ହେଡଲାଇନସ୍:

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛାର ସୂଅ : ଶୁଭକାମନା ଜଣାଇଲେ ମୋଦି,ମମତା, ଧର୍ମେନ୍ଦ୍ର, ନାଇଡୁ, ରାଜେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ୭୨ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଲାଗିଥିଲା ତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଭିଡ । ଶୁଭକାମନା ଜଣାଇବା ପାଇଁ ବିଧାୟକ, ସାଂସଦ, ମନ୍ତ୍ରୀ, ରାଜନେତା, ସମାଜସେବୀ, ଛାତ୍ର ଛାତ୍ରୀ ତଥା ସମାଜର ବିଭିତ୍ତ ବର୍ଗର ଲୋକଙ୍କ ଭିଡ । ମାନଙ୍କ ସମେତ ସାଧାରଣ ଲୋକ ମାନେ ନବୀନ ନିବାସ ପହଂଚିଥିଲେ । ଏହି ଶୁଭେଚ୍ଛାର ଉତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଓଡିଶାର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆରମ୍ଭ କରିଥିବା ଉଦ୍ୟମକୁ ଅବ୍ୟାହତ ରବେ ।

 ନବୀନଙ୍କ ୭୨ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଅଭିନନ୍ଦନ ଜଣାଇଛନ୍ତି  । ମୋଦି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ନବୀନଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭକାମନା ଲେବା ସହ ତାଙ୍କର ଭଲ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି  । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  । ଅନ୍ୟପକ୍ଷରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଡ. ରମଣ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଓଡିଆରେ ଲେ ଶୁଭକାମନା ଜଣାଇଛନ୍ତି  । ସେ ଲେଛନ୍ତି ଯେ ମୁଁ ଆପଣଙ୍କ ଦୀର୍ଘ ଜୀବନ ଓ ଭଲ ସ୍ୱାସ୍ଥ୍ୟର କାମନା କରୁଛି  ।  ଏହା ବ୍ୟତୀତ ମମତା ବାନାର୍ଜୀ , ବସୁନ୍ଧରା ରାଜେ , ଏନ.ଚନ୍ଦ୍ରବାବୁ ନାଇଡୁ , ମନୋଜ ସିହ୍ନା , ରାମ ବିଳାସ ପାଶ୍ୱାନ ପ୍ରମୁଖ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ  ।  ।

ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବିଭିତ୍ତ ନେତା ମାନେ କହିଛନ୍ତି ଯେ ନବୀନ ବାବୁ ହେଉଛନ୍ତି ଓଡିଶାର ସମ୍ପତିା ସେ ଓଡିଶାବାସୀଙ୍କ ଆଶା ଆକାଂକ୍ଷାର ପ୍ରତୀକ ହୋଇଛନ୍ତି । ୨୦୦୦ ମସିହାରେ ଶ୍ରୀ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାସୀନ ହେବା ପରେ ତାଙ୍କ ଆଗରେ ବହୁତ ଆହ୍ୱାନ ଥିଲା । ସେ ସମସ୍ତ ଆହ୍ୱାନକୁ ସଫଳତାର ସହ ମୁକାବିଲା କରିଛନ୍ତି । ରାଜ୍ୟର ବିକାଶ ତାଙ୍କର ମୂଳ ମନ୍ତ୍ର ବୋଲି ସେମାନେ କହିଛନ୍ତି । ଅପର ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସରେ ବିଜେଡି ରାଜ୍ୟ କାଯର୍ୟାଳୟରେ ଦଳ ପକ୍ଷରୁ ରକ୍ତଦାନ ଶିବିର ଜୀବନ ବିନ୍ଦୁ ର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ ।  ସଚିବାଳୟରେ ପ୍ରଶାସନିକ ଅଧିକାରୀ ମାନେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ  ଶୁଭେଚ୍ଛା  ଜଣାଇଥିଲୋ

0
0
0
s2sdefault