ଭାରତ ସରକାରଙ୍କ ୪ଟି ମନ୍ତ୍ରଣାଳୟର ପ୍ରଥମ ‘ଭର୍ଚ୍ଚୁଆଲ ବିଶ୍ୱ ଦକ୍ଷତା ସମ୍ମିଳନୀ’ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭାରତୀୟ କୁଶଳୀ ମାନବ ସମ୍ବଳକୁ ବିଦେଶରେ ଅଧିକ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତବର୍ଷର କୁଶଳୀ ମାନବ ସମ୍ବଳକୁ ବିଦେଶରେ ଅଧିକ ସୁଯୋଗ ପ୍ରଦାନ କରିବା ଦିଗରେ ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ମିଳିତ ଭାବେ ୧୦ଟି ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତଙ୍କ ସହ ‘ପ୍ରଥମ ଭର୍ଚ୍ଚୁଆଲ ବିଶ୍ୱ ଦକ୍ଷତା ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ସହ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦେଶର କୌଶଳ ଆବଶ୍ୟକତା ଓ ଭାରତରେ ଉପଲବ୍ଧ ଥିବା କୁଶଳୀ ମାନବ ସମ୍ବଳର ତଥ୍ୟ ଆଦାନପ୍ରଦାନ କରିବା ଦିଗରେ ଏକ ମଜଭୂତ୍ ବ୍ୟବସ୍ଥା ସ୍ଥାପନା କରିବା ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ୱାନ ଗଭର୍ଣ୍ଣମେଣ୍ଟ, ଓ୍ୱାନ ମିଶନ ଆଭିମୁଖ୍ୟରେ ବୈଶ୍ୱିକ ସ୍ତରରେ ଥିବା ସୁଯୋଗକୁ ଚିହ୍ନଟ କରିବା, ଏକ ସୁଦୃଢ଼ ନୀତିଗତ ଢାଞ୍ଚା ପ୍ରସ୍ତୁତ କରିବା ବୈଶ୍ୱିକ ସ୍ତରର ବେଞ୍ଚମାର୍କ ଏବଂ ଦକ୍ଷ ମାନବ ସମ୍ବଳକୁ ସୁଯୋଗ ପ୍ରଦାନ କରିବା ଦିଗରେ ଫଳପ୍ରଦ ଆଲୋଚନା ହୋଇଥିଲା ।
ସେ କହିଛନ୍ତି ଶିଳ୍ପ ବିପ୍ଳବ ୪.୦ ବିଶ୍ୱରେ ଅନେକ ସୁଯୋଗ ସୃଷ୍ଟି କରିଛି । ଦେଶର ଯୁବପିଢିଙ୍କୁ ଉଚ୍ଚକୋଟୀର ଦକ୍ଷତା ପ୍ରଦାନ କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଦ୍ୱାରା ବିଶ୍ୱରେ ଭାରତ ସ୍କିଲ୍ କ୍ୟାପିଟାଲ ଭାବରେ ଉଭା ହେଉଛି । ସରକାରୀ-ବେସରକାରୀ ସହଭାଗୀତା, ବହୁମୁଖୀ ମନ୍ତ୍ରଣାଳୟ ଆଭିମୁଖ୍ୟ, ସ୍ୱଚ୍ଛ ନୀତି ଢାଞ୍ଚା ମାଧ୍ୟମରେ ଭାରତ ସରକାର କୁଶଳୀ ଭାରତୀୟଙ୍କୁ ସ୍ୱଳ୍ପ ଓ ଦୀର୍ଘମିଆଦି ଯୋଜନା ଦ୍ୱାରା ବୈଶ୍ୱିକ ସୁଯୋଗ ପ୍ରଦାନ କରିବା ପାଇଁ ଏକ ସହଯୋଗୀର ଭୂମିକା ନିର୍ବାହ କରିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବାଣିଜ୍ୟ, ପର୍ଯ୍ୟଟନ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦେଇ ବିଶ୍ୱରେ ଥିବା ଦକ୍ଷ ମାନବ ସମ୍ବଳର ଚାହିଦାକୁ ପୂରଣ କରିବାରେ ଭାରତ ପାଖରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ।
ଏହି ବୈଠକରେ ଦକ୍ଷତା ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ରଞ୍ଜନ ସିଂହ, ବୈଦେଶିକ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଭି ମୂରଲିଧରଣ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଜାପାନ, ମାଲେସିଆ, ମୋରିସିୟସ, ସିଙ୍ଗାପୁର, ତାଞ୍ଜାନିଆ, ୟୁଏଇ ଏବଂ ୟୁକେର ଭାରତୀୟ ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ମାନେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଯୋଡି ହୋଇଥିଲେ ।

0
0
0
s2sdefault