ହେଡଲାଇନସ୍:

ଝାରବନ୍ଧ ସମିତି ବୈଠକ ବାତିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ କାର୍ଯ୍ୟାଳୟ ସମ୍ବିଲନି କକ୍ଷ ରେ ଗତ 28.09 ତାରିଖ ଦିନ ସମିତି ବୈଠକ ହେବାର ଧର୍ଯ୍ୟ ହୋଇଥିଲା l ସର୍ବ ମୋଟ 14 ସମିତି,14 ସରପଞ୍ଚ ଙ୍କ ମଧ୍ୟ ରୁ 5 ଜଣ ସରପଞ୍ଚ 4 ସମିତି ସଭ୍ୟ ବୈଠକ ରେ ଯୋଗ ଦେଇଥିଲେ l ଆବଶ୍ୟକ ଅନୁଯାୟୀ ସଦଶ୍ୟ ଯୋଗ ଦେଇ ନ ଥିବାରୁ ବୈଠକ କୁ ବାତିଲ ଘୋଷଣା କରାଯାଇଥିଲା l ଜିଲ୍ଲା ପରିଷଦ ଜୋନ 1 ରୁ ସୁଶୀଲ ମରେଇ, ଜୋନ 2 ରୁ ସନ୍ତୋଷ ବେହେରା ବିଧାୟକ ପ୍ରତିନିଧି ପ୍ରଶାନ୍ତ ମହାନ୍ତି ସାଂସଦ ପ୍ରତିନିଧି ହରିହର ସାହୁ ବୈଠକ ରେ ଯୋଗ ଦେଇଥିଲେ l ଏ ସମ୍ପର୍କ ରେ ବି. ଡି. ଓ ସୁନୀଲ ମେହେର ଙ୍କୁ ଆମ ପ୍ରତିନିଧି ପଚାରିବାରୁ ବ୍ଲକ ଅଧ୍ୟକ୍ଷା ଙ୍କ ନିର୍ଦେଶ କ୍ରମେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଚିଠି ମାଧ୍ୟମ ରେ ଅବଗତ କରାଯାଇଥିଲା ବୋଲି ସୂଚନା ଦେଇଥିଲେ l ବ୍ଲକ ର ଉନ୍ନୟନ ପାଇଁ ସମିତି ବୈଠକ ର ଜରୁରୀ ଥିବା ବେଳେ ବୈଠକ ବାତିଲ ହେବା ଅତ୍ୟନ୍ତ କ୍ଷୋଭ ର ବିଷୟ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି l

0
0
0
s2sdefault