ନିଶ୍ଚିନ୍ତକୋଇଲି-କଟକ ଜିଲ୍ଲାର ସର୍ବ ବୃହତ ନିଶ୍ଚିନ୍ତକୋଇଲି ଆଦର୍ଶ ମଡେଲ ହାଟ ର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଶ୍ଚିନ୍ତକୋଇଲି ଗ୍ରାମ ପଂଚାୟତ ଅଧିନରେ ରହିଛି । କିନ୍ତୁ ଗ୍ରାମପଂଚାୟତର କ ର୍ବ୍ୟରେ ଚରମ ଅବହେଳା ସର୍ବୋପରି ରକ୍ଷଣାବେକ୍ଷଣ ଅଭାବରୁ ମଡେ଼ଲ ହାଟ ପରିବେଶ ଦିନକୁ ଦିନ ନର୍କ କୁଣ୍ଡରେ ପରିଣତ ହେଉଥିବାର ଚାଷୀ ଓ ବ୍ୟବସାୟୀ ମହଲରେ ଅଭିଯୋଗ ହୋଇଛି । ମାହାଙ୍ଗା ବିଧାୟକ ତଥା ପୂର୍ବତନ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବଳିଷ୍ଠ ଉଦ୍ୟମରେ ନିଶ୍ଚିନ୍ତକୋଇଲି ହାଟକୁ ସର୍ବାଙ୍ଗ ସୁନ୍ଦର ଓ ଆଦର୍ଶ ମଡେଲ ହାଟରେ ପରିଣତ କରାଯିବା ନିମନ୍ତେ ଏକ କୋଟି ରୁ ଉଦ୍ଧ୍ୱର୍ ଟଙ୍କା ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥରେ ଚାଷୀ, ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ପାଇଁ ହାଟରେ ଥିବା ସମସ୍ତ ଚାଳିକୁ ଭଙ୍ଗାଯାଇ ନୂତନ ଭାବେ ପକ୍କାପିଣ୍ଡି , ଟାଇଲଯୁକ୍ତ ଗାଲିଚା, ଶୌଚାଳୟ, ବିଶ୍ରାମଗାର, ଉଜ୍ଜଳ ଆଲୋକୀକରଣ ଓ ପାନୀୟ ଜଳର ସୁ ବନେ୍ଦାବସ୍ତ ଆଦି ଉନ୍ନତିମୂଳକ କାର୍ଯ୍ୟ କରାଯାଇଥିଲା । କିନ୍ତୁ ଗତ ଗୁରୁବାର ଦିନ ଅପରାହ୍ନ ପର୍ଯ୍ୟନ୍ତ ହାଟ ପରିବେଶ ମଧ୍ୟରେ ବିଭିନ୍ନ ଅଳିଆ ଆବର୍ଜନା ପଡ଼ିରହିଥିଲା । ଯାହାକୁ ନେଇ ସ୍ଥାନୀୟ ଜନସାଧାରରଣ ଏବଂ ଚାଷୀମାନେ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବିଡ଼ିଓ ଘଟଣାସ୍ଥଳକୁ ଆସି ହାଟ ପରିବେଶକୁ ତଦାରଖ କରିବା ସହ ହାଟ ପରିବେଶ ପ୍ରଦୃଷିତ ହେବା ଦେଖି ଭୀଷଣ କ୍ଷୋଭ ପ୍ରକାଶ କରିଥିଲେ । ନିଶ୍ଚିନ୍ତକୋଇଲି ଗ୍ରାମପ ।ୟତର ରକ୍ଷଣାବେକ୍ଷଣ ଅଭାବରୁ ଏହି ପରିବେଶ ଏପରି ହୋଇଛି ବୋଲି ବିଡ଼ିଓ ଙ୍କ ନିକଟରେ ଚାଷୀମାନେ ଅଭିଯୋଗ କରିଥିଲେ । ତେବେ ଗ୍ରାମପ ।ୟତର ଦାୟିତ୍ୱରେ ଚରମ ଅବହେଳା ହେତୁ ହାଟର ପରିବେଶ ର ସୁରକ୍ଷା ଓ ସଫେଇ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ହାଟର ଅଳିଆ ଆବର୍ଜନା ଦୀର୍ଘ ଦିନ ପର୍ଯ୍ୟନ୍ତ ପଡି ରହିବା କାରଣରୁ ଦୁର୍ଗନ୍ଧ ହେଉଛି । ଫଳରେ ପରିବେଶ ନଷ୍ଟ ହେଉଛି । ବ୍ୟବସାୟୀ ଓ ଚାଷୀମାନେ ଏହି ସ୍ଥାନରେ ବସି ବ୍ୟବସାୟ କରିବା କାଠିକର ପାଠ ହୋଇଛି । ତେବେ ଏହି ପଚାସଢା ସ୍ଥାନରେ ଜଳଖିଆ ଓ ଖାଇବା ଦୋକାନ ଥିବା କାରଣରୁ ଆଗାମୀ ଦିନରେ ସଂକ୍ରାମକ ରୋଗ ବ୍ୟାପିକାର ଆଶଙ୍କା ରହିଛି । ପ ।ୟତ ତରଫରୁ ଚାଷୀ ଓ ବ୍ୟବସାୟୀଙ୍କ ଉପରେ ଜୁଲମ କରାଯାଇ ଚଢା ଆକାରରେ ବଟି ଆଦାୟ କରାଯାଉଥିଲା ବେଳେ ଚାଷୀଙ୍କ ଓ ବ୍ୟବସାୟୀଙ୍କ ସମସ୍ୟା ପ୍ରତି ଗୁୁରୁତ୍ୱ ପ୍ରଦାନ କରାଯାଉନଥିବାର ଅଭିଯୋଗ ହୋଇଛି । ପ୍ରଶାସନ ତରଫରୁ ତୁରନ୍ତ ଏହାର ପ୍ରତିକାର କରାଯିବା ନିମନ୍ତେ ଚାଷୀ ଓ ବ୍ୟବସାୟୀ ମହଲରେ ଦାବି ହୋଇଛି । ଏପରିକି ବିଡ଼ିଓ ଶ୍ରୀ ଦେଓ ଏହି ହାଟର ତଦାରଖ କରିବା ସହ ହାଟ ରେ ଏକ ଆର୍ବଜନା କୁଣ୍ଡ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏପରିକି ବିଡ଼ିଓ ଶ୍ରୀ ଦେଓ ହାଟର ରକ୍ଷଣାବେକ୍ଷଣ ର ଦାୟିତ୍ୱରେ ଥିବା ପ ।ୟତ ଅଧିକାରୀଙ୍କ ସହ ଆଲୋଚନା କରି ହାଟର ପରିବେଶକୁ ସୁସ୍ଥ ରଖିବାକୁ ଜିପିଓଙ୍କୁ କଡ୍ଡା ନିଦେ୍ର୍ଧଶ ଦେଇଥିଲେ ।
ରାଜ୍ୟ
ହାଟର ସ୍ଥିତି ତଦାରଖ କଲେ ବିଡ଼ିଓ;ରକ୍ଷଣାରକ୍ଷଣ ଅଭାବରୁ ମଡେଲ ହାଟ ନର୍କ କୁଣ୍ଡରେ ପରିଣତ;କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ
- Hits: 216