ହେଡଲାଇନସ୍:

ଭାରତୀୟ ସ୍ୱଚ୍ଛତା ଲିଗ୍‌ରେ ଦେଶର ଲକ୍ଷାଧିକ ଯୁବକଙ୍କ ଯୋଗଦାନରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଭାରତରେ ଏପର୍ଯ୍ୟନ୍ତ କ୍ରିକେଟ, ଫୁଟବଲ, ହକି ଏବଂ କବାଡି ଭଳି ଖେଳର ଲିଗ୍ ଆୟୋଜିତ ହେବା ଦେଖିଥିବେ, କିନ୍ତୁ ଦେଶର ୧୮୫୦ରୁ ଉର୍ଦ୍ଧ ସହରରେ ଏକ ସ୍ୱତନ୍ତ୍ର ଲିଗ୍‌ର ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ ଖେଳ ନୁହେଁ ବରଂ ଆବର୍ଜନା ମୁକ୍ତ ସହର ।
ଦେଶର ସବୁଠାରୁ ବଡ଼ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଜନ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଭାରତୀୟ ସ୍ୱଚ୍ଛତା ଲିଗ୍‌ରେ ଯୁବମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଏହି ଉତ୍ସାହର କଳନା ଏହି କଥାରୁ କରାଯାଇପାରିବ କି ଦେଶର ୧୮୫୦ରୁ ଉର୍ଦ୍ଧ୍ୱ ଛୋଟବଡ଼ ସହରର ୫ଲକ୍ଷରୁ ଅଧିକ ୟୁଥ୍‌ମାନେ ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ ।
କ୍ରିକେଟର୍ କୁଳଦୀପ ସେନ୍‌, ରିୱା ଟିମ୍ ପକ୍ଷରୁ ଭାରତୀୟ ସ୍ୱଚ୍ଛତା ଲିଗ୍‌ରେ ଯୋଗ ଦେଇଥିଲେ । ଅଭିନେତା ଜିତେନ୍ଦ୍ର ଏବଂ ରାହୁଲ ଦେଓ, ଅଭିନେତ୍ରୀ ମୁଗ୍ଧା ଗୋଡସେଙ୍କ ସମେତ ଟ୍ରାପ୍ ସୁଟର୍ ଆର୍ ପୃଥ୍ୱିରାଜ ଟୋଣ୍ଡାଇମାନ ମଧ୍ୟ ନିଜ ସହରର ଟିମ୍‌ର ସମର୍ଥନ କରିବାକୁ ଯାଇ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ସହରର ଯୁବ ଟିମ୍‌ମାନଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଚାଲିଥିବା ଏହି ଅନନ୍ୟ ପ୍ରତିଯୋଗିତାରେ ୟୁଥ୍ ରାଲି, ସାଇକେଲ ରାଲି, ସମୁଦ୍ର ତଟର ସଫେଇ, ଯୋଗ ଅଧିବେଶନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପର ଆୟୋଜନ କରାଯାଇଥିଲା । ଚଣ୍ଡିଗଡ଼ ଚ୍ୟାଲେଞ୍ଜରସ୍ ଟିମ୍‌ର ୨୦୦୦ରୁ ଅଧିକ ସଦସ୍ୟ ଏକାଠି ହୋଇ ଲୋକଙ୍କୁ ସ୍ୱଚ୍ଛତା ପାଇଁ ପ୍ରୋତ୍ସାହିତ କରିଛନ୍ତି । ଆବର୍ଜନା ମୁକ୍ତ ସହରର ବାର୍ତା ଦେଇ ଚଣ୍ଡିଗଡ,ଦିଲ୍ଲୀ, ଅହମଦାବାଦ, ଉତରାଖଣ୍ଡ, ଡେହେରାଡୁନ୍‌, ଋଷିକେଶ, ଝାନ୍ସି, ଆସାମ, ଓଡିଶା, ଆଇଜୋଲ, ପହଲଗାମ ଆଦିର ଜନସାଧାରଣଙ୍କୁ ଏକଜୁଟ୍ କରାଯାଇଥିଲା ।
ପୁରୀ ସେଭର୍ସ, ଆଇଜୋଲ କ୍ଲିନ୍ ଏଭେଂଜର୍ସ, ଗଜବ ଗାଜିୟାବାଦ, ସ୍ୱଚ୍ଛତା ୱାରିୟରସ୍‌, ସ୍ୱଚ୍ଛ ବିଶାଖା ୱାରିୟରସ୍‌, ବେମିସାଲ ଭୋପାଲ, ସ୍ୱଚ୍ଛତା ୱାରିୟରସ୍ ଝାନ୍ସି ଆଦି ଦଳ ନିଜ ସହରର ପ୍ରତିନିଧିତ୍ୱ କରିବାକୁ ଯାଇ ଆବର୍ଜନା ମୁକ୍ତ ସହର ନିମନ୍ତେ ଆହ୍ୱାନ କରାଯାଇଥିଲା । ଆସାମରୁ ଗୋରେଶ୍ୱର ଏମ୍‌ବି ଟିମ୍ ଏବଂ ଓଡିଶାର ଧର୍ମଗଡ ଏନ୍‌ଏସି ଟିମ୍ ୟୁଥ୍ ର‌୍ୟାଲିରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।
ଯୁବ ନେତୃତ୍ୱରେ ଚାଲିଥିବା ଏହି ପ୍ରତିଯୋଗିତାର ବିଜେତା ଟିମ୍‌ମାନଙ୍କ ଚୟନ ଏକ ସ୍ୱତନ୍ତ୍ର ପ୍ରକ୍ରିୟା ଦ୍ୱାରା କରାଯିବ, ଯେଉଁଥିରେ ଉଚ୍ଚସ୍ତରୀୟ ଜୂରି ସଦସ୍ୟମାନେ ଯୋଗ ଦେବେ । ବିଜେତାଙ୍କ ମୂଲ୍ୟାଙ୍କନ ସେମାନଙ୍କ ସ୍କେଲ୍‌, ବିଶେଷ୍ଟତା ଏବଂ ସ୍ୱଚ୍ଛତାର ଆଧାରରେ କରାଯିବ । ଆଶା କରାଯାଉଛି କି ସ୍ୱଚ୍ଛ ଭାରତ ମିଶନ୍ ସହରୀ ୨.୦ର ଏକ ବର୍ଷ ପୂର୍ତି ଉପଲକ୍ଷେ ୧ଅକ୍ଟୋବର୍ ୨୦୨୨ରେ ନୂଆଦିଲ୍ଲୀଠାରେ ଏକ ପୁରସ୍କାର ସମାରୋହ ଆୟୋଜିତ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମିଶନ୍ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସ୍ୱଚ୍ଛତା ଅଭିଯାନର ପ୍ରଭାବ କାର୍ଯ୍ୟରେ ଯୁବ ଅଂଶଗ୍ରହଣକୁ ତ୍ୱରାନ୍ୱିତ କରିବ ।

0
0
0
s2sdefault