ହେଡଲାଇନସ୍:

କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜେଡିର ବାଜିମାତ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ୧୫ ରୁ ୧୫ ପୋଛିନେଲା ବିଜେଡ଼ି : ୧୫ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ବିଜୟୀ

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ, ବିକାଶମ୍ମୁଖୀ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ଲିମିଟେଡ଼ର ବ୍ୟାଙ୍କ ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ୧୫ ରୁ ୧୫ ଜଣ ପ୍ରାର୍ଥୀ ନିର୍ଦ୍ଦ୍ବନ୍ଦ୍ବରେ ବିଜୟ ଲାଭ କରିଛନ୍ତି । ୧୫ ରୁ ୧୫ ପଦବୀକୁ ବିଜେଡ଼ି ପୋଛି ନେଇଯାଇଥିବାରୁ ବିଜେଡ଼ି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ୧୫ଜଣ ବ୍ୟାଙ୍କ ପରିଚାଳକ ମଧ୍ୟରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରୁ ପ୍ରଭାତଚନ୍ଦ୍ର କାନୁନଗୋ, ଆଠଗଡ଼ରୁ ପ୍ରସନ୍ନ କୁମାର ସ୍ୱାଇଁ, କଟକ ସଦର ରୁ ଅଚ୍ୟୁତାନନ୍ଦ ଦାସ, ସାଲେପୁରରୁ ସରୋଜ କୁମାର ମହାପାତ୍ର, ପାରାଦ୍ୱୀପ ରୁ ଆରତୀ ମହାନ୍ତି, ବାଲିକୁଦା ଏରସମା ରୁ ଚିତରଂଜନ ପୁହାଣ, ଜଗତସିଂହପୁର ରୁ କୈଳାସ ଚନ୍ଦ୍ର ପାଲ, ପାଟକୁରା ରୁ ସରୋଜକାନ୍ତ ସାହୁ, ରାଜନଗରରୁ ଅରୁଣ କୁମାର ସାହୁ, କେନ୍ଦ୍ରାପଡ଼ାରୁ ସୁଜାତା ଦାସ, ବଡ଼ଚଣା ଯାଜପୁର ରୁ ଶରତଚନ୍ଦ୍ର ସାହୁ, ଧର୍ମଶାଳା ଯାଜପୁରରୁ ଦୁଃସାଶନ ସାହୁ, ଯାଜପୁର ଦଶରଥପୁର ରୁ କେଶବଚନ୍ଦ୍ର ସେଠୀ, ନିଆଳି ରୁ ରାଜଲକ୍ଷ୍ମୀ ସାହୁ ପ୍ରମୁଖ କଟକ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଙ୍କ ଲିମିଟେଡ଼ର ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ନିଦ୍ୱର୍ନ୍ଦରେ ବିଜୟଲାଭ କରିଛନ୍ତି । ବିଜୟ ଲାଭ କଲାପରେ ସମସ୍ତ ନିର୍ଦ୍ଦେଶକ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଗଭୀର କୃତଜ୍ଞତା ଓ ସାଧୁବାଦ ଜ୍ଞାପନ କରିଛନ୍ତି । ଅପରପକ୍ଷରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ନେତୃତ୍ୱରେ ଏହା ସମ୍ଭବ ହୋଇପାରିଥିବାରୁ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି , ନିର୍ଦ୍ଦେଶକ ମାନେ ବିଧାୟକ ଶ୍ରୀ ଜେନାଙ୍କୁ ପ୍ରଶଂସା କରିଛନ୍ତି ।

 

0
0
0
s2sdefault