ହେଡଲାଇନସ୍:

ପୂର୍ବତଟ ରେଳପଥ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ-ସ୍ଵଚ୍ଛତା ପକ୍ଷ (ପଖୱାଡା) ସମାପନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

* ପ୍ରଭାତ ଫେରୀ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ

* ସ୍ୱଚ୍ଛତା ସଚେତନତା ଉପରେ ନୁକ୍କଡ ନାଟକ

* ସ୍ୱଚ୍ଛତା ପକ୍ଷ୍ୟର ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କାର ବିତରଣ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆଜି ପୂର୍ବ ତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ରେଳ ସଦାନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ଠାରେ ପାଳିତ ହୋଇଛି। ପୂବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ ପୂର୍ବତଟ ରେଳପଥ ର ମହିଳା କଲ୍ୟାଣ ସଂଗଠନର କର୍ମଚାରୀ ମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |

ଏହାପରେ ସମସ୍ତ ପୂର୍ବତଟ ରେଳପଥର ଅଧିକାରୀମାନେ ପ୍ରଭାତ ଫେରି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ | ଏହି ଅବସରରେ ସ୍ୱଚ୍ଛତାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ନୁକ୍କଡ ନାଟକ ର ଆୟୋଜନ କରାଯାଇଥିଲା। ପୂର୍ବତଟ ରେଳପଥ 16 ସେପ୍ଟେମ୍ବର ରୁ 30 ସେପ୍ଟେମ୍ବର 2022 ପର୍ଯ୍ୟନ୍ତ ସ୍ଵଚ୍ଛତା ପକ୍ଷ୍ୟ (ପଖୱାଡା) ର ଆୟୋଜନ କରିଥିଲା। ସମସ୍ତ ସ୍ତରର ରେଳବାଇ କର୍ମଚାରୀ ମାନେ ଷ୍ଟେସନ, ଟ୍ରେନ୍, କୋଚ୍ ରକ୍ଷଣାବେକ୍ଷଣ ଡିପୋ, ବିଭିନ୍ନ କାର୍ଯ୍ୟାଳୟ, କର୍ମକ୍ଷେତ୍ର ଏବଂ ରେଳ କଲୋନୀରେ ଆୟୋଜିତ ସ୍ଵଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ଵଚ୍ଛତା ପକ୍ଷ୍ୟ ପାଳନ ସମୟରେ ପୂର୍ବତଟ ରେଳ କର୍ମଚାରୀଙ୍କ ପିଲା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଚିତ୍ର, ପ୍ରବନ୍ଧ ଲେଖା ଇତ୍ୟାଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସ୍ଵଚ୍ଛତା ପକ୍ଷ୍ୟ ସମାପନ ଅବସରରେ ପୂବତଟ ରେଳପଥର ମହାପ୍ରବନ୍ଧକ ଏହି ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ। ପ୍ରମୁଖ ମୁଖ୍ୟ ମେକାନିକାଲ୍ ଇଞ୍ଜିନିୟର ଶ୍ରୀ ଆର ରାଜଗୋପାଲ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ବିଭାଗର ସମସ୍ତ ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

0
0
0
s2sdefault