ହେଡଲାଇନସ୍:

ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ଏକ ଦିବସୀୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ. ସୀତାପୁର ପଞ୍ଚାୟତର ସୁନାବାଡ଼ ଗ୍ରାମ ଠାରେ ଆ.କେ.ଏସ୍. ଏସ୍ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ନାବାର୍ଡ , ଭୁବନେଶ୍ବର ସହାୟତାରେ ୧୫ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ରୁ ଉର୍ଦ୍ଧ୍ୱ ଦଳର ନେତ୍ରୀ ମାନଙ୍କୁ ସୁଦୃଢ଼ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜନ କରାଯାଇଥିଲା।
ଉକ୍ତ ଶିବିରରେ ମହିଳା ସଶକ୍ତୀକରଣ , ଦଳ ପରିଚାଳନା , ଦଳର ଦଶସ୍ୱତୀ କାର୍ଯ୍ୟକ୍ରମ , ଖାତାପତ୍ରା ଲେଖିବା , ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ଦଳ ଦ୍ବାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ , ଆ.ର୍.ସେ.ଟି ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡ଼ା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରିପାରିବେ , ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସମ୍ପର୍କରେ ବୁଝାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ଚେୟାରମ୍ୟାନ ଡି. ସାଇଆମା , ପ୍ରତୀକ ପଣ୍ଡା , ଡି.ଡି.ଏମ୍ ନାବାର୍ଡ , ମହେଶ୍ୱର ମଣ୍ଡଳ ,ଏଲ.ଡି.ଏମ୍ ,ଗଜପତି , ପ୍ରଣବ ପଟ୍ଟନାୟକ , ଯୁ. ଜି.ବି ଶାଖା ପରିଚାଳକ ହାଦୁଭଙ୍କି , ଶ୍ରୀକାନ୍ତ ପଟ୍ଟନାୟକ , ବି.ପି.ସି , କାଶୀନଗର ସୁରେଶ ପାଇକ , ଉଦ୍ୟାନ ବିଭାଗ , କେ.ଶ୍ରୀନିବାସ ରାଓ , ଶିକ୍ଷା ପରିଚାଳକ ୟୁନିଅନ୍ ବ୍ୟାଙ୍କ , ରାଣୀପେଣ୍ଠା ଓ ତାଲିମ ଦାତା ବନିତା ପାଇକ ଉପସ୍ଥିତ ଥିଲେ।
ଆ.କେ.ଏସ୍.ଏସ୍ ଅନୁଷ୍ଠାନର ସମ୍ପାଦକ ସ୍ୱାଗତ ଭାଷଣ ଗଣେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଓ.ଏଲ. ଏମ୍ ର ସିଆର ସିଏ ମାନେ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault