ହେଡଲାଇନସ୍:

ଗ୍ୟାସ ଟାଙ୍କି ଫାଟି ଅଙ୍ଗନୱାଡି ଗୃହରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଅଙ୍ଗନୱାଡି ଦିଦି ଓ କୋମଳମତି ଛାତ୍ର ଛାତ୍ରୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) ସରକାର ଛାତ୍ର ଛାତ୍ରୀ ଙ୍କୁ ଉତ୍ତମ ଶିକ୍ଷା ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି l କୋମଳମତି ଶିଶୁଟିଏ ବିଦ୍ୟାଳୟ କୁ ଯିବା ପୂର୍ବ ରୁ ପ୍ରଥମେ ସରକାରୀ ଯୋଜନା ଅନୁଯାୟୀ  ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥାଏ l କିନ୍ତୁ ସେହି ଅଙ୍ଗନୱାଡି କେନ୍ଦ୍ର ରେ ଶିକ୍ଷା ବ୍ୟବସ୍ଥା  ଠାରୁ ଆରମ୍ଭ କରି, ଖେଳ ପଡିଆ, ମଧ୍ୟାହ୍ନ ଭୋଜନ ଖାଇବା ବ୍ୟବସ୍ଥା ଆଦି ସମସ୍ତ ସରକାରୀ ବ୍ୟବସ୍ଥା କେତେ ଯେ ସୁରକ୍ଷିତ ତାହା ଏହି ଗ୍ୟାସ ଟାଙ୍କି ଫାଟିବା ଘଟଣାରୁ ସ୍ପଷ୍ଟ ବାରି ହେଉଛି l ଏହି ଗ୍ୟାସ ଟାଙ୍କି ଫାଟିବା ପରେ ଜଣେ ଅଭିଭାବକ କିପରି ତାହା ପୁଅ ଝିଅ କୁ  ଅଙ୍ଗନୱାଡି କେନ୍ଦ୍ର କୁ ପଠାଇବ ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଳଲିତଗିରି ଗାଁର ଅଙ୍ଗନବାଡ଼ି କେନ୍ଦ୍ର-2 ରେ l ଗ୍ୟାସ ଟାଙ୍କି ଫାଟି  ଅଙ୍ଗନୱାଡି କେନ୍ଦ୍ର ର ଗୃହ ଟି ଜଳିଯାଇଛି, ଅଳ୍ପକେ 15 ରୁ ଅଧିକ କୋମଳମତି ଛାତ୍ର ଛାତ୍ରୀ ଏବଂ  ଅଙ୍ଗନୱାଡି ଦିଦି, ପାଚିକା ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଘଟଣାରୁ ଜଣାପଡିଛି ଅଙ୍ଗନବାଡ଼ିର ପାଚିକା ରୋଷେଇ କରୁଥିବା ସମୟରେ ଗ୍ୟାସରୁ ହଠାତ ନିଆଁ ଜଳି ଉଠିଥିଲା । ନିଆଁ ଦେଖିବା ପରେ ସେ ରୋଷେଇ ଶାଳରୁ ପଳାୟନ କରିଥିଲେ । ତେବେ ଘଟଣା ସ୍ଥଳରେ ନିଆଁ ଜଳିବା ଦେଖି ସହାୟିକା ପିଲାମାନଙ୍କୁ ଘରୁ ବାହାରକୁ ନେଇଆସିଥିଲେ । ଏହାର ଅଳ୍ପ ସମୟପରେ ଟାଙ୍କିଫାଟି ସମ୍ପୂର୍ଣ୍ଣ ଘର ହୁହୁ ହୋଇ ଜଳିଥିଲା ।  ଅଙ୍ଗନୱାଡି ପାଚିକା ଙ୍କ ବିହିତ ବୁଦ୍ଧି ପାଇଁ ଛାତ୍ର ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ l କିନ୍ତୁ ଅଙ୍ଗନବାଡ଼ିରେ କାଗଜପତ୍ର ଭିତରେ ରହିଛି କି ଦିଦି ନେଇଆସିଛନ୍ତି ତାହା ଜଣା ପଡିନାହିଁ । ସ୍ଥାନୀୟ ଲୋକେ ଦମକଳକୁ ଡ଼କାଇ ନିଆଁଲିଭା ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏହି ଘଟଣାର ତଦନ୍ତ ପାଇଁ ଦାବି ହୋଇଛି l

0
0
0
s2sdefault