ଭୁବନେଶ୍ୱର / ଜାରକା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।
ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି । ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି ।
ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ସହରରେ ଏହି ଟ୍ରେଣ୍ଡ୍ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି । ଭୁବନେଶ୍ୱରର ଖାରବେଳନଗର ଓ ଯାଜପୁର ଜାରକା ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ ।
ଭୁବନେଶ୍ୱର ଜନପଥ, ଖାରବେଳନଗର ଟ୍ରେଣ୍ଡ୍ସର ନୂଆ ଷ୍ଟୋର ୯,୫୮୭ ବର୍ଗଫୁଟ ପରିମିତ ହୋଇଥିବା ବେଳେ ଯାଜପୁରର ଜାରକା ସ୍ଥିତ ଟ୍ରେଣ୍ଡ୍ସ ଷ୍ଟୋର ୪୩୦୦ ବର୍ଗଫୁଟ ପରିମିତି ରହିଛି । ଏହି ଦୁଇଟି ନୂଆ ଟ୍ରେଣ୍ଡ୍ସ ଷ୍ଟୋର୍ର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି । ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ ।
ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଭୁବନେଶ୍ୱରର ଜନପଥ, ଖାରବେଳନଗର ଓ ଯାଜପୁରର ଜାରକା ଖୋଲିଥିବା ନୂଆ ଟ୍ରେଣ୍ଡ୍ସ ଷ୍ଟୋର୍ ।
ରାଜ୍ୟ
ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍ସ ଏବେ ଭୁବନେଶ୍ୱରର ଜନପଥ, ଖାରବେଳ ନଗର ଓ ଯାଜପୁରର ଜାରକା ସହରରେ
- Hits: 274