ବ୍ରଜରାଜନଗର ଭଳି ଧାମନଗରର ମଧ୍ୟ ବିଜେଡି ସହିତ କଂଗ୍ରେସର ସିଧାସଳଖ ଲଢେଇ ହେବ
ଭୁବନେଶ୍ୱର : ରାଜ୍ୟରେ ପୂର୍ବାପେକ୍ଷା କଂଗ୍ରେସର ସ୍ଥିତିରେ ଯଥେଷ୍ଟ ଉନ୍ନତି ଆସଛି | ଆଉ ବ୍ରଜରାଜନଗର ଭଳି ଧାମନଗରର ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ ସହ କଂଗ୍ରେସର ଲଢେଇ ହେବ ବୋଲି ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ | କମିଟି ସୁପାରିଶ ଅନୁଯାୟୀ ଏଆଇସିସି ଅନୁମୋଦନକ୍ରମେ ଖୁବଶୀଘ୍ର ପ୍ରାର୍ଥୀ ଚୟନ ହେବ | ଏଥିନେଇ ଦଳ ବରିଷ୍ଠ ନେତୃବୃନ୍ଦଙ୍କ ସହ ମୁଁ ଆଲୋଚନା କରିଛି | ଆଗକୁ ଆଲୋଚନା ମଧ୍ୟ ହେବ | ଓଡ଼ିଶାର ଜନସାଧାରଣ ବି ବୁଝିବା ଆରମ୍ଭ କଲେଣି ଯେ ରାଜ୍ୟ ସରକାର ସବୁ ଦିଗରୁ ଅସଫଳ | ରାଜ୍ୟରେ ବେକାରୀ ବଢିଛି, ମହିଳା ମାନେ ଅସୁରକ୍ଷିତ | ନା ଚାଷୀଙ୍କ ସମସ୍ୟା ସମାଧାନ ହେଲା ନା ଦରଦାମ ନିୟନ୍ତ୍ରଣକୁ ଆସିଲା | ଓଡିଶାବାସୀ ଜାଣିସାରିଲେଣି ବିଜେପି ବିଜେଡି ଦୁଇଭାଇ | ତେଣୁ ଏହାର ବିକଳ୍ପ ହେଉଛି ଏକମାତ୍ର କଂଗ୍ରେସ ଦଳ | ଲୋକମାନେ କଂଗ୍ରେସକୁ ନିଶ୍ଚୟ ସମର୍ଥନ କରିବେ ଓ ବ୍ରଜରାଜ ନଗର ଭଳି ଧାମନଗରର ମଧ୍ୟ ବିଜେଡି ସହିତ କଂଗ୍ରେସର ସିଧାସଳଖ ଲଢେଇ ହେବ ବୋଲି କହିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ |