ଭୁବନେଶ୍ୱର/ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସଚିବ ଶ୍ରୀମତୀ ସୌଦାମିନୀ ସିଂ, ଖୋର୍ଦ୍ଧା ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାକଙ୍କ ନିର୍ଦ୍ଦେଶକ୍ରମେ ଆଜି ଖୋର୍ଦ୍ଧା ସବଜେଲ ଓ ବାଣପୁର ସବଜେଲ ପରିଦର୍ଶନ କରି ଜେଲ ଅନ୍ତେବାସୀମାନଙ୍କର ବିଭିନ୍ନ ଅଭାବ ଅସୁବିଧା, ସେମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ,ଚିକିତ୍ସା ଓ ପରିମଳବ୍ୟବସ୍ଥା ଆଦି ସଂପର୍କରେ ଅନୁଧ୍ୟାନ କରିବା ସହ ସେମାନଙ୍କୁ ଆଇନରେ ଥିବା ବିଧି ବ୍ୟବସ୍ଥାର ଉପଯୋଗ ସମ୍ପର୍କରେ ଅବଗତ କରାଇଥିଲେ l ସେମାନେ କିଭଳି ଆଇନ ସେବା, ସାହାଯ୍ୟ ଓ ପରାମର୍ଶ ପାଇବାରୁ ବଞ୍ଚିତ ନ ହେବେ ଏବଂ ସେମାନଙ୍କର ଦଣ୍ଡ ବ୍ୟବସ୍ଥା ଓ ଅପିଲ ପାଇଁ ଉପର କୋର୍ଟରେ ଆବେଦନ କରିବାର କିପରି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ବୁଝାଇଥିଲେ l ସ୍ଥାନୀୟ ଜେଲ ଅଧିକ୍ଷକଙ୍କ ସହଯୋଗରେ ଉଭୟ ସବ୍ ଜେଲ୍ ରେ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇ ବିଚରାଧୀନ ବନ୍ଦୀ ଓ ସଜ୍ଜା ଭୋଗୁଥିବା ବନ୍ଦୀମାନଙ୍କୁ ମାଗଣା ଆଇନ ସେବାର ସୁବିଧା ନେବା ସମ୍ପର୍କରେ ସୂଚନା ଦେବା ସହ ଜେଲ ଲୋକ ଅଦାଲତର ସାହାଯ୍ୟ ନେବାକୁ ପରାମର୍ଶ ଦେଇଥିଲେ l ଆବଶ୍ୟକ ସ୍ଥଳେ ପ୍ୟାନେଲ୍ ଆଇନଜୀବୀ, ଗ୍ରାମୀଣ ଆଇନ ସହାୟତା କର୍ମୀ,କାରାଗାର ଆଇନ ସହାୟତା କର୍ମୀମାନଙ୍କର ସାହାଯ୍ୟ ନେଇ ନିର୍ଦ୍ଧାରିତ ଆବେଦନ ଫର୍ମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଖୋର୍ଦ୍ଧାଙ୍କ ଦ୍ୱାରସ୍ତ ହୋଇପାରିବେ ବୋଲି ସୂଚନା ଦେଇଥିଲେ l
ରାଜ୍ୟ
ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜେଲ ଆଇନ ସଚେତନତା ଶିବିର
- Hits: 264