ହେଡଲାଇନସ୍:

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର: ଆଜି ବିଜେପୁର ବ୍ଳକ୍ ଖରମୁଣ୍ଡା ଗ୍ରାମ ପଞ୍ଚାୟତ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ପଞ୍ଚାୟତର ସରପଞ୍ଚ ମନୋଜ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ବିଜେପୁର୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡ଼l . ସୁଶାନ୍ତ ମେହେର ,ସମ୍ମାନିତ ଅତିଥି ଭାବେ ଡl. ସୁଦାମ ସାହୁ , ସମାଜସେବୀ ତଥା ଶିକ୍ଷକ ପୁରନ ମେହେର , ବଶିଷ୍ଠ ବାରିକ୍ ,ଅକ୍ଷୟ ରଣା , ସୁଧୀର ବେହେରା, ହରି କୁମ୍ଭାର , ଅଚ୍ୟୁତ ତ୍ରିପାଠୀ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସଫେଇ ସହ ବୃକ୍ଷରୋପଣକାର୍ଯ୍ୟ କ୍ରମ କରାଯାଇଥିଲା । ଶେଷରେ ଜିଆର୍ ଏସ୍ ଦୀନବନ୍ଧୁ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault