ହେଡଲାଇନସ୍:

ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ସହ 10 ମତ୍ସ୍ୟଜୀବୀ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜନଗର:ପ୍ରକୃତିର ମନୋରମ ଭରା ଅନବେଦ୍ୟ ସୃଷ୍ଟି ପ୍ରକୃତିରାଣୀ ବିଶ୍ଵପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ତାର ବନ୍ୟ ଜୀବଜନ୍ତୁ, ଅଲିଭରିଡିଲେ କଇଁଛ ଓ କୁମ୍ଭୀର ପ୍ରଜନନ ପାଇଁ ପ୍ରସିଦ୍ଧ ଲାଭ କରିଛି |ସାମୁଦ୍ରିକ ଅଭୟାରଣ୍ୟ ଆଇନ 1972 ମାଧ୍ୟମରେ ଭିତରକନିକାକୁ ଅନ୍ତର୍ଭୁକ୍ତ କରାଯାଇ ବନ୍ୟ ଜୀବଜନ୍ତୁ ମାନଙ୍କ ସୁରକ୍ଷା ଦିଗରେ ଆଉ ଏକ ପାଦ ପଦକ୍ଷପ ନିଆ ଯାଇଥିଲା | ବାରମ୍ବାର ବାରଣ ସତ୍ୱେ ବିଭିନ୍ନ ସମୟରେ ମସ୍ଚ୍ୟଜୀବି ମାନେ ନିଷିଦ୍ଧା ଅଞ୍ଚଳରେ ପଶି ଟ୍ରଲର ଓ ମଟର ଚାଳିତ ବୋଟ ସାହାଯ୍ୟରେ ବେଆଇନ ଭାବେ ମାଛ ଧରୁଛନ୍ତି, ତେବେ ଆଜି ଦଶ ଜଣ ମାଛଧରାଳି ଏକ" ମା ଉର୍ବଶୀ -4"ଟ୍ରଲର ସାହାଯ୍ୟରେ ନିଷିଦ୍ଧଞ୍ଚଳରେ ମାଛ ମାରୁଥିବା ସମୟରେ ରାଜନଗର ବନାଞ୍ଚଳର ଅଧିକାରୀ ମାନେ ଖବର ପାଇ ଟ୍ରଲର ସହିତ ସେମାନଙ୍କୁ ଧରି କୋର୍ଟ ଚାଲାଣ କରିଛନ୍ତି | ସେମାନଙ୍କ ନାମରେ 1972ର ସେକେସନ -51,ଧାରା 27/29/31 ଦଫା ଲଗାଯାଇଛି | ସେମାନେ ହେଲେ ପ୍ରଭାଂଶୁ ଗିରି, ସୁଶାନ୍ତ ମଣ୍ଡଳ, ଅଶୋକ ମଳିକ, ଉଜାଲା ଗିରି, ଗୁରୁପଦ ମଣ୍ଡଳ, ଗୋବିନ୍ଦ ଜେନା, ଗୁରୁପଦ ଦାସ, ପ୍ରଶାନ୍ତ ଦାସ, ନିବେଦନ ସାମଲ | ସେମାନଙ୍କ ନିକଟରୁ, ଏକ ଟ୍ରଲର, GPS ଦୁଇଟି, VHP ୩ଟି, ଜାଲ ବାରଟି ଏବଂ ତିରିଶି କୁଇଣ୍ଟାଲ ମାଛ ଜବତ କରାଯାଇଛି |

0
0
0
s2sdefault