ହେଡଲାଇନସ୍:

ଭୁବନେଶ୍ୱର ହମସଫର ଏବଂ ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ ପାଇଁ ଟର୍ମିନାଲ ଷ୍ଟେସନ ପଏଣ୍ଟରେ ପରିବର୍ତ୍ତନ:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

● ଭୁବନେଶ୍ୱର-କୃଷ୍ଣରାଜପୁରମ୍ ହମସଫର ଏକ୍ସପ୍ରେସ ବେଙ୍ଗାଲୁରୁର SMVT ପର୍ଯ୍ୟନ୍ତ ଚଳାଚଳ କରିବ |

● ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ SMVT ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ବେଙ୍ଗାଲୁରୁ ଅଞ୍ଚଳ ମଧ୍ୟରେ ବେଙ୍ଗାଲୁରୁ ଇଷ୍ଟ ଏବଂ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନ ଠାରେ ରହଣି କରିବ ନାହିଁ |


ଭୁବନେଶ୍ୱର : ଅସୁବିଧାଜନକ ଟ୍ରେନ ଚଳାଚଳକୁ ଏଡାଇ ସୁଗମ ପରିଚାଳନା ପାଇଁ ବେଙ୍ଗାଲୁରୁ ଅଞ୍ଚଳରେ ପୂର୍ବତଟ ରେଳପଥ ମଧ୍ୟରୁ/ମଧ୍ୟଦେଇ ଯାଉଥିବା ଦୁଇଟି ଟ୍ରେନର ଟର୍ମିନାଲ୍ ପଏଣ୍ଟ ଷ୍ଟେସନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି |

ଭୁବନେଶ୍ୱର-କୃଷ୍ଣରାଜପୁରମ୍ ହମସଫର ଏକ୍ସପ୍ରେସ |

ଅକ୍ଟୋବର ମାସ 5 ତାରିଖ ଠାରୁ ଭୁବନେଶ୍ୱର ଠାରୁ କୃଷ୍ଣରାଜପୁରମ ଯାତ୍ରା କରିବାକୁ ଥିବା ଏବଂ ଅକ୍ଟୋବର ମାସ 6 ତାରିଖ ଠାରୁ ଭୁବନେଶ୍ୱର ଆସିବାକୁଥିବା 22833/22834 ଭୁବନେଶ୍ୱର-କୃଷ୍ଣରାଜପୁରମ୍-ଭୁବନେଶ୍ୱର ହମସଫର ଏକ୍ସପ୍ରେସ ସାର୍ ଏମ୍ ଭିସେଶ୍ବରାୟ ଟର୍ମିନାଲ୍ (ଏସଏମଭିଟି) ବେଙ୍ଗାଲୁରୁ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚଳାଚଳ କରିବ | କୃଷ୍ଣରାଜପୁରମ୍ ଷ୍ଟେସନରେ ପହଞ୍ଚିବା ପରେ ଏହି ଟ୍ରେନ ଏସଏମଭିଟି କୁ ଯାତ୍ରା କରିବ ଓ ସେଠାରେ ଅପରାହ୍ନ 12 ଘ. 30 ମି. ରେ ପହଞ୍ଚିବ | ଫେରିବା ଦିଗରେ ଏହି ଟ୍ରେନ୍ ଏସଏମଭିଟିରୁ ପ୍ରତି ଗୁରୁବାର ଦିନ ଅପରାହ୍ନ 4ଘ. 35ମି.ରେ ଛାଡି କୃଷ୍ଣରାଜପୁରମରେ ଅଟକି ପରେ ଭୁବନେଶ୍ୱରକୁ ଯାତ୍ରା କରିବ |

ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର ଏକ୍ସପ୍ରେସ |

22501/22502 ନ୍ୟୁ ତିନ୍ସୁକିଆ-ବାଙ୍ଗାଲୋର-ନ୍ୟୁ ତିନ୍ସୁକିଆ ଏକ୍ସପ୍ରେସକୁ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଅଛି | ଅକ୍ଟୋବର ମାସ 4 ତାରିଖ ଠାରୁ ପ୍ରତ୍ୟକ ମଙ୍ଗଳବାର ଦିନ ଏହି ଟ୍ରେନ କେଏସଆର ବେଙ୍ଗାଲୁରୁ ପରିବର୍ତ୍ତେ ଏସଏମଭିଟି, ବେଙ୍ଗାଲୁରୁ ଠାରୁ ଭୋର 3 ଘ. 10ମି.ରେ ଛାଡି ନ୍ୟୁ ତିନ୍ସୁକିଆ ଅଭିମୁଖେ ଯାତ୍ରା କରିବ | ଫେରିବା ମାର୍ଗରେ ନ୍ୟୁ ତିନ୍ସୁକିଆରୁ ଏହି ଟ୍ରେନ୍ ଅକ୍ଟୋବର ମାସ 07 ତାରିଖ ଠାରୁ କେଏସଆର ବେଙ୍ଗାଲୁରୁ ବଦଳରେ ଏସଏମଭିଟି, ବେଙ୍ଗାଲୁରୁ ପର୍ଯ୍ୟନ୍ତ ଯାତ୍ରା କରିବ | ଉଭୟ ଦିଗରୁ ଏହି ଟ୍ରେନ୍ ବେଙ୍ଗାଲୁରୁ ଇଷ୍ଟ ଏବଂ ବେଙ୍ଗାଲୁରୁ କ୍ୟାଣ୍ଟ ଷ୍ଟେସନ ଠାରେ ରହଣି କରିବ ନାହିଁ |।

0
0
0
s2sdefault