ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିବ ପୁରୀ ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପୁରୀଠାରେ ପ୍ରସ୍ତାବିତ ଗ୍ରୀନଫିଲଡ ବିମାନ ବନ୍ଦରର ଜମି ଅଧିଗ୍ରହଣ, ପ୍ରାଚୀର ନିର୍ମାଣ, ଯୋଗାଯୋଗ କରିଡ଼ର ଆଦି କାର୍ଯ୍ୟର ସମୀକ୍ଷା କରାଯାଇଛିା ଏଥିରେ ପ୍ରଥମ ଦଫାରେ ୯୪୦ ଏକର ଜମି ବାଣିଜ୍ୟ ଓ ପରିବହନ ବିଭାଗକୁ ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛିା ଏଥି ସହିତ ଆବଶ୍ୟକ ଥିବା ଘରୋଇ ଜମି ଅଧିଗ୍ରହଣ ନିମନ୍ତେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛିା ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ମାମଲାର ସଂଯୋଜନା ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଧିକୃତ କରିବାକୁ ପରାମର୍ଶ ଦିଆଯାଇଥିଲାା ପ୍ରସ୍ତାବିତ ସ୍ଥାନରେ ଆସନ୍ତା ୨୦ ତାରିଖରେ ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଏବଂ ୪ ମାସ ସମୟ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଜଣାଇଥିଲୋ ଆଗାମୀ ୧୭ ତାରିଖରେ ଏହି କାର୍ଯ୍ୟର ଅଗ୍ରଗତି ସଂପର୍କରେ ପୁନର୍ବାର ସମୀକ୍ଷା ବୈଠକ ଆୟୋଜନ କରାଯିବାକୁ ସ୍ଥିର କରାଯାଇଛିା ଆଜିର ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଆଇଟି ବିଭାଗ ସଚିବ ଶ୍ରୀ ମନୋଜ ମିଶ୍ର, ଇଡ଼କୋ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦର୍ ସିଂହ ପୁନିଆ ଓ ଶିଳ୍ପ ବିଭାଗ ଅତିରିକ୍ତ ସଚିବ ଶ୍ରୀ ଶୁଭେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲୋ