ହେଡଲାଇନସ୍:

ଆଗାମୀ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମଙ୍ଗ କିଏ ଧରିବ !

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର : ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ଗତ ୩ ତାରିଖ ଦିନ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ଘଟିଛି । ବିଧାୟକଙ୍କ ଦେହାନ୍ତ ପରେ ରାଜନୈତିକ ଚର୍ଚାରେ ଏବେ ଯୋର ଧରିଛି କି ଆଗାମୀ ଦିନରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ମଙ୍ଗ କିଏ ଧରିବ । ସ୍ୱର୍ଗତ ବିଧାୟକ ଙ୍କ ଅନ୍ତେଷ୍ଠିକ୍ରିୟା ସମାପନ ହୋଇନଥିବା କାରଣରୁ ସେତେ ମାତ୍ରାରେ ବିରୋଧି ଦଳର ରାଜନୈତିକ ଚର୍ଚା ସାମନାକୁ ଆସୁ ନାହିଁ , ହେଲେ ଭିତରେ ଭିତରେ କର୍ମୀ ମାନଙ୍କୁ ନେଇ ବିରୋଧୀ ଦଳ ବୈଠକ ମାନ କରି କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଉଥିବା ଖବର ସାମନାକୁ ଆସୁଛି । ବର୍ତମାନ ଉପନିର୍ବାଚନ ହେବା ନେଇ ସମ୍ଭାବନା ରହିଥିବା ନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୋକମାନେ ବିଭିନ୍ନ ଦାବୀ ଗୁଡିକ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଲିଛି । ସାମାଜିକ ଗଣମାଧ୍ୟମରେ ଜନସାଧାରଣ ନିଜର ଦାବୀ ଉପସ୍ଥାପନ କରୁଥିବା ଦେଖିବାକୁ ମିଲୁଛି । ପଦ୍ମପୁର ଅଂଚଲର ବହୁ ଦିନର ଦାବୀ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ଯାହାକି ବାରମ୍ବାର ଆନ୍ଦୋଳନ ହୋଇଥିଲେ ମଧ୍ୟ ହୋଇ ପାରି ନାହୀଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବିଷୟ ପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶୃତି ପରେ ଦୀର୍ଘ ଦିନରେ ଆନ୍ଦୋଳ ସ୍ଥଗିତ ହୋଥିଲା , କିନ୍ତୁ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଆନ୍ଦୋଳନ ଏବେ ପୁଣି ମୁଣ୍ଡ ଟେକିବାକୁ ଲାଗିଲାଣି । ଏହା ସହ ପାଇକମାଲ କୁ ଏନଏସି ମାନ୍ୟତା ଓ ପାଇକମାଲ ଡାକ୍ତରଖାନାକୁ ସିଏଚସି ଘୋଷଣା ପାଇଁ ଲୋକାମାନେ ଦାବୀ ଜଣାଇଲେଣି ।
ସାଧାରଣରେ ଦେଖିବାକୁ ଗଲେ ବିଧାୟକଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥାଏ । ପଦ୍ମପୁର ନିର୍ବାଚନ ମଣ୍ଡଳୀ ମଧ୍ୟ ଉପନିର୍ବାଚନ ଦେଖିବାର ସମ୍ଭାବନା ରହିଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଶାସକ ଦଳର ବିଧାୟକ ନିର୍ବାଚିତ ହୋଇଥିଲେ ତେଣୁ ଶାସକ ଦଳ ପକ୍ଷରୁ ସ୍ୱର୍ଗତ ବିଧାୟକଙ୍କ ପରିବାରୁ କେଜି ଜଣେ ପ୍ରାର୍ଥୀ ହେବା ଅନୁମାନ କରାଯାଉଛ, କାହିଁକି ନା ଆଗରୁ ଓଡିଶାରେ ହୋଇଥିବା ଉପନିର୍ବାଚନରେ ଦିବଙ୍ଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଦଳ ପ୍ରାର୍ଥ କରୁଥିବା ଦେଖରବାକୁ ମିଲୁଛି । ବିଜେପୁର ହେଉ ଅବା ପିପିଲି ହେଉ ଅବା ବ୍ରଜରାଜନଗର ସବୁ ଜାଗାରେ ଦିବଙ୍ଗତ ବିଧାୟକଙ୍କ ପରିବାର ଲୋକଙ୍କୁ ଦଳ ପ୍ରାର୍ଥ କରି ବିଜୟୀ ମଧ୍ୟ ହୋଇଛି । ସେଥିରୁ ଅନୁମାନ କରାଯାଉଛି କି ପଦ୍ମପୁରରେ ମଧ୍ୟ ସମାନ ଭାବରେ ଶାସକ ଦଳ ପ୍ରାର୍ଥୀ ଦେଇପାରେ । ପଦ୍ମପୁର ବିଧାୟକଙ୍କ ପରିବାରରେ ସ୍ୱର୍ଗତ ବିଧାୟକଙ୍କ ସ୍ତ୍ରୀ ତିଲୋତମା ସିଂ ବରିହା, ଏକ ମାତ୍ର ପୁଅ ଭୋଜରାଜ ସିଂ ବରିହା ଏବଂ ଦୁଇଟି ଝିଅ ଅଛନ୍ତି । ବିଦାୟକ ବହୁ ପୂର୍ବରୁ ତାଙ୍କ ପୁତ୍ରକୁ ପରୋକ୍ଷ ଭାବରେ ରାଜନି÷ତିକ ମଇଦାନରେ ଓହ୍ଲାଇ ସାରିଥିଲେ । ଭୋଜରାଜ ସିଂ ବରିହା ଅଳ୍ପ କମ ଦିନରେ ମଧ୍ୟ ସେ ତାଙ୍କ ବ୍ୟବହାର ଓ ମେଲାପି ଗୁଣ ଯୋଗୁଁ କେବଳ ଯୁବକ ନୁହେଁ ମହିଳା ଓ ବୟସ୍କ ମାନଙ୍କ ମଧ୍ୟ ପ୍ରିୟ ଭାଜନ ହୋଇଥିଲେ । ସେ ଲୋକଙ୍କ ସୁବିଧା ଅସୁବିଧା ବାପାଙ୍କ ପାଖରେ ଉପସ୍ଥାପନା କରି ଲୋକଙ୍କ ସମସ୍ୟା ଦୁର କରୁଥିଲେ । ହେଲେ ଭୋଜରାଜ ସିଂ ବରିହାଙ୍କ ନିର୍ବାଚନରେ ପ୍ରାର୍ଥୀତ୍ୱ ପାଇଁ ବୟସ କମ ରହିଥିବା ସାଧାରଣରେ ଚର୍ଚା ହେଉଛି । ଯାହା ଦ୍ୱାରା ସେ ପ୍ରାର୍ଥୀ ହେବା ନେଇ ଅନିଶ୍ଚିତତା ରହିଛି । ଅନ୍ୟ ପଟେ ସ୍ୱର୍ଗତ ବିଧାୟଙ୍କ ଧର୍ମପତ୍ନୀ ତିଲୋତମା ସିଂ ବରିହା ସିଧାସଲଖ ଭାବରେ କେବେ ବି ରାଜନୈତିକ ମଇଦାନରେ ଓହ୍ଲାଇ ନ ଥିଲେ ମଧ୍ୟ ଲୋକଙ୍କ ସହ ସୁସମ୍ପର୍କ ଓ ଜନପ୍ରିୟତା ରହିଛି ଏବଂ ତାଙ୍କର ରାଜନିତି ଅଗାଢ ଜ୍ଞାନ ଥିବା ମଧ୍ୟ ଚର୍ଚା ରହିଛି । ତେଣୁ ତିଲୋତମା ସିଂ ବରିହା ଶାସକ ଦଳ ପକ୍ଷରୁ ପ୍ରାର୍ଥୀ ହେବା ଅଧିକ ସମ୍ଭାବନା ରହିଛି ।
୨୦୧୯ ସାଧାରଣ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ଥିବା ବିରୋଧି ଦଳ ବିଜେପିରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ପୁଣି ଥରେ ବିଜେପରୁ ପ୍ରାର୍ଥୀ ହେବା ନେଇ ସୁନିଶ୍ଚିତତା ରହିଥିବା ମନେ ହୁଏ । କାହିଁକି ନାଁ ଶ୍ରୀ ପୁରୋହିତଙ୍କ ଦଳରେ ସଂଗଠନ ମଜବୁତ ରହିଛି । ସେ ୨୦୧୪ ସାଧାରଣ ନିର୍ବାଚନରେ ପଦ୍ମପୁରରୁ ବିଜୟୀ ହୋଇ ବିଧାନ ସଭାରେ ଶ୍ରେଷ୍ଟ ବିଧାୟକ ଭାବରେ ପୁରଷ୍କୃତ ହୋଇଥିଲେ । ସେ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହୋଇ ମଧ୍ୟ ନିଜର ସଂଗଠନକୁ ଦୁର୍ବଳ ହେବାକୁ ଦେଇ ନାହାଁନ୍ତି । ଇତି ମଧ୍ୟରେ ପଦ୍ମପୁର ବିଧାୟଙ୍କ ବିୟୋଗ ପରେ ସେ ନିଜ କର୍ମୀ ମାନଙ୍କୁ ନେଇ ବୈଠକ ମାନ କରୁଥିବା ଖବର ସାମ୍‌ନାକୁ ଆସିଛି ଯାହା ହେବାକୁ ଥିବା ଉପନିର୍ବାଚନରେ ରଣ କୌଶଳର ପ୍ରାକ ପ୍ରସ୍ତୁତି ବୋଲିନ ଅନୁମାନ କରାଯାଉଛି । ଗତ ସାଧାରଣ ନିର୍ବାଚନରେ ବିଜେପିର ବରିଷ୍ଠ ନେତା ତଥା ସଂଗଠକ ରାଜୁ ଘିବେଲା ସ୍ୱାଧିଣ ଭାବରେ ପ୍ରାର୍ଥ ହୋଇଥିଲେ ମଧ୍ୟ ସେ ବର୍ତମାନ ନିଜ ପୁରୁଣା ଦଳକୁ ଫେରଛନ୍ତି । ରାଜୁ ଘିବେଲାଙ୍କ ଦଳକୁ ପ୍ରତ୍ୟାବର୍ତନ ବିଜେପିକୁ ଆହୁରି ସୁଦୃଢ କରିବା ନେଇ ଆଶଙ୍କା କରାଯାଉଛି ।
ପଦ୍ମପର ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଭାରତୀୟ ଜାତୀୟ କଂଗ୍ରେସ ଅଂଚଳରେ ସେତେ ମାତ୍ରାରେ ସକ୍ରିୟ ନଥିବା ଭଲି ମନେ ହେଉଛି । କାହିଁକି ନା ଭାରତୀୟ ଜାତୀୟ କଂଗ୍ରେସର ସଂଗଠନ ସେତେ ମଜବୁତ ଥିବା ଦେଖିବାକୁ ମିଲୁନାହିଁ । ଓଡିଶାରେ ଭାରତୀୟ ଜାତୀୟ କଂଗ୍ରେସର ସରକାର ଥିବା ସମୟରେ ପଦ୍ମପୁରନ ନିର୍ବାଚନ ମଣ୍ଡଳୀରତତକାଳୀନ ବିଧାୟକ ଶ୍ରୀ ସତ୍ୟଭୂଷଣ ସାହୁ ସରକାରୀ ଦଳ ମୁଖ୍ୟ ସଚେତକ ଭାବରେ ଦାୟିତ୍ୱ ତୁଲାଇଥିଲେ । ଭାରତୀୟ ଜାତୀୟ କଂଗ୍ରେସର ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ସେତେ ମାତ୍ରାରେ ଇଛୁକ ନଥିବା ଚର୍ଚା ହେଉଛି ହେଲେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ଗୋଟିଏ ପ୍ରତିନିଧି ଦଳ ପଦ୍ମପୁର ଆସି କାହାକୁ ପ୍ରାର୍ଥୀ କରିବେ ସେ ନେଇ ତର୍ଜମା ଆଲୋଚନା ହେବାନେଇ ବିଶ୍ୱସ୍ଥ ସୁତ୍ରରୁ ଖବର ରହିଛି । ତେବେ ଭାରତୀୟ ଜାତୀୟ କଂଗ୍ରେସରୁ ପ୍ରାର୍ଥ ହୋଇଥିବା ଶ୍ରୀ ସତ୍ୟଭୂଷଣ ସାହୁ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି ଅନୁମାନ କରାଯାଉଛି ।
ଏବେ ପଦ୍ମପୁର ଅଂଚଳର ମୁଖ୍ୟ ସମସ୍ୟା ଚାଷୀଙ୍କ ସମସ୍ୟା । ଚାଷୀଙ୍କ ଫସଳ ବୀମା ପ୍ରଦାନରେ ଅନିୟମିତତା କରି ବୀମା କମ୍ପାନୀ ଚାଷୀଙ୍କୁ ଭୂଆଁ ବୁଲାଇ ଚାଲିଛି । ଚାଷୀ ମାନେ ବୀଭିନ୍ନ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ,ଉପ ଜିଲ୍ଲାପାଳ କାର୍ଯ୍ୟାଳୟ, ତଥା ରାଜରାସ୍ତା ଓ ରେଲରୋକ କରି ଆନନ୍ଦୋଳନ କରିଥିଲେ ମଧ୍ୟ ସରକାର ଠିକ ଭାବରେ ଚାଷୀଙ୍କ ସମସ୍ୟା ସମାଧାନ କରିନହାଁନ୍ତି ।ତେଣୁ କୃଷକ ସଂଗଠନ ହେବାକୁ ଥିବା ଉପନିର୍ବାଚନରେ ପ୍ରାର୍ଥି ଦେବ ବୋଲି ସ୍ଥିର କରିଥିାବା ଜଣା ପଡିଛି ଏହା ସହ କୃଷକମ ସଂଗଠନକୁ କୋସଲ ସେନା ସମର୍ଥନ ଜଣାଇବ ବୋଲି ବିଶ୍ୱସ୍ଥସୂତ୍ରରୁ ଜଣା ପଡିଛି । ତେବେ କୃଷଷ ମାନଙ୍କ ତାତି ଉପନିର୍ବାଚନରେ କେତେ ପ୍ରଭାବ ପକାଉଛି ତାହା ସମୟ ହିଁ ଠିକ ଭାବରେ କହି ପାରିବ ।
କିଛି ଦିନ ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏକ ନୁଆ ମୋଡ ଦେଖିବାକୁ ମିଲିଥିଲା ପ୍ରଶାସନିକ ଅଧିକାରୀ ତଥା ଟାଲ ମାଟିର ପୁଅ ଶ୍ରୀ ମହେନ୍ଦ୍ର ବଢେଇ ନିର୍ବାଚନ ମଇଦାନରେ ପାଦ ଥାପିବା ନେଇ ବିଭିନ୍ନ ଗଣ ମଧ୍ୟମରେ ଚର୍ଚା ଯୋର ଧରିଥିଲା , ଶ୍ରୀ ବଢେଇ ଭୂବନେଶ୍ୱର କୁଲତା ସମାଜ ସଂଗଠନ ତରଫରୁ ଅଂଚଳର ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ । ଯାହା ଦ୍ୱାରା ସେ ଲୋକଙ୍କ ଅତି ପ୍ରିୟ ଭାଜନ ହୋଇପାରିଥିଲେ । ଏବଂ ବିଶ୍ୱସ୍ଥ ସୁତ୍ରରୁ ମିଲିଥିବା ଖବର ଅନୁସାରେ ଗତ ପଂଚାୟତ ନିର୍ବାଚନରେ ସେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥୀତ ପ୍ରାଥୀ ମାନଙ୍କୁ ବିଜୁ ଜନତା ଦଳ ପ୍ରାର୍ଥୀ କରିଥିଲା ଏବଂ ବିଜୟୀ ମଧ୍ୟ ହୋଇଥିଲା । ସେଥିରୁ ତାଙ୍କର ସଂଗଠନର ଦୃଢତା ପ୍ରମାଣିତ ହୋଇଥିଲେ । ତେବେ ଶ୍ରୀ ବଢେଇ ଶାସକ ଦଳରୁ ପ୍ରାର୍ଥୀ ହେବେ ନାଁ ଦଳ ଯାହାକୁ ପ୍ରାର୍ଥୀ କରିବ ତାକୁ ସମର୍ଥଣ ଜଣାଇବେ ତାହା ସାଧାରଣରେ ଚର୍ଚା ।
ତେବେ ପଦ୍ମପୁର ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ଜନତା କାହାକୁ ସମର୍ଥନ ଜଣାଇବେ , ଜନତାଙ୍କ ସମସ୍ୟାର ସମାଧାନ କେତେ ମାତ୍ରାରେ ହେଉଛି ନାଁ ହେଉ ନାହିଁ ତାହା ଦେଖିବାକୁ ବାକି ରହିଲା ।

0
0
0
s2sdefault