟ ଯେ , ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି ଓ ସହାୟିକା ସଂଘ , ପଶ୍ଚିମ ଓଡିଶା ସହାୟିକା ସଂଘ ଏବଂ ସିଟୁ ସହବନ୍ଧିତ ଓଡିଶା ଅଙ୍ଗନବାଡି କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିବା ଘୋଷଣା କରିଛନ୍ତ । ତେଣୁ ଏହି ଗୋଷ୍ଠି ଗୁଡିକର ସମର୍ଥନ ପରେ ବାଧ୍ୟ ହୋଇ ଆଲୋଚନାକୁ ଯାଇନଥିବା  ଅଙ୍ଗନବାଡି କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା  । ଯେତେବେଳେ ଅନ୍ୟ ଅଙ୍ଗନବାଡି କମୀଙ୍କ ମାନଙ୍କକ ମଧ୍ୟରୁ ଅନେକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଧାରଣାସ୍ଥଳ ଛାଡି ଚାଲିଯାଇଥିଲେ ।   

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ୪୦୦୦ ଟଙ୍କାରୁ ୬୦୦୦ ଟଙ୍କା, ମିନି ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ୨୭୫୦ ଟଙ୍କାରୁ ୪୧୨୫ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟିକାମାନଙ୍କ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଗଲା । ମହିଳା ଓ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ହିତ ପାଇଁ ଯତ୍ନବାନ ଅଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଉପରୋକ୍ତ ଘୋଷଣା କରିଥିଲେ  ।  ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ଅକ୍ଷମତା ପାଇଁ ସେମାନଙ୍କୁ ବୀମାଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।  ଏଥିପାଇଁ ପ୍ରିମିୟମ ପରିମାଣ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଥିଲେ  । ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି  ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

0
0
0
s2sdefault