ଭୁବନେଶ୍ୱର: କୋଟକ୍ ସିକ୍ୟୁରିଟିଜ ଲିମିଟେଡ ପକ୍ଷରୁ ଏହାର ଅଧୁନାତମ ଟ୍ରେଡିଂ ପ୍ଲାଟଫର୍ମ ପରିବ୍ୟବସ୍ଥା କୋଟକ୍ ନିଓ ଆପ୍ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ନିବେଶକଙ୍କ ପାଇଁ ବ୍ୟବହାରକାରୀ ଅନୁଭୂତିକୁ ତ୍ୱରାନ୍ୱିତ କରିବା ସହିତ ଉଚ୍ଚତର ସ୍ତରକୁ ନେଇଯିବା ସକାଶେ ନିର୍ମାଣ କରାଯାଇଛି ।
କୋଟକ୍ ନିଓ ମୋବାଇଲ ଆପ୍, ୱେବ୍ସାଇଟ, ଟ୍ରେଡ ଏପିଆଇ ଏବଂ ନେଷ୍ଟ ଟ୍ରେଡିଂ ଟର୍ମିନାଲ ଆଦି ରହିଥିବା ବହୁଧା ପ୍ଲାଟଫର୍ମ ସୁଯୋଗ ଉପଲବ୍ଧ କରାଉଛି । ଆଚରଣ, ସମସ୍ୟା ରହିଥିବା ବିନ୍ଦୁ ଏବଂ ଦେଶବ୍ୟାପୀ ଟ୍ରେଡର ଏବଂ ନିବେଶକଙ୍କ ଠାରୁ ମିଳୁଥିôବା ସୂଚନାକୁ ବିଶ୍ଳେଷଣ କରାଯିବା ପରେ ଏହି ପରିବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି । ନିବେଶକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ନିୟମିତ ଆପ୍ ଅପ୍ଡେଟ ଆଶା କରିପାରିବେ ।
ଜୟଦୀପ ହଂସରାଜ, ଏମ୍ଡି ଏବଂ ସିଇଓ, କୋଟକ୍ ସିକ୍ୟୁରିଟିଜ୍ ଲିମିଟେଡ କହିଛନ୍ତି, “ଅପେକ୍ଷା କରିବା ସମୟ ଏବଂ ଗ୍ରାହକ ଅନୁଭୂତିର ଧାରା ଭାଙ୍ଗିବା ସମୟ ଉପନୀତ ହୋଇଥିଲା । କୋଟକ୍ ନିଓ ପ୍ରଚଳନ ନେଇ ମୁଁ ବାସ୍ତବରେ ଉଲ୍ଲସିତ ମନେକରୁଛି, କାରଣ ଏଥିରେ ପ୍ରତ୍ୟେକ ଗ୍ରାହକ ଟ୍ରେଡିଂ ସମୟରେ ଆବଶ୍ୟକ କରୁଥିବା ବୈଶିଷ୍ଟ୍ୟ ଓ ବେଗ ସନ୍ନିବେଶିତ ହୋଇଛି । ଆମ ଟିମ୍ ଦ୍ୱାରା ମାସ ମାସ ଧରି ଗବେଷଣା ଏବଂ ବିକାଶ କାର୍ଯ୍ୟ ଟ୍ରେଡିଂ ଯାତ୍ରାକୁ ପରିପୁଷ୍ଟ କରିଛି । କୋଟକ୍ ନିଓ ପ୍ରତି ପ୍ରାଥମିକ ପ୍ରତିକ୍ରିୟା ଅତ୍ୟନ୍ତ ଉତ୍ସାହଜନକ ହୋଇଛି, ଏବଂ ପ୍ଲେ ଷ୍ଟୋର୍ରେ ଆପ୍ ରେଟିଂ ୪.୪ ପ୍ଲସ୍ ରହିଛି ।”
କୋଟକ୍ର ଗବେଷଣାକାରୀ ଟିମ୍ ପକ୍ଷରୁ ସୁପାରିଶ କରାଯାଉଥିବା ଆନ୍ତଃଦିବସ ଏବଂ ସ୍ୱଳ୍ପଅବଧି କାରବାର ନିମନ୍ତେ କୋଟକ୍ ନିଓ ଦୀର୍ଘସୂତ୍ରୀ ନିବେଶ ଚିନ୍ତାଧାରା ଓ ଟ୍ରେଡିଂ କଲ୍ ଯୋଗାଇ ଦେଉଛି । ଏଥିସହିତ ଆପ୍ଳିକେସନ ଇଣ୍ଟରଫେସ୍ ୱାନ-କ୍ଳିକ୍ ସ୍କୋୟାର ଅଫ୍,ଦ୍ରୁତତର ଅର୍ଡର କାର୍ଯ୍ୟାନ୍ୱୟନ, ବାସ୍କେଟ ଅର୍ଡର, ଆଡଭାନ୍ସଡ୍ ଚାର୍ଟସ୍ ଏବଂ ମାର୍ଜିନ ଟ୍ରେଡିଂ ଫାସିଲିଟି (ଏମ୍ଟିଏଫ) ଭଳି ଅନେକ ଟ୍ରେଡର ଉପଯୋଗୀ ବୈଶିଷ୍ଟ୍ୟ ଯୋଗାଇ ଦେଉଛି ।
ସନ୍ଦୀପ ଚୋର୍ଡିଆ, ଜଏଣ୍ଟ ପ୍ରେସିଡେଣ୍ଟ ଏବଂ ହେଡ୍- କୋଟକ ନିଓ, କୋଟକ୍ ସିକ୍ୟୁରିଟିଜ ଲିମିଟେଡ କହିଛନ୍ତି, “ଆମେ କୋଟକ୍ ନିଓ ପ୍ରସ୍ତୁତ କରିବା ସମୟରେ ଗ୍ରାହକଙ୍କୁ କେନ୍ଦ୍ର ସ୍ଥଳରେ ରଖିଥିଲୁ । ଏହାର ଏକ ସିଧାସଳଖ ଏବଂ ଅତ୍ୟନ୍ତ ସହଜ ଜ୍ଞାନଯୁକ୍ତ ୟୁଜର ଇଣ୍ଟରଫେସ୍ ରହିଛି ଏବଂ ଯେକୌଣସି ନୂଆ ଗ୍ରାହକ ଏହି ନୂଆ ପ୍ଲାଟଫର୍ମକୁ ବ୍ୟବହାର କରି ଏହି ପ୍ରକ୍ରିୟାରେ ସାମିଲ ହେବା ସହିତ ସେମାନଙ୍କର ଟ୍ରେଡିଂ ଯାତ୍ରା ଆରମ୍ଭ କରିପାରିବେ । ଆମେ ଆମର ସମସ୍ତ ଆଦ୍ୟ ଗ୍ରହୀତାଙ୍କୁ ଧନ୍ୟବାଦ ଜଣାଉଛୁ ଯେଉଁମାନେ ବେଟା ପ୍ରୋଗ୍ରାମ୍ର ଅଂଶବିଶେଷ ଥିଲେ ଏବଂ ଆମର ଉତ୍ପାଦରେ ଉନ୍ନତି ଆଣିବା ନିମନ୍ତେ ଆମକୁ ଉତ୍ସାହିତ କରିବାକୁ ସେମାନଙ୍କର ମୂଲ୍ୟବାନ ତଥ୍ୟ ଯୋଗାଇ ଦେଇଥିଲେ ।”
ବର୍ଷ ମଧ୍ୟରେ କୋଟକ୍ ସିକ୍ୟୁରିଟିଜ୍ ମଧ୍ୟ ଦୁଇଟି ଅନନ୍ୟ ମୂଲ୍ୟ ନିର୍ଦ୍ଧାରଣ ପ୍ଳାନ୍ ପ୍ରଚଳନ କରିଥିଲା, ତାହା ହେଉଛି- ‘ଟ୍ରେଡ ଫ୍ରି’ ଏବଂ ‘ଟ୍ରେଡ ଫ୍ରି ୟୁଥ୍’ । କୋଟକ୍ ନିଓ ଆପ୍ ଜରିଆରେ ଉଭୟର ସୁଯୋଗ ନିଆଯାଇପାରିବ । ‘ଟ୍ରେଡ ଫ୍ରି’ ଆନ୍ତଃଦିବସୀୟ ଟ୍ରେଡିଂ ଉପରେ ଶୂନ୍ୟ ବ୍ରୋକରେଜ ସୁବିଧା ଯୋଗାଇ ଦେଉଥିବା ଏକମାତ୍ର ପ୍ଳାନ୍ ହୋଇଥିବାବେଳେ ‘ଟ୍ରେଡ ଫ୍ରି ୟୁଥ୍’ ଯୁବବର୍ଗଙ୍କୁ ଡେଲିଭରୀ ଏବଂ ଆନ୍ତଃଦିବସରେ ଶୂନ୍ୟ ବ୍ରୋକରେଜ୍ରେ ଟ୍ରେଡିଂ କରିବାକୁ ସମର୍ଥ କରାଉଛି, ଯାହା ଜେନ୍ଜେଡ୍ଙ୍କ ପାଇଁ ସଠିକ ପସନ୍ଦ ପାଲଟିଛି । ଗବେଷଣା ଅନ୍ତର୍ଦୃଷ୍ଟି, ଉନ୍ନତ ବୈଶିଷ୍ଟ୍ୟ ଏବଂ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟ ନିର୍ଦ୍ଧାରଣ ଯୋଜନାରେ ସଶକ୍ତ କୋଟକ୍ ନିଓ ନିବେଶକଙ୍କ ପାଇଁ ଟ୍ରେଡିଂ ଅନୁଭୂତିକୁ ପୁନଃମଜଭୁତ କରିବାକୁ ଯାଉଛି ।
ରାଜ୍ୟ
ପ୍ରତୀକ୍ଷା ସମୟକୁ ହ୍ରାସ କରିବାକୁ ଯାଇ କୋଟକ ସିକ୍ୟୁରିଟିଜ ପ୍ରଚଳନ କରୁଛି କୋଟକ୍ ନିଓ ଆପ୍
- Hits: 299