ସଂସ୍କୃତି, ପରମ୍ପରା, କଳା କୁ ବଞ୍ଚାଇ ରଖିବାକୁ ହେଲେ ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡିବ - ମନ୍ତ୍ରୀ ପ୍ରମିଳା ମଲ୍ଲିକ l
ଶାସକ ପ୍ରଶାସକ (ମାହାଙ୍ଗା ଦେବେନ୍ଦ୍ର ଷଢଙ୍ଗୀ)- କଳାକାର ଜଗତର ସୌଦାଗର ଗଣକବି ବୈଷ୍ଣବ ପାଣିଙ୍କ 140ତମ ଜୟନ୍ତୀ ସମାରୋହ ମାହାଙ୍ଗା ବ୍ଲକ ଶ୍ରୀକୃଷ୍ଣପୁର ଗ୍ରାମ ପଂଚାୟତ କ୍ଷେତ୍ରପାଳ ଉଚ୍ଚ ବିଦ୍ୟାଳୟ ମାଳିହତା ପରିସରରେ ଉଦଯାପିତ ହୋଇଯାଇଛି l ଓଡ଼ିଆ ଗୀତିନାଟ୍ୟ ଜଗତର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ଗଣକବି ବୈଷ୍ଣବ ପାଣି ବିଶ୍ୱର ଅନ୍ୟତମ ସଫଳ ଲେଖକ,ନାଟ୍ୟକାର , କବି , କଳାକାର , ଉପନ୍ୟାସିକ ,ନିର୍ଦେଶକ ଏବଂ ଗଣନାଟ୍ୟ ଜଗତର ମଉଡ଼ମଣି l ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ର ସଭାପତି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସଭାପତିତ୍ୱ ରେ ଆୟୋଜିତ 140 ତମ ଜୟନ୍ତୀ ସମାରୋହର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦାନ କରି କହିଥିଲେ କି ସଂସ୍କୃତି, ପରମ୍ପରା, କଳା କୁ ବଞ୍ଚାଇ ରଖିବାକୁ ହେଲେ ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡିବ, ମାହାଙ୍ଗା ମାଟିରେ ବୈଷ୍ଣବ ପାଣିଙ୍କୁ ନେଇ ଯେଉଁ ସାଂସ୍କୃତିକ ଆନ୍ଦୋଳନ ଗଢି ଉଠିଛି, ଏହା ସମଗ୍ର ରାଜ୍ୟକୁ ପ୍ରଭାବିତ କରିପାରିଛି, ମାହାଙ୍ଗା ଏଭଳି ଏକ କଳା ସଂସ୍କୃତି ସମ୍ପନ୍ନ ଅଞ୍ଚଳ ଯେଉଁଠି ଆଜି ହଜାର ହଜାର ମହିଳା ଓ ପୁରୁଷ ରାତି ଉଜାଗର ରହି ସାହିତ୍ୟ ଚର୍ଚ୍ଚା ଶୁଣୁଛନ୍ତି ଓ ଗୀତିନାଟ୍ୟ ଦେଖୁଛନ୍ତି ଏହା କମ ଗୌରବର କଥା ନୁହେଁ, ମାହାଙ୍ଗା ରେ କଳା, ସଂସ୍କୃତି କୁ ଉଜ୍ଜୀବିତ ରଖିବା ପାଇଁ ବରପୁତ୍ର ମାନଙ୍କ ଜୟନ୍ତୀ ସମାରୋହ କରିବା ବିଧାୟକ ପ୍ରତାପ ଜେନାଙ୍କ ଏକ ନିଆରା ଶ୍ରେଷ୍ଠ ଉଦ୍ୟମ ବୋଲି ପ୍ରକାଶ କରିଥିଲେ l
ମୁଖ୍ୟବକ୍ତା ଭାବରେ ପୂର୍ବତନ ସୂଚନା ଓ ସମ୍ପର୍କ ନିର୍ଦେଶକ କୃପାସିନ୍ଧୁ ମିଶ୍ର ଯୋଗଦାନ କରି ଗଣକବି ଯେଉଁ ନାଟକ ରଚନା କରିଥିଲେ ଓ ମଞ୍ଚସ୍ଥ କରାଉଥିଲେ ଆଜିବି ସେହି ନାଟକରେ ଚମକ ଅତୁଟ ରହିଛି, ବିଶ୍ୱର ଶ୍ରେଷ୍ଠ ୫ଜଣ ନାଟ୍ୟକାରଙ୍କ ଭିତରୁ ଗଣକବି ଅନ୍ୟତମ କହିଲେ ଭୁଲ ହେବନାହିଁ ବୋଲି ମତବ୍ୟକ୍ତ କରିଥିଲେ lଏହି ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ବିଶିଷ୍ଟ ଅଭିନେତା କୁନା ତ୍ରିପାଠୀ, ମୋ କଲେଜ ଅଭିଯାନ ଅଧକ୍ଷ ଆକାଶ ଦାଶ ନାୟକ, ଅଭିନେତ୍ରୀ ଏଲିନା ସାମନ୍ତରାୟ ଯୋଗ ଦେଇ ଗଣକବି ବୈଷ୍ଣବ ପାଣି ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ l
ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ରୋଜି ସେଠି, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଅଶୋକ କୁମାର ଓଝା, ପୂର୍ବତନ ଅଧକ୍ଷ ଶରତ ନାୟକ, ଜିଲାପରିଷଦ ପୃର୍ଣ୍ଣଚନ୍ଦ୍ର ସ୍ୱାଇଁ, ରିଆଜୁଲ ହୋଦା, ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ଜେନା,ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସରପଞ୍ଚ ରାଜକିଶୋର ବଳ ପ୍ରମୁଖ ଯୋଗଦାନ କରିଥିଲେ l ସଂସଦର ସାଧାରଣ ସମ୍ପାଦକ ହୃଷିକେଶ ସ୍ୱାଇଁ,ସଂଯୋଜକ ପନଂଗ ଭୂଷଣ ଦାସ, ଉପେନ୍ଦ୍ର ନାଥ ରଣା, ଯୁବନେତା ଭବାନୀ ପ୍ରସାଦ ସାମଲ, ଦୀନବନ୍ଧୁ ସାହୁ ଙ୍କ ସମେତ ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ର ସମସ୍ତ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଶେଷରେ ଗଣକବିଙ୍କ ନାଟକରେ ଅଭିନୟ କରିଥିବା ଓ ନିର୍ଦ୍ଦେଶନା ତଥା ବାଦ୍ୟଯନ୍ତ୍ରରେ ଭଲ ପ୍ରଦର୍ଶନ କରିଥିବା କଳାକାରଙ୍କୁ ଗଣକବି ସମ୍ମାନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା l