ହେଡଲାଇନସ୍:

ଟ୍ରେଣ୍ଡ୍‌ସ ପକ୍ଷରୁ ଦୁର୍ଗାପୂଜା ଅବସରରେ ଆକର୍ଷଣୀୟ “ଖୁସିର ପର୍ବ” ଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ୩୪୯୯ ଟଙ୍କାର ସପିଙ୍ଗ୍ କରି ୧୯୯ ଟଙ୍କାରେ ପାଆନ୍ତୁ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍‌

  • - ୧.୨ ଲକ୍ଷ ଟଙ୍କାର ପୁରସ୍କାର ଜିତିବା ସୁଯୋଗ

 ଭୁବନେଶ୍ୱର: ଦୁର୍ଗାପୂଜା ସମୟରେ ଗ୍ରାହକମାନଙ୍କୁ ଖୁସି ଓ ଉଲ୍ଲାସ ପ୍ରଦାନ କରିବା ଲାଗି ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍ ସ୍ପେସିଆଲିଟି ଶୃଙ୍ଖଳା ରିଲାଏନ୍ସ ରିଟେଲ୍‌ର ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ “ଖୁସିର ପର୍ବ’ ବିଷୟରେ ଘୋଷଣା କରାଯାଇଛି ।

 ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ଓ ଗ୍ରାହକଙ୍କୁ ସପିଙ୍ଗ୍ ଉପରେ ଉନ୍ନତ ଅନୁଭୂତି ଦେବା ଲାଗି ସ୍ୱତନ୍ତ୍ର ଅଫର ଅଧିନରେ ଗ୍ରାହକମାନେ ୩୪୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସପିଙ୍ଗ କଲେ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ଓ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ପାଇପାରିବେ । ଏସ୍‌ବିଆଇ ଡେବିଟ୍ କାର୍ଡ ବ୍ୟବହାରକାରୀମାନେ ସର୍ବନିମ୍ନ ୩,୯୯୯ ଟଙ୍କାର ସପିଙ୍ଗ କରି ୫% ରିହାତି ପାଇପାରିବେ ଏବଂ ଏଥିରେ ସର୍ବାଧିକ ୫୦୦ ଟଙ୍କାର ରିହାତି ମିଳିବ । ଏହି ଏସବିଆଇ କାର୍ଡ ସହିତ ଅଫର ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୈଧ ରହିବ ।

 ଏହି ସ୍ୱତନ୍ତ୍ର ଅଭିଯାନରେ ଟ୍ରେଣ୍ଡ୍‌ସ ପକ୍ଷରୁ ଗ୍ରାହକମାନଙ୍କୁ ନିଜର ପୂଜା ଲୁକ୍ ସେଲ୍‌ଫି କିମ୍ବା ପୂଜା ଉତ୍ସବ ପାଳନର ଭିଡିତ୍ତ୍ୱତ୍ତ୍ୱଓ / ରିଲ୍‌ସ ପଠାଇବାକୁ ଆହ୍ୱାନ କରାଯାଇଛି । ଏଥିରେ ଅଂଶଗ୍ରହଣ କରିବା ପାଇଁ ଗ୍ରାହକମାନେ ୯୮୫୩୦୩୫୧୦୪ ହ୍ୱାଟସ୍‌ଆପ୍ ନମ୍ବର ଜରିଆରେ କିମ୍ବା www.trendskhusiraparba.com ରେ ନିଜର ପୂଜା ଲୁକ୍ ସେଲ୍‌ଫି କିମ୍ବା ପୂଜା ଉତ୍ସବ ପାଳନର ଭିଡିଓ / ସେଲ୍‌ଫି ଅପ୍‌ଲୋଡ୍ କରିପାରିବେ । ଗ୍ରାହକମାନେ ପୂଜା ଲୁକ୍ ସେଲ୍‌ଫି ଓ ଭିଡିଓ / ରିଲ୍‌ସକୁ ନିଜ ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ଆକାଉଂଟ୍‌ରେ ହାସ୍‌ଟ୍ୟାଗ୍ #trendskhusiraparba ଲେଖି ପୋଷ୍ଟ କରିପାରିବେ ।

 ଟ୍ରେଣ୍ଡ୍‌ସ ଭାରତରେ ବାସ୍ତବରେ ଫେସନକୁ ସବୁ ଲୋକଙ୍କ ପାଖରେ ପହଂଚାଇ ମେଟ୍ରୋ ଠାରୁ ଆରମ୍ଭ କରି ମିନି ମେଟ୍ରୋ, ଟାୟାର୧ ଓ ୨ ସହର ଓ ତା’ଠାରୁ ଆଗକୁ ବଢ଼ି ଭାରତର ଗ୍ରାହକମାନଙ୍କ ପଖରେ ପହଂଚିଛି ଓ ନିଜକୁୁ ଭାରତର ପସନ୍ଦର ସପିଙ୍ଗ ସ୍ଥଳରେ ପରିଣତ କରିଛି ।

ଟ୍ରେଣ୍ଡ୍‌ସ ଷ୍ଟୋର ଦେଖିବାକୁ ବେଶ ଆଧୁନିକ ଓ ଆକର୍ଷଣୀୟ ଓ ଗୁଣାତ୍ମକ ମାନର ଫେସନ ସାମଗ୍ରୀ ସେଥିରେ ରହିଛି ଯାହା ବିଭିନ୍ନ ଅଂଚଳର ଗ୍ରାହକମାନଙ୍କ ଲାଗି ବେଶ ପ୍ରାସଙ୍ଗିକ ଓ ତାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଭାଲ୍ୟୁ ଫର ମନି ଭାବେ ବିଚାର କରାଯାଉଛି । ଗ୍ରାହକମାନେ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଟ୍ରେଣ୍ଡି ଓମେନ୍‌ସ ଓୟାର, ମେନ୍‌ସ ଓୟାର, କିଡ୍‌ସ ଓୟାର ଓ ଫେସନ୍ ଆକ୍‌ସୋସୋରିଜ୍ ଆଦି ଆକର୍ଷଣୀୟ ମୂଲ୍ୟରେ ପାଇପାରିବେ ।

0
0
0
s2sdefault