ଜଗତସିଂହପୁର,/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ପକ୍ଷରୁ ମାଗଣା ମୋତିଆ ବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଚକ୍ଷୁ ଚିକିତ୍ସା ଶିବିର କୁ ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ସମିତି ସଭ୍ୟା ମୌସୁମୀ ବାରିକ,ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାହୁ,ନାରାୟଣ ଦାସ,ସ୍ତମ୍ଭକାର ବୈକୁଣ୍ଠ ନାଥ ମିଶ୍ର,ପୂର୍ବତନ ସମିତି ସଭ୍ୟ ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ l ଭୂମିକା ଚକ୍ଷୁ ହସ୍ପିଟାଲ ପକ୍ଷରୁ ଶତାଧିକ ଚକ୍ଷୁ ରୋଗୀ ଙ୍କ ର ଚକ୍ଷୁ ପରୀକ୍ଷା କରାଯିବା ସହିତ ମାଗଣା ରେ ଅସ୍ତ୍ରପ୍ରଚାର, ଔଷଧ, ଖାଦ୍ୟ ପେୟ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ ସୂଚନା ଦେଇଛନ୍ତି |ଏ ସମସ୍ତ କାର୍ଯ୍ୟକ୍ରମ କୁ ରାକେଶ ସାମନ୍ତରାୟ, ତୁଷାର ରାଉତ, ପ୍ରିୟ ଦର୍ଶନ ତ୍ରିପାଠୀ, ଚଣ୍ଡୀ ପ୍ରସାଦ ଦାସ ପ୍ରମୁଖ ପରିଚାଳନା କରିଥିଲେ |
ରାଜ୍ୟ
ମୁଦୁପୁର ପଞ୍ଚାୟତ ପକ୍ଷରୁ ମାଗଣା ମୋତିଆ ବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
- Hits: 305