ରାଜ୍ୟ ସରକାର ଓ ବୀମା କଂପାନୀଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀକୁଳ ହଇରାଣ: ପ୍ରଦୀପ ପୁରୋହିତ
ଚାଷୀକୁଳ ସ୍ୱାର୍ଥ ବିରୁଦ୍ଧ ଏବଂ ବୀମା କଂପାନୀ ସ୍ୱାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜୁ ଜନତା ଦଳକୁ ସମଗ୍ର ଚାଷୀକୁଳ ଏକାଠି ହୋଇ ଉଚିତ୍ ଜବା୍ବ୍ ଦେବେ
ଭୁବନେଶ୍ୱର : ନିର୍ବାଚନ ଆସିଲେ ଶାସକ ବିଜୁ ଜନତା ଦଳକୁ ରାଜ୍ୟବାସୀଙ୍କ ସ୍ୱାର୍ଥ କଥା ମନେପଡେ । ନିର୍ବାଚନ ବୈତରଣୀ ପାରି ହେବା ପାଇଁ କେତେବେଳେ ମହିଳା ତ ଆଉ କେତେବେଳେ କୃଷକଙ୍କୁ ମୋହରା କରି ଶାସକ ବିଜେଡି ବାରମ୍ବାର ପ୍ରତାରଣା କରିଆସିଛି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବାରମ୍ବାର ଧୋକା ଏବଂ ପ୍ରତାରଣା କରିଆସୁଥିବା ରାଜ୍ୟ ସରକାର ନିଜ ଚାଷୀମାରଣ ନୀତିରୁ ନଜର ହଟାଇବା ପାଇଁ ପୁଣି ଥରେ ଫସଲ ବୀମାର ଡ୍ରାମାବାଜୀ ଆରମ୍ଭ କରିଦେଇଛି । ବୀମା କଂପାନୀ ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲକ୍ଷ ଲକ୍ଷ ଚାଷୀ ଆଜି ଯେତେବେଳେ ନିଜ ନ୍ୟାର୍ଯ୍ୟ ହକ୍ ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା’ ପାଇବାରୁ ବଂଚିତ ହୋଇଛନ୍ତି, ସେତେବେଳେ ଅତି ସୁନ୍ଦର ଭାବେ ନିଜ ଉପରୁ ଦୋଷ ଖସାଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ଦେବାର ଅପପ୍ରୟାସ ଆରମ୍ଭ କରିଛି । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ବାରମ୍ବାର ହସ୍ତକ୍ଷେପ ଓ ତାଗିଦ୍ ପରେ ବୀମା କଂପାନୀମାନେ ଯେତେବେଳେ ବୀମା ଟଙ୍କା ଦେବାର ଆରମ୍ଭ କରିଛନ୍ତି, ସେତେବେଳେ ଶାସକ ବିଜେଡି ମିଛଠାରେ ବାଃ ବାଃ ନେବା ଆରମ୍ଭ କରିଦେଇଛି ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ନୂତନ ନିଦେ୍ର୍ଧଶାବଳୀ ଏବଂ ସ୍ପଷ୍ଟ ନିଦେ୍ର୍ଧଶ ଅନୁଯାୟୀ ସମସ୍ତ ରାଜ୍ୟଗୁଡିକ ରାଜ୍ୟର କୃଷି ବିଭାଗ ମଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବୈଷୟିକ ପରାମର୍ଶଦାତା କମିଟି (ଏସଟିଏସି) ଗଠନ କରିବେ ଏବଂ ଏହି କମିଟିର କ୍ଷୟକ୍ଷତି ଆକଳନ ଓ ସୁପାରିଶ ଅନୁଯାୟୀ ଚାଷୀମାନଙ୍କୁ ତାଙ୍କ ବୀମା ଅର୍ଥ ପ୍ରଦାନ କରାଯିବ । ମାତ୍ର ଚାଷୀମାରଣ ଓ ମନ୍ଦ ଉଦେ୍ଧଶ୍ୟ ରଖଖିଥିବା ଓଡିଶା ସରକାର ଏଭଳି କମିଟି ଗଠନ ନକରି ନିଜ ଇଚ୍ଛାନୁଯାୟୀ କୃଷି ବିଭାଗ ନିଦେ୍ର୍ଧଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ, ଯାହାକି ସଂପୂର୍ଣ୍ଣ ଅବୈଧ । ୨୦୨୦ ମସିହାରୁ ସ୍ପଷ୍ଟ ନିଦେ୍ର୍ଧଶ ଥିବା ସତ୍ୱେ ଦୀର୍ଘ ୨ ବର୍ଷ ଧରି ସଠିକ କମିଟି ଗଠନ କରିନଥିବା ରାଜ୍ୟ ସରକାର ବାଧ୍ୟ ହୋଇ ଶେଷରେ ଗତ ସେପ୍ଟେମ୍ବର ମାସରେ ଏହି କମିଟି ଗଠନ କରିଥିଲେ । ଗତ ୨୦୨୨ ମସିହା ସେପ୍ଟେମ୍ବର ୧୯ ରୁ ୨୨ ମଧ୍ୟରେ ବୀମା କଂପାନୀ ଦ୍ୱାରା ଏସଏଟିଏସି ଆଦେଶ ବିରୁଦ୍ଧରେ ଆବେଦନ ଗ୍ରହଣ ହେବା ମାତ୍ରେ କେନ୍ଦ୍ର ସରକାର ଏହି ମାମଲାକୁ ବୈଷୟିକ ପରାମର୍ଶଦାତା କମିଟି (ଟିଏସି)ରେ ବିଚାର ପାଇଁ ରଖିଥିଲେ । ଗତ ୩୦ ସେପ୍ଟେମ୍ବରରେ ଟିଏସି ବୈଠକରେ ବିଚାର ହୋଇଥିବା ମାମଲା ମଧ୍ୟରୁ ୧୮୯ ମାମଲାରେ ବୀମା କଂପାନୀ ତରଫରୁ ଆବେଦନ କରାଯାଇଥିଲା । ଯେଉଁ ମାମଲାଗୁଡିକ ନିଜେ ରାଜ୍ୟ ସରକାର ସମାଧାନ କରିପାରିଥାନ୍ତେ, ତାହା ନିଜେ ନକରି କିମ୍ବା ବୀମା କଂପାନୀ ସହ ଆଲୋଚନା ନକରି କେନ୍ଦ୍ର ସରକାରକୁ ପଠାଇ ଦେଇଥିଲେ । ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା କମିଟି ବୀମା କଂପାନୀ ତରଫରୁ ଆବେଦନ କରାଯାଇଥିବା ୧୮୯ଟି ମାମଲା ସମେତ ସମୁଦାୟ ୨୨୫ଟି ମାମଲାକୁ ଅନୁଧ୍ୟାନ ଓ ବିଚାର କରି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କୁପରିଚାଳନାକୁ ନେଇ ବହୁ ଚିନ୍ତା ପ୍ରକାଶ କରିଛନ୍ତି । ପ୍ରଥମତଃ ସଠିକ ଭାବେ ଓ ବୈଜ୍ଞାନିକ ଭିତିରେ ଫସଲ କାଟ ପରୀକ୍ଷଣ ହୋଇନଥିବାରୁ କୃଷକମାନଙ୍କ ବୀମା ଦାବିକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କରାଯାଇନାହିଁ । ପ୍ରକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ଚାଷୀମାନଙ୍କ ଫସଲ ନଷ୍ଟର ବିବରଣୀ ଅତ୍ୟନ୍ତ ଖାମଖିଆଲି ଓ ବେପାରୁଆ ଭାବେ ହୋଇଥିବାବେଳେ ପ୍ରକୃତ ନଷ୍ଟ ସହ ଏହାର କୈାଣସି ସଂପର୍କ ନାହିଁ ବୋଲି ମହାଲାନୋବିସ୍ ଜାତୀୟ ଫସଲ ପୂର୍ବାନୁମାନ କେନ୍ଦ୍ର (ଏମଏନସିଏଫସି) ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଥି ସହ ସମ୍ବେଦନଶୀଳ ଜିଲ୍ଲା ଚିହ୍ନିତ କରିବାରେ ବିଫଳ, ଫସଲ ବୀମା ପ୍ରଦାନରେ ଦଳୀୟ ଆଧାରରେ ପକ୍ଷପାତିତା, ବୈଜ୍ଞାନିକ ପଦ୍ଧତି ଓ ନିଦେ୍ର୍ଧଶାବଳୀ ଅନୁସାରେ ଟେକ୍ନୋଲୋଜି ବ୍ୟବହାର ନକରାଯିବା ଆଦି ପ୍ରସଙ୍ଗ ସାମ୍ନାକୁ ଆସିଛି । ଯାହାକି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଯୋଜନା ଓ ସମନ୍ୱୟ (ଅର୍ଥନୀତି ଏବଂ ପରିସଂଖ୍ୟାନ) ତଥା ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଥିବାବେଳେ ବାସ୍ତବ ପକ୍ଷରେ ଓଡିଶା ଚାଷୀଙ୍କ ପାଇଁ ଶାସକ ବିଜୁ ଜନତା ଦଳ କାଳ ସାଜିଛି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ବୀମା କଂପାନୀମାନେ ଚାଷୀଙ୍କଠାରୁ ଅଭିଯୋଗ ଆସିବା ପରେ ବରଗଡ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ବାରମ୍ବାର ଚିଠି ଲେଖିବା ସତ୍ୱେ ଜିଲ୍ଲାପାଳମାନେ କୈାଣସି ଉତର ଦେଲେ ନାହିଁ । ମାସ ମାସ ଧରି ରାଜ୍ୟର କୃଷକମାନେ ନିଜ ନ୍ୟାର୍ଯ ପାଇଁ ରାଜରାସ୍ତାରେ ଆନେ୍ଦାଳନ କରୁଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ଶାସକ ବିଜେଡିର ନେତା ଓ ମନ୍ତ୍ରୀ କର୍ଣ୍ଣପାତ କରିନଥିଲେ । ଚାଷୀମାରଣ ନୀତି ଏବଂ ବୀମା କଂପାନୀଙ୍କ ସହ ମଧୁଚନ୍ଦ୍ରିକା କାରଣରୁ ବର୍ତମାନ ହରଡଘଣାରେ ପଡିଥିବା ରାଜ୍ୟ ସରକାର ବର୍ତମାନ ସୁଆଙ୍ଗ କରୁଛି । ରାଜଭବନ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ବର୍ତମାନ ଦିଲ୍ଲୀଠାରେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିବାର ଶୁଖିଲା ଡ୍ରାମାବାଜିକୁ ରାଜ୍ୟବାସୀ ଭଲ ଭାବେ ବୁଝିସାରିଛନ୍ତି । ଚାଷୀକୁଳ ସ୍ୱାର୍ଥ ବିରୁଦ୍ଧ ଏବଂ ବୀମା କଂପାନୀ ସ୍ୱାର୍ଥ ପାଇଁ କାର୍ଯ୍ୟରତ ଶାସକ ବିଜୁ ଜନତା ଦଳର ଅସଲ ଚେହେରା ସାମ୍ନାକୁ ଆସିଯାଇଛି ଏବଂ ଆଗାମୀ ଦିନରେ ସମଗ୍ର ଚାଷୀକୁଳ ଏକାଠି ହୋଇ ଶାସକ ବିଜେଡିକୁ ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀ ପୁରୋହିତ୍ କହିଛନ୍ତି ।