ହେଡଲାଇନସ୍:

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ପ୍ରଥମ ମାଣ୍ଡିଆ ଦିବସ ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଗଜପତି ଜିଲ୍ଲାରେ ମାଣ୍ଡିଆ ଚାଷ ଏକ ଅର୍ଥକାରୀ ଫସଲ ଓ ଜିଲ୍ଲାର ସମସ୍ତ ବ୍ଲକରେ ମାଣ୍ଡିଆ ଚାଷ ଉନ୍ନତ ମାନର ଚାଷ ହେଉଛି। ଏଣୁ ଚାଷୀ ଭାଇମାନଙ୍କୁ ଅନୁରୋଧ ମାଣ୍ଡିଆ ଚାଷ କରି ଜୀବିକା ଉପାର୍ଜନ କରିବା ସହିତ ଭଲ ଲାଭବାନ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଥିଲେ।
ଏହା ଏକ ପ୍ରୋଟିନ୍ , ଡାଏଟାରୀ ଫାଇବର , ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ । ସେହିପରି ସାରା ରାଜ୍ୟରେ ପାଳନ ହେଉଛି ପ୍ରଥମ ମାଣ୍ଡିଆ ଦିବସ। ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ମାର୍ଗଶୀର ମାସ ପ୍ରଥମ ଗୁରୁବାରକୁ ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।
ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା.ଗିରିଶ କୁମାର ମହାନ୍ତି , ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶ୍ରୀ ସୁରେଶ କୁମାର ପଟ୍ଟନାୟକ ଓ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଡଃ.ସଂଗ୍ରାମ ପରମଗୁରୁ ଏହି ଉତ୍ସବରେ ଯୋଗଦେଇଥିଲ।
ଏହି କାର୍ଯ୍ୟକ୍ରମରେ ପ୍ରଥମ ମାଣ୍ଡିଆ ଦିବସ ପାଳନର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୈଳାସ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥିମାନେ ମାଣ୍ଡିଆ ଚାଷର ପୃଷ୍ଠଭୂମି , ପ୍ରୋଟିନ୍ , ଡାଏଟାରୀ ଫାଇବର , ପୁଷ୍ଟିସାର ଅନେକ ଭିଟାମିନ ରହିଛି ବୋଲି ସମ୍ମାନିତ ଅତିଥିମାନେ ନିଜ ନିଜର ଅଭିଭାଷଣ ରଖିଥିଲେ।
୨୦୧୭-୧୮ଆର୍ଥିକ ବର୍ଷରେ ରାଜ୍ୟ ସରକାର ମିଲେଟ୍ ମିଶନ ଆରମ୍ଭ କରିଥିଲେ। ପ୍ରଥମେ ୭ଟି ଜିଲ୍ଲାର ୩୦ ବ୍ଲକରେ ମିଲେଟ୍ ମିଶନ କାର୍ଯ୍ୟକାରୀ କରାଯାଇଥିଲା। ଏବେ ରାଜ୍ୟର ୧୯ଟି ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ ହେଉଛି।
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ତରଫରୁ ସମସ୍ତଙ୍କୁ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନୁରୋଧ କରିଛନ୍ତି। ଗତ କିଛି ବର୍ଷ ହେବ ଓଡ଼ିଶାରେ ମାଣ୍ଡିଆ ଚାଷ ଏବଂ ବ୍ୟବହାରକୁ ପ୍ରୋତ୍ସାହିତ କରିଆସୁଛି। ଓଡିଶା ସରକାର ୧୯ ଟି ଜିଲ୍ଲାର ୧୪୨ ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହାସହ ରାଜ୍ୟରେ ଏହି ଚାଷକୁ ଓଡିଶା ମିଲେଟ ମିଶନ ଅନ୍ତର୍ଭୁକ୍ତ କରାଯାଇଛି।
ଜିଲ୍ଲା କୃଷି ବିଭାଗ ଦ୍ଵାରା ୫ ଗୋଟି ଷ୍ଟୋଲ ଖୋଲି ଚାଷୀମାନଙ୍କୁ ମଣ୍ଡିଆ କିପରି ବ୍ୟବହାର କରିବେ ତାହା ପ୍ରଦର୍ଶନ କରିଥିଲେ। ମିଳିତ ଜାତିସଂଘ ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବରେ ଘୋଷଣା କରିଛନ୍ତି। ମୋହନା ବ୍ଲକ ସୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ଵାରା ମିଲେଟ୍ ଜଳଖିଆ ପ୍ରସ୍ତୁତ କରି ବିକ୍ରି କରିବା ସହ ମୋହନା ବ୍ଲକର ସନଖଣି ସ୍କୁଲର ୩୨୦ ଛାତ୍ରଛାତ୍ରୀ ମାନଙ୍କୁ ଜଳଖିଆ ଯୋଗାଇବାକୁ ସକ୍ଷମ ହୋଇଛନ୍ତି ଏଣୁ ଏହି ଭିକ୍ଟୋରିଆ ସୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରିଛନ୍ତି।
ସେହିପରି ଜିଲ୍ଲାର ସର୍ବୋତ୍ତମ କୃଷକ ଭାବେ ଶ୍ରୀ ଆୟମନି ଭୂୟାଁ , ଗୁମ୍ମା ବ୍ଲକ ଓ ଶ୍ରୀ ଯାଇଶ୍ୟ ଶବର , ରାୟଗଡ ବ୍ଲକକୁ ସମ୍ମାନିତ କରାଯାଇଅଛି। କାଲୁ ଚରଣ ପାଇକ , ମୋହନା ବ୍ଲକ, ନକୁଳ ବଡ଼ରହିତ , ଆର. ଉଦୟଗିରି ବ୍ଲକ ଓ ଜିକେଲ ମଣ୍ଡଳ ଗୁମ୍ମା ବ୍ଲକଙ୍କ ଚାଷିମାନଙ୍କୁ ସମ୍ମାନିତ କରାଯାଇଥିଲା।
SACAL FA(NGO), ମୋହନା ବ୍ଲକ , CCD FA(NGO) ଗୁମ୍ମା ବ୍ଲକକୁ ଶ୍ରେଷ୍ଠ ସୁବିଧାକାରୀ ଏଜେନ୍ସୀ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା , ପରେ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଜସେବ ଗମାଙ୍ଗ ନିଜ ଭାଷାରେ ଏକ ସୁନ୍ଦର ଗୀତ ଶୁଣାଇ ଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଆରନିଆସ ପ୍ରଧାନ , ସଂଗମିତ୍ରା ପ୍ରଧାନ , ସୁଶ୍ରି ଶୁଭଶ୍ରୀ ପ୍ରିୟଦର୍ଶିନୀ , କେ. ସୁରଜ କୁମାର ପାତ୍ର , ଜିଲ୍ଲା ପରିଚାଳନା ଅଧ୍ୟକ୍ଷ , ମିଲଟ୍ ମିଶନ ସୁଶ୍ରୀ ଦୀପିକା ପାଢ଼ୀ , ଜିଲ୍ଲା ପ୍ରକଳ୍ପ ପରିଚାଳକ, ମିଲଟ ମିଶନ ସ୍ଵାଖି ୟାମିନି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଜିଲ୍ଲା କୃଷି ବିଭାଗର ସମସ୍ତ କର୍ମଚାରୀ ଓ ଜିଲ୍ଲାର ସାତଗୋଟି ବ୍ଲକ ରୁ ୨୫୦ ରୁ ଉର୍ଦ୍ଧ ମାଣ୍ଡିଆ ଚାଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

0
0
0
s2sdefault