ହେଡଲାଇନସ୍:

ଲୋକଙ୍କ ସେବା କୁ ଅଗ୍ରାଧିକାର ଦିଅ :- ବିଧାୟକ ଶ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା ସରପଞ୍ଚ ସଂଘର ପ୍ରଥମ ବୈଠକ ଓ ନିର୍ବାଚନ

ବରଗଡ :- ଆଜି ସୋହେଲା ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ତଥା ସରପଞ୍ଚ ପ୍ରତିନିଧି ଙ୍କ ଉପସ୍ଥିତି ରେ ସୋହେଲା ସରପଞ୍ଚ ସଂଘ ର ପ୍ରଥମ ବୈଠକ ସୋହେଲା ଗୌରୀ କଲ୍ୟାଣ ମଣ୍ଡପ ସ୍ଥିତ ସାଂସ୍କୃତିକ ଭବନ ଠାରେ ଆୟୋଜନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ସୋହେଲା ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ବରଂଜନ କର ଯୋଗ ଦେଇ ଥିଲେ । ଏହି ଅବସରରେ ଆଜି ଉପସ୍ଥିତ ସମସ୍ତ ଙ୍କୁ , ଲୋକଙ୍କ ସେବା ,ପଞ୍ଚାୟତ ର ଉନ୍ନତି ମୂଳକ କାର୍ଯ , ପଂଚାୟତ ବାସୀଙ୍କ ବିକାଶ କୁ ଅଗ୍ରାଧିକାର ଦେଇ କାମ କରିବା ପାଇଁ ବିଧାୟକ ଶ୍ରୀ ସିଂ ପ୍ରତିନିଧି ମାନଙ୍କୁ କହିଥିଲେ । ଏହି ସଭା ରେ , ଶ୍ରୀଗିଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଲୋକେଶ କୁମାର ସାହୁ ଙ୍କୁ ସୋହେଲା ସରପଞ୍ଚ ସଂଘ ର ସଭାପତି ଭାବେ ଚୟନ କରାଗଲା , ବାଉଁସେନ୍ ମୁରା ଗ୍ରାମ ପଞ୍ଚାୟତ ର ଶ୍ରୀମତୀ ଅଞ୍ଜଳି ସାହୁ ଙ୍କୁ ଉପସଭାପତି , ଏବଂ ସମ୍ପାଦକ ଭାବେ ଝର ଗ୍ରାମପଞ୍ଚାୟତ ର ଶ୍ରୀଯୁକ୍ତ ଅଶୋକ ବାରିକ ଙ୍କୁ ସର୍ବସମ୍ମତି କ୍ରମେ କରାଯାଇଥିଲା । ସରକଣ୍ଡା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ହିଟଲର ମେହେର ଏବଂ ସୋହେଲା ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ନିଲୁ ଝାଙ୍କର ଆଜିକାର ଏହି ସଭାକୁ ଆୟୋଜନ କରିବା ସହିତ ସଭା କାର୍ଯକୁ ସୁରୁଖୁରୁରେ ପରିଚାଳିତ କରିଥଲେ ।

0
0
0
s2sdefault