ପାରାଦ୍ୱୀପ- ସ୍ଥାନୀୟ ଅଚଂଳରେ ମହିଳାମାନଙ୍କୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆର୍ସଲରମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସିଏସ୍ଆର କାର୍ଯ୍ୟକ୍ରମ ଅଧିନରେ ପାରାଦ୍ୱୀପର ନୂଆଗଡଠାରେ ଛତୁ ବିହନ ୟୁନିଟ୍ ଉଦ୍ଘାଟିତ କରାଯାଇଛି । ଏହି ଅବସରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀରୁ ପ୍ରାୟ ୩୦୦ରୁ ଉଦ୍ଧ୍ୱର୍ ମହିଳା ଯୋଗ ଦେଇଥିଲେ ।
ଛତୁ ବିହନ ୟୁନିଟ୍କୁ ତଦାରଖ କରିବା ନିମନ୍ତେ ମା ଶାରଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ପ୍ରଦାନ କରାଯାଇଛି । ୟୁନିଟ୍କୁ ଚଳାଇବା ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସମସ୍ତ ପ୍ରକାରର ତାଲିମ ଦିଆଯିବ । ଏଏମ୍/ଏନ୍ଏସ୍ ଇଣ୍ଡିଆ ଛତୁ ଉତ୍ପାଦନ ନିମନ୍ତେ ଲୁମିନାର ମେସିନ, ଅଟୋ କ୍ଲେଭ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଇଛି । ଏହି ୟୁନିଟ୍ ଗୋଟେ ଦିନରେ ୫୦୦ ବୋତଲ ଛତୁ ଉତ୍ପାଦନ କରିବାର କ୍ଷମତା ରଖିଛି, ଯାହା ସ୍ଥାନୀୟ ବଜାରର ଚାହିଦାକୁ ପୂର୍ଣ୍ଣ କରିବାରେ ସକ୍ଷମ ହୋଇପାରିବ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡିଶା ଆସେଟ୍ସର କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ ଜି. ସୁରେଶା କହିଛନ୍ତି, ଆମର ସ୍ଥାନୀୟ ଗୋଷ୍ଠୀର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମେ ବିଭିନ୍ନ ପ୍ରକାରର ବିକାଶମୂଳକ ପଦକ୍ଷେପ ଗ୍ରହଣ କରୁଛୁ । ଆମେ ନିଶ୍ଚିତ ଯେ ଆମର ଏହି ଆଶାକୁ ପୂରଣ କରିବା ପାଇଁ ଏହି ବିହନ ୟୁନିଟ୍ ସାହାଯ୍ୟ କରିବ ।
ଏଏମ୍/ଏନ୍ଏସ୍ ଇଣ୍ଡିଆ ସିଏସ୍ଆର୍ ମୁଖ୍ୟ ଡ଼ ବିକାଶ ୟାଦବେନ୍ଦୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା ନିମନ୍ତେ ଆବଶ୍ୟକ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।
ଓରମାସ୍ର ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ସୁନ୍ଦର ପୀତାଲ ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବାରେ ଏଏମ୍/ଏନ୍ଏସ୍ ଇଣ୍ଡିଆର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଓଡିଶା ମସ୍ରୁମ୍ ଗ୍ରୋୱରସ୍ ଫେଡେରେସନ୍ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ, ସୁଧାଲ କୁମାର ସ୍ୱାଇଁଙ୍କ ସହ ଅନ୍ୟ ଅତିଥିମାନେ ମଧ୍ୟ ଉପସ୍ଥିତ ଥିଲେ ।