ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ନିର୍ବାଚନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ତଥା ନିର୍ବାଚନ ଅଧିକାରୀ ଜଗତସିଂହପୁର ସାଂସ୍କୃତିକ ପରିଷଦ ସଚ୍ଚିଦାନନ୍ଦ ସାହୁଙ୍କ ନିର୍ଦେଶକ୍ରମେ ଆଜି ଶନିବାର ଦିବା ୧୧.୦୦ ଘଟିକାଠାରୁ ୧୨.୦୦ ଘଟିକା ପର୍ଯ୍ୟନ୍ତ କାର୍ଯ୍ୟକାରିଣୀ ସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ସମୟ କରିଥିବାବେଳେ ୧୨.୦୦ ଘଟିକାଠାରୁ ୧୨.୩୦ ପ୍ରାର୍ଥୀପତ୍ର ଯା,୧୨.୩୦ ଘଟିକାରୁ ୧.୦୦ ଘଟିକା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଦିନ ୧.୦୦ ଘଟିକା ଠାରୁ ୨.୦୦ ଘଟିକା ମଧ୍ୟରେ ଭୋଟଦାନ ପାଇଁ ସ୍ଥିର କରାଯାଇଥିଲା l ଆଜି ସେହି କ୍ରମରେ ୨୨ ଜଣ କାର୍ଯ୍ୟକାରିଣୀ ସଭ୍ୟ ନିମନ୍ତେ ମୋଟ ୨୬ ଜଣ ସଭ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ l ପରେ ସେମାନଙ୍କ ମଧ୍ୟରୁ ୪ଜଣ ପ୍ରାର୍ଥୀ ମହଣୀୟତାର ସହିତ ସ୍ୱଇଚ୍ଛାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ୨୨ ଜଣ କାର୍ଯ୍ୟକାରିଣୀ ସଭ୍ୟ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ l ପରିଷଦର ଆଇନ ଅନୁସାରେ ପରବର୍ତ୍ତୀ ପର୍ଯ୍ୟାୟରେ ସେହି ୨୨ ଜଣ କାର୍ଯ୍ୟକାରିଣୀ ସଭ୍ୟମାନଙ୍କଦ୍ୱାରା ନିର୍ବାଚନ ଅନୁଷ୍ଠିତ ହେବ l ସମସ୍ତ କାର୍ଯ୍ୟକାରିଣୀଙ୍କ ସହମତି କ୍ରମେ ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଶ୍ରୀ ବିପ୍ଳବ ଚୌଧୁରୀ ସଭାପତି ଭାବରେ ନିଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ସେହିପରି ଉପସଭାପତି ବିଜୟ କୁମାର ରାଉତ ଓ ଗଣେଶ୍ୱର ମାଣିଆ,ସଂପାଦକ ସାରଳା ପ୍ରସାଦ ଦାସ,ଯୁଗ୍ମ ସଂପାଦକ ନରେଶ ଦାସ ଓ ସୁଧୀର କୁମାର ମହାନ୍ତି ଓ କୋଷାଧକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ମନୋନୀତ ହୋଇଛନ୍ତି l କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବରେ ଜ୍ୟୋତିମୟୀ ମହାନ୍ତି, ସୁଷମା ପ୍ରଧାନ , ପ୍ରଜ୍ଞା ପାରମିତା ଚୌଧୁରୀ, ମାନସ କୁମାର ରଥ, ପ୍ରଭାତ କୁମାର ଦାଶ, ଅବନୀକାନ୍ତ ମହାରଣା, ପ୍ରଦୀପ ମିତ୍ର, ସତ୍ୟବ୍ରତ ବିଶ୍ୱାଳ, କୈଳାସ ଚନ୍ଦ୍ର ମଲ୍ଲିକ, ବିଜୟଲକ୍ଷ୍ମୀ ମହାପାତ୍ର, ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ମନୋନୀତ ହୋଇଛନ୍ତି l ଏହି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀରଞ୍ଜନ ପଟ୍ଟନାୟକ ସହାୟତା କରିଥିଲେ l
ରାଜ୍ୟ
ଜଗତସିଂହପୁର ସାଂସ୍କୃତିକ ପରିଷଦର କାର୍ଯ୍ୟକାରିଣୀ ନିର୍ବାଚନ
- Hits: 552








