ହେଡଲାଇନସ୍:

ସଂଘକୁ ଫଟେଇ ଦେଲେ ସରକାର , ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭୁବନେଶ୍ୱରରୁ : ବିଜେପୁର ନିବାଚନ ପୂର୍ବରୁ ଲଗାତାର ଭାବେ ଦ୍ୱିତୀୟ ଦିନ ପାଇଁ ବିରୋଧୀ ଦଳକୁ ଚକମା ଦେଇଛନ୍ତି ନିଜ ଘୋଷଣା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟିକ । ୧୭ ବର୍ଷ ପରେ ହଠାତ ବିଜେପୁର ଅଂଚଳର ଜଳସେଚନ ଲାଗି ମୁଖ୍ୟମନ୍ତ୍ରୀଙ୍କ ମନେ ପଡିଯିବା ଓ ଗତକାଲି ବିଜେପୁର ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଘୋଷଣା କରିବା ରାଜନୀତି ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ ଥିଲା ।` ଠିକ ଏହିପରି ମଙ୍ଗଳବାରଦିନ ଅଙ୍ଗନବାଡି କର୍ମଚାରୀଙ୍କ ଦରମା ବଢାଇ ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରାଇ ସେମାନଙ୍କୁ ସନ୍ତୁଷ୍ଟ କରାଇଛନ୍ତି । ବାହରକୁ ଅଙ୍ଗନବାଡି କର୍ମଚାରୀଙ୍କ ଧାରଣା ଭାଙ୍ଗିଲା ବୋଲି କହିବା ଯେତିକି ସହଜ, ଭିତରକୁ ସେତିକି ସହଜ ନଥିଲା  । କାରଣ ଅଙ୍ଗନବାଡି କର୍ମଚାରୀଙ୍କ ଦୀର୍ଘ ୧ମାସରୁ ଅଧିକ  କାଳ ଧରି ଆନ୍ଦୋଳନ ସରକାରଙ୍କୁ ଅଡୁଆରେ ପକାଇଥିବା ବେଳେ ଶିକ୍ଷକ ଆନ୍ଦୋଳନ ପରି ଏହି ଆନ୍ଦୋଳନରେ ବିଜେପି ଷେଣ୍ଢ ପୂରାଇବା ସରକାରଙ୍କ ଟେନ୍ସନ ପୂରା ବଢାଇଦେଇଥିଲା । କାରଣ ହେଲେ ସେମାନଙ୍କ ସଂଖ୍ୟା ୧.୪୫ ଲକ୍ଷ  । ବିଜେପି ସମର୍ଥିତ  ଗୋଠିଏ ଗ୍ରୁପ ଯାହା ଇଙ୍ଗିତରେ ବି ହେଉ,  ସରକାରଙ୍କୁ ବଦନାମ କରିବା ବା ଅପଦସ୍ଥ କରିବା ପାଇଁ ଏକ ପ୍ରକାର ପ୍ରିମେଡିଟେଟେଡ ମାଇଣ୍ଡରେ ରହିଥିବା ବେଳେ ରାଜ୍ୟ ସରକାରତାଙ୍କର ଚିରାଚରିତ ପଲିସି ପ୍ରୟୋଗ କଲେ । ବିଜେଡିର ଶ୍ରମିକ ଶାଖା ଓ ଯୁବ ନେତା ଲାଗିଗଲେ ପୁରା ଗେମ କୁ ନିଜ ହାତକୁ ଆଣିବା ପାଇଁ  । ତେଣୁ  ସିଧାସଳଖ ଭାବେ  ସଂଘକୁ ଫଟାଇଦେଲେ । ଆଉ ସରକାରଙ୍କ ସହିତ ଆଲୋଚନା ନକରିବା ପାଇଁ ସଂଘ ଜିଦ ରେ ଥିବା ବେଳେ ମନ୍ତ୍ରୀଙ୍କ ସହିତ ଆଲୋଚନା ପୂର୍ବରୁ ବିଫଳ ହୋଇଥିବା  ବେଳେ ଆଲୋଚନାର ବାଟ ଖୋଲିବା ସହ ସମାଧାନର ବାଟ ଖୋଜି  ପାଇବା ପାଇଁ ସହଯୋଗର ହାତ ବଢାଇଥିଲେ ବାମପନ୍ଥୀ ସଂଗଠନ ନେତୃତ୍ୱାଧୀନ ଅଙ୍ଗନବାଡି ଗୋଷ୍ଠୀ । ସେମାନେ ଆଲୋଚନାକୁ ଆସିଲେ, କଥା ମାନିଲେ, ଦାବି ପୂରଣ କଲେ  । ସୂଚନାଯୋଗ୍ୟ ଯେ , ଏଆଇଟିୟୁସି ସହ ସହବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି ଓ ସହାୟିକା ସଂଘ , ପଶ୍ଚିମ ଓଡିଶା ସହାୟିକା ସଂଘ ଏବଂ ସିଟୁ ସହବନ୍ଧିତ ଓଡିଶା ଅଙ୍ଗନବାଡି କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିବା ସହ ଆନ୍ଦୋଳନକୁ ପ୍ରତ୍ୟାହାର କରିଥିବା ଘୋଷଣା କରିଛନ୍ତ । ତେଣୁ ଏହି ଗୋଷ୍ଠି ଗୁଡିକର ସମର୍ଥନ ପରେ ବାଧ୍ୟ ହୋଇ ଆଲୋଚନାକୁ ଯାଇନଥିବା  ଅଙ୍ଗନବାଡି କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଥିଲା  । ଯେତେବେଳେ ଅନ୍ୟ ଅଙ୍ଗନବାଡି କମୀଙ୍କ ମାନଙ୍କକ ମଧ୍ୟରୁ ଅନେକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଧାରଣାସ୍ଥଳ ଛାଡି ଚାଲିଯାଇଥିଲେ ।   

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ୪୦୦୦ ଟଙ୍କାରୁ ୬୦୦୦ ଟଙ୍କା, ମିନି ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ପାରିଶ୍ରମିକ ୨୭୫୦ ଟଙ୍କାରୁ ୪୧୨୫ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟିକାମାନଙ୍କ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଗଲା । ମହିଳା ଓ ଶିଶୁମାନଙ୍କ ଯତ୍ନ ଓ ସୁରକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ହିତ ପାଇଁ ଯତ୍ନବାନ ଅଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଉପରୋକ୍ତ ଘୋଷଣା କରିଥିଲେ  ।  ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ, ଜୀବନ ଓ ଅକ୍ଷମତା ପାଇଁ ସେମାନଙ୍କୁ ବୀମାଭୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ  ।  ଏଥିପାଇଁ ପ୍ରିମିୟମ ପରିମାଣ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଥିଲେ  । ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି  ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

 ଏହାସହିତ ସେମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି ପାଇଁ ଗ୍ରିଭାନ୍ସ ରିଡ୍ରେସାଲ ଫୋରମ୍ ଗଠନ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି କରାଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଭତ୍ତିଭୂମିର ବିକାଶ ସହିତ ପିଲାମାନଙ୍କ ପାଇଁ ଟଏଲେଟ୍ ସୁବିଧା ଉପରେ ଗୁରୁତ୍ୱ ଆରୋପ  କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଙ୍ଗନବାଡ଼ି ପ୍ରକଳ୍ପ ସମ୍ପର୍କିତ ବୈଠକଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ତାରିଖରେ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

 ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେଲେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଅକେଫାବର ମାସର ଦରମା ବର୍ଦ୍ଧିତ ହାରରେ ନଭେମ୍ବର ମାସରେ ପାଇବେ । ବର୍ତ୍ତମାନ ଠାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବାକୁ ହକଦାର ହେବେ । ଏହାସହ ସେମାନଙ୍କୁ ବୀମାଭୁକ୍ତ କରାଯିବ । ବୀମା ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ । ସେମାନଙ୍କର ଅନ୍ୟାନ୍ୟ ଦାବି ଉପରେ ପର୍ଯ୍ୟାୟକ୍ରମେ ବିଚାର କରାଯିବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି । 

ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟରେ ଥିବା ୧ ଲକ୍ଷ ୪୫ ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଉପକୃତ ହେବେ । ରାଜ୍ୟରେ ମୋଟ ୭୨ ହଜାର ଅଙ୍ଗନବାଡି କେନ୍ଦ୍ର ରହିଛି । ବର୍ଦ୍ଧିତ ଦରମା ଲାଗୁ ହେବା ପରେ ରାଜ୍ୟ ରାଜକୋଷକୁ ବାର୍ଷିକ ପ୍ରାୟ ୧୫୦ କୋଟି ଟଙ୍କାର ବୋଝ ପଡିବ ବୋଲି ମନ୍ତ୍ରୀ କହିଛନ୍ତି । 

0
0
0
s2sdefault