ନିଶ୍ଚିନ୍ତକୋଇଲି: ଆଜିର ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ହେଉ ନାଁ କାହିଁକି ସେଥିରେ ଯୋଜନାବଦ୍ଧ ଭାବେ ନିଜର ହୀନ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରକାର ଅପପ୍ରଚାର କରି ବାଧା ସୃଷ୍ଟି କରିବାକୁ ଚକ୍ରାନ୍ତ କରିଥାନ୍ତି । ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ନେମାଳ ପ ।ୟତରେ । ଏହି ପ ।ୟତ ଅ ଳ ତଥା କଟକ ଅ ଳରେ କ୍ରୀଡ଼ା ଓ କ୍ରୀଡ଼ାପ୍ରେମୀଙ୍କ ସୁବିଧା ପାଇଁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ନେମାଳ ଠାରେ ଗୋଖରା ମିନି ଷ୍ଟାଡ଼ିୟମ୍ କରିବା ପାଇଁ ଶୁଭ ଶିଳାନ୍ୟାସ ଦେଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ କ୍ରୀଡ଼ା ବିଭାଗ ତରଫରୁ ମଞ୍ଜୁର କରାଯାଇଥିବା ଦଶ ଲକ୍ଷ ବ୍ୟୟରେ ମିନି ଷ୍ଟାଡ଼ିୟମ କାର୍ଯ୍ୟ ଆରମ୍ଭ ହୋଇଯାଇଅଛି । ଏପରିକି ଆଉ ଯାହା କିଛି କାର୍ଯ୍ୟ ଅଛି ତାହାକୁ ଖୁବ୍ ଶୀଘ୍ର ବର୍ଷା ଋତୁ ଶେଷ ହେବା କ୍ଷଣି କରାଯିବ ବୋଲି ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଏହି ଷ୍ଟାଡ଼ିୟମ୍ ର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ କେତେକ ହୀନ ସ୍ୱାର୍ଥ ସମ୍ପନ୍ନ ବ୍ୟକ୍ତି ଚକ୍ରାନ୍ତ କରିଛନ୍ତି । ଏହାର କଡ୍ଡା ଜବାବ ରଖିଛନ୍ତି ଛାତ୍ର ବିଜେଡ଼ି କଟକ ଜିଲ୍ଲା ଉପସଭାପତି ଇଜାଜ୍ ଖାନ୍ , ସମାଜସେବୀ ତଥା କ୍ରୀଡ଼ା ପ୍ରେମୀ ବିଭୂତିଭୂଷଣ ଦ୍ୱିବେଦୀ, ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରୀ ସଭାପତି ବଳଦେବାନନ୍ଦ ଦାସ ଙ୍କ ସମେତ ସ୍ଥାନୀୟ ଅ ଳବାସୀ । ଏହାର କଡ୍ଡା ଜବାବ ରଖି ପ୍ରକାଶ କରିଛନ୍ତି କି , ଯେଉଁମାନେ ସ୍ଥାନୀୟ ଅ ଳର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଅପପ୍ରଚାର କରୁଛନ୍ତି ତାହା କେବେ ବି ସଫଳ ହେବ ନାହିଁ , ବିଧାୟକ ଶ୍ରୀ ବେହେରା ଲୋକମାନଙ୍କ ସୁଖ ଦୁଃଖର ସାଥୀ ହୋଇ ସମଗ୍ର ଅ ଳର ବିକାଶ କରିଆସିଛନ୍ତି ଏବଂ ଆଗକୁ ମଧ୍ୟ କରିଆସୁଥିବେ । ଆଉ ଏହି ମିନି ଷ୍ଟାଡ଼ିୟମ ଏହି ଅ ଳ ସମେତ ସମଗ୍ର କଟକ ଜିଲ୍ଲା ପାଇଁ ବିଧାୟକ ଶ୍ରୀ ବେହେରାଙ୍କର ଐତିହାସିକ ପଦକ୍ଷେପ । ଏହା ସମସ୍ତ କ୍ରୀଡ଼ା ପ୍ରେମୀଙ୍କ ପାଇଁ ଗର୍ବ ଓ ଗୌରବ । କିନ୍ତୁ କିଛି ହୀନ ସ୍ୱାର୍ଥମୂଳକ ବ୍ୟକ୍ତି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରି ପଛରୁ ଗୋଡ଼ ଟାଣିବାକୁ ଚେଷ୍ଟା କରୁଛନ୍ତି ତାହା କେବେବି ସଫଳ ହେବନାହିଁ ବୋଲି କଡ୍ଡା ଜବାବ ରଖିଛନ୍ତି କ୍ରୀଡ଼ା ପ୍ରେମୀ । ଏପରିକି ପ ।ତର ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କର ଏପରି ଅପପ୍ରଚାରକୁ ସ୍ଥାନୀୟ ଅ ଳର ବହୁ ବୁଦ୍ଧିଜୀବୀ ମଧ୍ୟ ନାପସନ୍ଦ କରିଛନ୍ତି ।
ରାଜ୍ୟ
ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ପ୍ରୟାସ ; ଅପପ୍ରଚାରକୁ ବୁଦ୍ଧିଜୀବୀ ମହଲରେ ଦୃଢ ନିନ୍ଦା
- Hits: 265