ହେଡଲାଇନସ୍:

ଭୋଟର ସଚେତନତା ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆଠାରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ ଭୋଟର ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଭୋଟର ସଚେତନତା ରଖି ଦୁଇଟି ଜଗତସିଂହପୁର ଜିଲ୍ଲାର ୮ ଟି ବ୍ଲକ ଓ ୨ ଗୋଟି ମ୍ୟୁନିସିପାଲିଟି ଅଞ୍ଚଳରେ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇବେ l ପୂର୍ବରୁ ପଞ୍ଜିକୃତ ସମସ୍ତ ଭୋଟରଙ୍କୁ ନିଜର ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବରକୁ ସଂଯୋଗ କରିବା ପାଇଁ ଉତ୍ସାହିତ କରାଇବେ l ୧୮ ବର୍ଷ ଏବଂ ଯୁବକର୍ମଙ୍କ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଭୋଟ ଦେବାର ଅଧିକାର ପ୍ରଦାନ କରିଛନ୍ତି l ଲୋକ ପ୍ରତିନିଧି ଆଇନ୍ ୧୯୫୦ ଧାରା ୨୩ ରେ ସଂଶୋଧନ କରାଯାଇ ପ୍ରଚଳିତ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଭୋଟର ଏବଂ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ ଥିବା ଭୋଟରମାନେ ସେମାନଙ୍କର ଆଧାର ବିବରଣୀ ସ୍ବେଛାକୃତ ଭାବେ ପ୍ରଦାନ କରିବେ l ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀମତୀ ବିନିତା ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ସହକାରୀ ଜିଲ୍ଲାପାଳ କଳ୍ପିତା ଜେନା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ l

0
0
0
s2sdefault