ହେଡଲାଇନସ୍:

ହୋଇପାରିଲାନି ମାନଭଞ୍ଜନ, ସ୍ୱାଧୀନ ଭାବେ ରାଜେନ୍ଦ୍ରଙ୍କ ନାମାଙ୍କନ ପତ୍ର ଦାଖଲ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ : (ସତ୍ୟବ୍ରତ ନାୟକ): ଧାମନଗର ଉପନିର୍ବାଚନ ପାଇଁ ଜାରି ରହିଥିବା ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ବିଜେଡି ଟିକଟରୁ ବଞ୍ଚିତ ହେବା ପରେ ଦଳୀୟ ନିଷ୍ପତ୍ତିରେ କ୍ଷୁବ୍ଧ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲର ଶେଷ ଦିନରେ ନୋମିନେସନ ଫାଇଲ୍ କରିଛନ୍ତି ରାଜେନ୍ଦ୍ର ।ସୂଚନା ଥାଉକି, ଦଳରେ ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ତେବେ ରାଜେନ୍ଦ୍ରଙ୍କୁ ମନାଇବାକୁ ସେଠାରେ ଅନେକ ହେବିଓ୍ୱେଟ ନେତା ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ । ହେଲେ ରାଜେନ୍ଦ୍ର ସେମାନଙ୍କ କଥାରେ ରାଜି ନହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଦଳର ବିରୋଧରେ ଖୋଲା ବିଦ୍ରୋହ ବ୍ୟକ୍ତ କରି ସେ ଆଜି ବିରାଟ ଶୋଭଯାତ୍ରାରେ ଯାଇ ନିଜର ନାମାଙ୍କନ ଦାଖଲ କରିଥିଲେ।

0
0
0
s2sdefault