ହେଡଲାଇନସ୍:

BREAKING : ଜୀବନ ଯୁଦ୍ଧରେ ହାରିଗଲେ ବିଜୟ :ପରଲୋକରେ ପଦ୍ମପୁର ବିଧାୟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳ ସଭାପତି, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା ଙ୍କର ରବିବାର ରାତ୍ର ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟ ହୋଇଯାଇଛି । ତାଙ୍କୁ 65 ବର୍ଷ ବୟସ ହୋଇଥିଲା | ବିଧାୟକ ଶ୍ରୀ ବାରିହା ଗତ କିଛି ଦିନ ହେବ ଅସୁସ୍ଥତା କାରଣରୁ ଆପୋଲୋରେ ଚିକିତ୍ସିତ ହେଉଥିଲେ । ଶ୍ରୀ ବାରିହା ଜଣେ ସ୍ପଷ୍ଟବାଦୀ ରାଜନେତା ଭାବେ ପରିଚିତ ଥିଲେ | ସମସ୍ତଙ୍କର ଅତି ପ୍ରିୟ ନେତା ଭାବରେ ବେଶ ପରିଚିତ । ତାଙ୍କର ଅକାଳ ବିୟୋଗରେ ପଦ୍ମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି |
ପୂର୍ବତନ ମନ୍ତ୍ରୀ ଶ୍ରୀ ବରିହା ୧୯୯୦ ମସିହାରେ ପ୍ରଥମ ଥର ପାଇଁ ଜନତା ଦଳରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିବା ବେଳେ ପରେ ପରେ ୧୯୯୫(ଜନତା ଦଳ) , ୨୦୦୦, ୨୦୦୯ ଓ ୨୦୧୯ ବିଜୁ ଜନତା ଦଳରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାରରେ ୨୦୦୯ରେ  ହରିଜନ- ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ |

0
0
0
s2sdefault