ହେଡଲାଇନସ୍:

ବାସନ୍ତୀ ସାମଲଙ୍କ ପୁସ୍ତକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ବିଜୁ ପଟ୍ଟନାୟକ କ୍ଲବ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ବନ୍ଧନ ମଣ୍ଡପ ପରିସରରେ ଓଡ଼ିଆ ଭାଷା ସୁରକ୍ଷାରେ ସାହିତ୍ୟିକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ପରିବେଶବିତ୍ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱ ଏବଂ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିନୋଦ ସାମଲଙ୍କ ସଂଯୋଜନାରେ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡ଼ିଆ ଭାଷା ସୁରକ୍ଷାରେ ସାହିତ୍ୟିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସୁ ସାହିତ୍ୟିକା ଶ୍ରୀମତୀ ବାସନ୍ତୀ ସାମଲଙ୍କ ରଚିତ ପୁସ୍ତକ ମହାକାଳ, ଦାର୍ଢ୍ୟତାଭକ୍ତି, ଜୟନ୍ତୀ ଓ ମାଧବ ସୁଲୋଚନାର ଶୁଭ ଉନ୍ମୋଚନ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଉତ୍କଳ ସାହିତ୍ୟ ସମାଜ ର ଡ଼ଃ.ଗୋବିନ୍ଦ ଚନ୍ଦ୍ର ଦାସ, ସାହିତ୍ୟିକା ତଥା ସୁଲଗ୍ନା ସମ୍ପାଦିକା ଡ଼.ଗାୟତ୍ରୀ ଦେବୀ, ଉତ୍କଳ ଗ୍ରାମ୍ୟ ସ୍ୱରାଜ୍ୟ ପ୍ରତିଷ୍ଠାତା ସଭାପତି କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଓଡ଼ିଶା ରାଜ୍ୟ ରାଜଭାଷା ବିକାଶ ପରିଷଦ ଅଧ୍ୟକ୍ଷ ଡ଼.ନାରାୟଣ ମୁଦୁଲି, ସମ୍ପାନିତା ବକ୍ତା ଭାବେ ଅଧ୍ୟାପକ ପରିକ୍ଷିତ ନାୟକ, ପ୍ରମୁଖ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରି ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସାହିତି୍ୟକ ମାନଙ୍କ ତ୍ୟାଗ ନିହାନ୍ତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି ଙ୍କ ସମେତ ବହୁ ସାହିତି୍ୟକା ସାହିତ୍ୟକ, ବରିଷ୍ଠ ନେତୃବୃନ୍ଦ, ସରପଂଚ , ସମିତିସଭ୍ୟ ମାନେ ଯୋଗଦାନ କରିଥିଲେ |

0
0
0
s2sdefault