(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ କେରାଣ୍ଡି କେନାଲ ର ଶାଖା କେନାଲ ଭାଙ୍ଗିଯିବାରୁ ପାଣି ସବୁ ଚାଷଜମିକୁ ନଯାଇ ରାସ୍ତା ରେ ମାଡ଼ୁଛି ପାଣି । ଫଳରେ ଚାଷୀ ହଇରାଣ ହେବା ସହ ରାସ୍ତାରେ ପାଣି ଜମିରହିବାରୁ ଯିବା ଆସିବା ସମସ୍ୟା ସୃଷ୍ଟି ହେଉଛି । ଆଜିକୁ ୨୫ଦିନ ହେଲାଣି କେରାଣ୍ଡି କେନାଲର ଶାଖା କେନାଲ ବଡବାହାଲ ଗ୍ରାମର ହରିଜନପଡା ନିକଟରେ ଥିବା ଅଉଟଲେଟ ଟି ଭାଙ୍ଗିଯାଇଛି ଫଳରେ ପାଣି ସବୁ କେନାଲରେ ନଯାଇ ମାଟିବନ୍ଧ ଭାଙ୍ଗି ବାହାରକୁ ପଳାଉଛି । ରାସ୍ତାରେ ପାଣି ବୋହି ରସ୍ତା ମଧ୍ୟ ନଷ୍ଟ ହେଲାଣି । ଯିବା ଆସିବା ସମସ୍ୟା ହେଉଛି। ଚାଷଜମି ତଳମୁଣ୍ଡକୁ ଯାଇନପାରି ଧାନଫସଲ ଉପରେ ପ୍ରଭାବ ପଡିଲାଣି। ସମସ୍ତଙ୍କୁ ଏ ସମ୍ପର୍କରେ ଅଭିଯୋଗ ଦିଆଯାଇଛି କିନ୍ତୁ କେହି ଶୁଣୁନାହାଁନ୍ତି ବୋଲି ଗାଁ ଲୋକେ କହୁଛନ୍ତି ।
ରାଜ୍ୟ
ବଡବାହାଲ ଗ୍ରାମରେ ଭାଙ୍ଗିଲା କେନାଲ ,ଚାଷୀ ହଇରାଣ
- Hits: 1118