ହେଡଲାଇନସ୍:

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି : ବଢ଼ିଲା ମହାଙ୍ଗା ଭତ୍ତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଉପହାର ଦେଇଛନ୍ତି। ବଢ଼ାଇଛନ୍ତି ମହାଙ୍ଗା ଭତ୍ତା | ସୂଚନାନୁସାରେ, କ୍ୟାବିନେଟ ବୈଠକରେ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହାଙ୍ଗା ଭତ୍ତା (ଡିଏ) କୁ 4% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶେଷ ଥର ପାଇଁ ସରକାର ମାର୍ଚ୍ଚରେ ମହାଙ୍ଗା ଭତ୍ତା ବୃଦ୍ଧି କରିଥିଲେ, ଏହା ଜାନୁୟାରୀ 1, 2022 ରୁ କାର୍ଯ୍ୟକାରୀ ହୋଇଥିଲା। ମାର୍ଚ୍ଚରେ ସରକାର ଡିଏକୁ 3% ବୃଦ୍ଧି କରିଥିଲେ ଅର୍ଥାତ୍ ଏହାକୁ 31% ରୁ 34% କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ 4% ବୃଦ୍ଧି ପରେ ଏହା 38% ହୋଇଯିବ | ସରକାରଙ୍କ ମାହାଙ୍ଗା ଭତ୍ତା ବୃଦ୍ଧି କରି ଦେଶର 50 ଲକ୍ଷ କର୍ମଚାରୀ ଏବଂ 65 ଲକ୍ଷ ପେନସନଭୋଗୀ ଉପକୃତ ହେବେ।

0
0
0
s2sdefault