ହେଡଲାଇନସ୍:

ବେଆଇନ ହୁକ ପକାଇବାରେ ଭୟଙ୍କର ବିପଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ବେଆଇନ ଭାବେ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ଯୋଗୁଁ ମହାକାଳପଡ଼ାର ବିଜୟନଗର ଗ୍ରାମରେ ତିନି ମଇଁଷିର ମୃତ୍ୟୁ ଘଟିଛି । ସେହି ଗ୍ରାମର ବାସିନ୍ଦା ସଞ୍ଜୟ ଦାଶ ବାଉଁଶରେ ତିଆରି ଅସ୍ଥାୟୀ ଖୁଂଟ ଏବଂ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନେଇଥିଲେ । ଗତକାଲି ଯେତେବେଳେ ଗ୍ରାମର ଟୁକୁନା ଦାସ ଓ ତାଙ୍କ ଭାଇ ନିଜ ମଇଁଷିମାନଙ୍କୁ ଚରାଇବା ଲାଗି ନେଉଥିଲେ ସେଥିରୁ ତିନିଟି ମଇଁଶି ତାରରେ ହୋଇଥିବା ଯୋଡ଼େଇ ସଂସ୍ପର୍ଶରେ ଆସିବା ଯୋଗୁଁ ବିଦ୍ୟୁତ୍ ଆଘାତ ପାଇ ସେମାନଙ୍କ ମୃତ୍ୟୁ ହୋଇଥିଲା । ଟୁକୁନାଙ୍କ ଭାଇ ଅଳ୍ପକେ ବର୍ତି ଯାଇଥିଲେ । ଏହି ଘଟଣା ପାଇଁ ସଂଜୟ ଦାଶଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରାଯାଇଛି ।
ଏହା ପୂର୍ବରୁ ମେ’ ମାସରେ ବାଙ୍କି ନିକଟସ୍ଥ ଭେଡ଼ା ରାମଚନ୍ଦ୍ରପୁର ଗ୍ରାମରେ ଏକ ହାଇ ଭୋଲଟେଜ୍ ବିଦ୍ୟୁତ ବାଡ଼ ସଂସ୍ପର୍ଶରେ ଆସି ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ସେହି ଘଟଣାରେ ମଧ୍ୟ ବେଆଇନ ହୁକ ଜରିଆରେ ବିଦ୍ୟୁତ୍ ସଂଯୋଗ ନିଆଯାଇଥିଲା ।
ବିଦ୍ୟୁତ୍ ବଂଟନ କଂପାନିଙ୍କ ପରାମର୍ଶକୁ ଲୋକମାନେ ଶୁଣୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ୍ ସଂଯୋଗ ନେଲେ ସେଥିରେ ରହିଥିବା ବିପଦ ବିଷୟରେ ଲୋକମାନଙ୍କୁ ବୁଝାଇବା ଲାଗି ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଗଣ ସଚେତନତା ଅଭିଯାନ ଆୟୋଜନ କରୁଛି ।
“ଏହା କେବଳ ଅନୈତିକ ନୁହେଁ, ବରଂ ଅତ୍ୟନ୍ତ ଅସୁରକ୍ଷିତ ଏବଂ ବ୍ୟବହାରକାରୀ ଓ ସାଧାରଣ ଜନତାଙ୍କ ପ୍ରତି ସେଥିରୁ ବଡ଼ ଧରଣର ବିପଦ ରହିଛି । ଏଭଳି ବେଆଇନ ହୁକ ପକାଇ ବିଦ୍ୟୁତ୍ ଚୋରି କରିବା ଭଳି କାର୍ଯ୍ୟକଳାପଠାରୁ ଲୋକମାନେ ନିଶ୍ଚିତ ଦୂରେଇ ରହିବା ଦରକାର ଏବଂ ଉପଯୁକ୍ତ ଆବେଦନ ଜରିଆରେ ବିଦ୍ୟୁତ୍ ସେବା ସଂଯୋଗ ହାସଲ କରିବା ଉଚିତ । ଏହା ସମସ୍ତଙ୍କ ପାଇଁ ଏକ ସମସ୍ୟା ଏବଂ ଲୋକମାନେ ଏଭଳି କାର୍ଯ୍ୟକଳାପ ବିଷୟରେ ଆମକୁ ୯୪୩୭୧୫୮୬୭୦ ନମ୍ବରରେ ହ୍ୱାଟସ୍‌ଆପ୍ କରି କିମ୍ବା This email address is being protected from spambots. You need JavaScript enabled to view it. ରେ ଇ-ମେଲ୍ ପଠାଇ କିମ୍ବା ଟିପିସିଓଡିଏଲ୍ ମିତ୍ର ଆପ୍‌କୁ ବ୍ୟବହାର କରି ଆମକୁ ଜଣାଇ ଲୋକମାନଙ୍କ ଏବଂ ଗୃହପାଳିତ ପଶୁଙ୍କ ଜୀବନ ବଚାଁନ୍ତୁ । ଖିଲାପକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟିପିସିଓଡିଏଲ୍‌ର ପ୍ରବକ୍ତା କହିଛନ୍ତି ।’’

0
0
0
s2sdefault