ହେଡଲାଇନସ୍:

ମୁଖ୍ୟ ଛକ ମରାମତି ନ ହେଲେ ଆନ୍ଦୋଳନର ଚେତାବନୀ ଦେଲେ ସାମ୍ବାଦିକ ସଙ୍ଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ରେ ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ର ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର କୁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଓ ପର୍ଯଟକ ପାଇକମାଲ ମୁଖ୍ୟ ଛକ ଅତିକ୍ରମ କରି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ହେଲେ ପ୍ରଶାସନ ର ଅପାରଗତା କିମ୍ବା ଅକ୍ଷମତା ବା ସ୍ଥାନୀୟ ଲୋକଙ୍କ ଦୁର୍ଭାଗ୍ୟ ଯେ ପାଇକମାଲ ମୁଖ୍ୟ ଛକ ର ଅବସ୍ଥା ଅତି ଶୋଚନୀୟ । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ସଂଖ୍ୟାରେ ସରକାରୀ ବାବୁ ମାନେ ଯିବା ଆସିବା କରନ୍ତି କିନ୍ତୁ ଦୁଃଖ ର ବିଷୟ ଯେ ଏହି ମୁଖ୍ୟ ଛକ ର ଅବସ୍ଥା କାହାରିକୁ ଦେଖା ଯାଏ ନାହିଁ । ମୂଖ୍ୟ ଛକ ରୁ ଝାରବନ୍ଧ ଯିବାର ରାସ୍ତା ମାତ୍ର 10 ମିଟର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡିରହିଛି । ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ହେଲେ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ ।
ଆଜି ପାଇକମାଲ ସାମ୍ବାଦିକ ସଙ୍ଘ ର ସଭାପତି ଶ୍ରୀ ବଡ ସଥପଥି ଙ୍କର ନେତୃତ୍ୱରେ , ସାମ୍ବାଦିକ ସୁରଥ ସାହୁ , ଗୋୖରାଙ୍ଗ ଦାସ , ଧୀରେନ ମହାନ୍ତି , ବିଦ୍ୟାଧର ସାହୁ , ପ୍ରମୁଖ ପାଇକମାଲ ବିଡ଼ିଓ ଉପାଞ୍ଜଳି ମାଝୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆସନ୍ତା 23 ତାରିଖ ମଧ୍ୟରେ ମୁଖ୍ୟ ଛକ ର ଅବସ୍ଥା ନ ସୁଧୁରିଲେ ସାମ୍ବାଦିକ ମାନେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବେ ବୋଲି ଦାବିପତ୍ର ରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଦେଖିବାକୁ ବାକି ରହିଲା ଦାବି ପୂରଣ ହେବ ନା ସାମ୍ବାଦିକ ବନ୍ଧୁ ମାନେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବେ ।

0
0
0
s2sdefault