ହେଡଲାଇନସ୍:

ବିଜୟ ରଞ୍ଜନ ସିଂ ବାରିହାଙ୍କର ଶ୍ରାଦ୍ଧଦିବସରେ 30 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରଦ୍ଧାଞ୍ଜଳୀ ସଭାରେ ବିଜୟ ବାବୁଙ୍କ ସ୍ମରଣିକା ଉନ୍ମୋଚିତ

ବରଗଡ :- ପୂର୍ବତନ କ୍ୟାବିନେଟ ମନ୍ତ୍ରୀ , ଜିଲ୍ଲା ବିଜୁ ଜନତା ଦଳର ସଭାପତି , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଆଜି ଥିଲା ଶ୍ରାଦ୍ଧ । ଏହି ଅବସରରେ ପଦ୍ମପୁର ସହର ଓ ରାଜବାଟି ପଡିଆ ଲୋକାରଣ୍ୟ ହୋଇ ପଡ଼ିଥିଲା । ନିଜର ଅତି ପ୍ରିୟ ବିଧାୟକ ଙ୍କୁ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ଓ ଶୋକସନ୍ତପ୍ତ ପ୍ରରିବାର କୁ ସମବେଦନା ଜଣାଇବା ପାଇଁ ନିର୍ବାଚନ ମଣ୍ଡଳୀର ର କୋଣଅନୁକୋଣରୁ ଛୁଟି ଅସିଥିଲେ ପ୍ରାୟ ତିରିଶ ହଜାରରୁ ଉର୍ଦ୍ବ ଲୋକ । ରାଜବାଟି ପଡିଆ କୁ ସଂଯୋଗ କରୁଥିବା ପଦ୍ମପୁର ସହରର ସମସ୍ତ ଗଳିକନ୍ଦିରେ ଦେଖିବାକୁ ମିଳୁଥିଲା ପ୍ରବଳ ଭିଡ଼ ।
ଶ୍ରାଦ୍ଧ ଦିବସ ଅବସରରେ ଅୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ପ୍ରଥମେ ଦିବଙ୍ଗତ ବିଧାୟକ ଙ୍କର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ର ମୌନ ପ୍ରାର୍ଥନା କରିଥିଲେ । ଏହାପରେ ଏକ ସ୍ମରଣିକା ର ଉନ୍ମୋଚିତ ହୋଇଥିଲା । ଶ୍ରଦ୍ଧାଞ୍ଜଳୀ ସଭାକୁ ପ୍ରଥମେ ବିଂଝାଲ ସମାଜର ଲାଟ ସଭାପତି ଶ୍ରୀ ହୃଷିକେଶ ବାରିହା ସମ୍ବୋଧିତ କରି ବିଜୟ ବାବୁ ଙ୍କର ସମାଜ ପ୍ରତି ଓ ପଦ୍ମପୁର ପ୍ରତି ରହିଥିବା ସ୍ମରଣଯୋଗ୍ୟ ଅବଦାନ ବାବଦରେ କହିଥିଲେ । ଏହାପରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ସୁଶାନ୍ତ ସିଂ ବିଜୟ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କହିଥିଲେ ଯେ , ଜଣେ ପାଞ୍ଚ ଥର ବିଧାୟକ ହେବା ତାଙ୍କର ଲୋକପ୍ରିୟତା ର ପ୍ରମାଣ । ବିଜୟ ବାବୁ ଜଣେ ନିର୍ଭୀକ , ସ୍ପଷ୍ଟବାଦୀ ବ୍ୟକ୍ତି ଥିଲେ । କୂଟନୀତି ତାଙ୍କୁ ଜଣା ନଥିଲା । ସେ ସବୁବେଳେ ଲୋକଙ୍କ ସହିତ ରହିବାକୁ ପସନ୍ଦ କରୁଥିଲେ ଓ ଅନ୍ୟମାନଙ୍କୁ ମଧ୍ୟ ଲୋକଙ୍କ ସହିତ ରହିବାକୁ ପରାମର୍ଶ ଦେଉଥିଲେ । ଭଗବାନ ତାଙ୍କର ଆତ୍ମା କୁ ସଦ୍ଗତି ପ୍ରଦାନ କରିବା ସହିତ ତାଙ୍କର ପରିବାରକୁ ସାହସ ପ୍ରଦାନ କରନ୍ତୁ ।
ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ପଟଣାଗଡ଼ ବିଧାୟକ ଶ୍ରୀ ସରୋଜ ମେହେର , ଆପିକଲ ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର , ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର , ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ଶ୍ରୀ ନାରାୟଣ ସାହୁ , ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ନୀଳ କୁମାରୀ ନାୟକ , ପାଇକମାଲ ବ୍ଲକ ସଭାପତି ଶ୍ରୀମତୀ ଭାବନା ସିଂ , ଶ୍ରୀମତୀ ମାମି ମିଶ୍ର , ସ୍ବର୍ଗତ ବିଜୟ ବାବୁ ଙ୍କର ସମୁଦି ପୂର୍ବତନ ବିଧାୟକ ଶ୍ରୀ ବଳିୟାର ସିଂ , ପ୍ରମୁଖ , ବିଜୟ ବାବୁ ଙ୍କର ସହିତ ସେମାନଙ୍କ ସମ୍ପର୍କ ଓ ବିଜୟ ବାବୁ ଙ୍କର ସ୍ମରଣୀୟ କାର୍ୟ୍ଯ ଉପରେ ଆଲୋକ ପାତ କରିଥିଲେ ।
ପଦ୍ମପୁର ରାଜବାଟି ପଡିଆ ଓ ସହରରେ ଲୋକଙ୍କ ଭିଡ଼ ଆଜି ବିଜୟ ବାବୁ ଙ୍କର ଲୋକପ୍ରିୟତା କୁ ସ୍ପଷ୍ଟ ଭାବରେ ପ୍ରମାଣିତ କରୁଥିଲା ଏଥିରେ ସନ୍ଦେହ ନାହିଁ ।

0
0
0
s2sdefault