ହେଡଲାଇନସ୍:

ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଟି ମଲ୍ଲୀକାପୁର ପଂଚାୟତ ଅଧିନ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କୁ ୨୮ ତମ ଶିକ୍ଷକ ସମ୍ମିଳନୀ ଓ ଗୁରୁ ପ୍ରଣାମ ଉତ୍ସବ ରେ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ କକ୍ଷରେ ରାଜ୍ୟ ସ୍ତରୀୟ ଶିକ୍ଷକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବଡ଼ଚଣା ବିଧାୟକ ଅମର ଶତପଥି, କବି ସୂର୍ଯ୍ୟ ନଗର ବିଧାୟିକା ଲଳିତା ପ୍ରଧାନ ଯୋଗଦେଇ ସାର୍ଟିଫିକେଟ ଅଫ ଏକସିଲେଣ୍ଟ, ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ l ଶ୍ରୀ ସ୍ୱାଇଁ ଜଣେ ଛାତ୍ର ଵସ୍ଚଳ, ନୀତିବାନ, ସଂଗ୍ରାମୀ ତଥା ଆଦର୍ଶ ଶିକ୍ଷକ ଭାବେ ବେଶ ପରିଚିତ ବିଦ୍ୟାଳୟ ର ଉନ୍ନତି କରିବା ତାଙ୍କର ଜୀବନ ବ୍ୟାପି ସାଧନା, ଗ୍ରାମର ଉନ୍ନତି କରିବା ସଙ୍ଗେ ସଙ୍ଗେ ଗରିବ ଲୋକମାନଙ୍କୁ ସମୟ କ୍ରମେ ସାହାଯ୍ୟ ମଧ୍ୟ କରିଥାନ୍ତି l ଅତୀତରେ ଗରିବ ଲୋକମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରି ପ୍ରଶଂସିତ ହୋଇଥିଲେ l ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ୨୦୧୮ ମସିହାରେ ଶ୍ରୀ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ନାଉଗାଁ ତରଫରୁ ତାଙ୍କୁ ଶିକ୍ଷକ ରତ୍ନ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପାଇଁ ଶ୍ରୀ ସ୍ୱାଇଁ ଙ୍କୁ ପ୍ରଶଂସା ର ସୁଅ ଚୁଟିଛି l

0
0
0
s2sdefault