ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଘୋଷଣା କ୍ରମେ ବିଜୁ ଜନତା ଦଳର ସାରା ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବା ବେଳେ ରବିବାର ଦିନ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ନେତୃତ୍ୱରେ ପାଣ୍ଡେରିପଡା ପଞ୍ଚାୟତ ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସହିତ କୁରାଳ, ସୁନାମୁଁହି, ରୋହିବାଙ୍କ, କୋମଣ୍ଡ, ପନ୍ତିଖାରୀ, ରଙ୍ଗଣୀପାଟଣା, କୋରପିଠା ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଏଥିରେ ଯୋଗ ଦେଇଥିଲେ ।
ଆଜିର ପଦଯାତ୍ରା ଦେଓଗାଁରୁ ଆରମ୍ଭ ହୋଇ ଭାଲିଆଡ଼ିହି, ମଦନପୁର ଅତିକ୍ରମ କରି ପାଣ୍ଡେରିପଡାରେ ପହଞ୍ଚିଥିଲା। ଶେଷରେ ପାଣ୍ଡେରିପଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ପଥପ୍ରାନ୍ତ ସଭାର ଆୟୋଜନ ହୋଇଥିଲା । ବିଜୁ ଜନତା ଦଳ ରାଜ୍ୟରେ ଦିର୍ଘବର୍ଷ ଧରି ସରକାର ଗଢି ଶାସନ କ୍ଷମତାରେ ରହି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରଣୟନ ଯୋଜନାର ସଫଳତାକୁ ପାଥେୟ କରି ଜନସାଧାରଣଙ୍କର ନିକଟତର ହେବା ସହିତ ଆଗାମୀ ଦିନରେ ସମର୍ଥକ, କର୍ମୀ ଓ ଜନସାଧାରଣଙ୍କ ଆଶିର୍ବାଦରେ ଦଳକୁ ଓଡ଼ିଶାର ଏକମାତ୍ର ସଂଖ୍ୟାଗରିଷ୍ଠ ଦଳ ଭାବେ ପ୍ରତିଷ୍ଠିତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି । ପାଣ୍ଡେରିପଡା ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସମିତି ସଭ୍ୟା ଗୌରୀ ସାହୁ, ସଞ୍ଜୟ ଜେନା, ରାଜୁ ସାହୁ ଏବଂ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ସହଯୋଗ କରିଥିଲେ।