ହେଡଲାଇନସ୍:

କୋରାପୁଟ ଡାକ୍ତରଖାନାରେ ଗଣଦୁର୍ଷ୍କମର ଶୀକାର ହୋଇଥିବା ନାବାଳିକାକୁ ଭେଟିଲେ ପିସିସି ସଭାପତି : ରାତି ଅଧାରେ ଆସି ବୟାନ ବଦଳାଇବାକୁ ଚାପ ପକାଉଛି , ଅପରାଧୀଙ୍କୁ ଘଣ୍ଟା ଘୋଡ଼ାଉଛି ପୋଲିସ :ପ୍ରସାଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱରରୁ ଚକ୍ରଧର ମଝି :  ପ୍ରଦେଶ କଂଗ୍ରେସ କମିଟିର ସଭାପତି  ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଏକ ପ୍ରତିନିଧି ମଣ୍ଡଳୀ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ମୁଷାଗୁଡ଼ା ଗ୍ରାମର ଗଣଦୁଷ୍କର୍ମର ଶିକାର ହୋଇ କୋରାପୁଟ ଜିଲା ସଦର ମହୁକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକାକୁ ଭେଟିଥିଲେ ନାବାଳିକାର ପରିବାର ଲୋକଙ୍କୁ ଭେଟି ଏହି ଲୋହମର୍ଷଣକାରୀ ପାଶବିକ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀ ହରିଚନ୍ଦନ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ନାବାଳିକାର ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚରାଉଚୁରା କରିଥିଲେ । ପୋଲିସର ଭୂମିକା ଉପରେ ସନେ୍ଦହ ପ୍ରକାଶ  କରି ଶ୍ରୀ ହରିଚନ୍ଦନ କହିଲେ ପୋଲିସ୍ ଏପର୍ଯ୍ୟନ୍ତ ଅପରାଧିଙ୍କୁ ଗିରଫ ନକରିପାରିବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ । ପୋଲିସ୍ ରାତ୍ରିର ଅନ୍ତିମ ପ୍ରହରେ ଡାକ୍ତରଖାନା ଆସି ପିଡ଼ିତାଙ୍କୁ ବୟାନ ବଦଳାଇବାପାଇଁ ବାଧ୍ୟ କରିବା ଅପରାଧୀଙ୍କୁ ଘଂଟଘୋଡ଼ାଇବା ପାଇଁ ଚେଷ୍ଟା କରୁଛି ବୋଲି ପ୍ରମାଣିତ ହେଉଛି । ଶ୍ରୀ ହରିଚନ୍ଦନ କହିଥିଲେ ଯେ ପ୍ରତିଦିନ ରାଜ୍ୟରେ ପାଂଚଜଣ ମହିଳା ଗଣଦୁଷ୍କର୍ମର ଶୀକାର ହେଉଥିବାବେଳେ ଚିରାଚରିତ ଭାବେ ଏହି ଘଟଣାରେ ମଧ୍ୟ ପ୍ରଶାସନ ଉଦାସୀନ ରହିଛି । ପିଡ଼ିତାଙ୍କ ପରିବାରକୁ କୌଣସି ସରକାରୀ ସହାୟତା ନ ମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କଂଗ୍ରେସ ଦଳ ଦେଇଥିବା କୋରାପୁଟ ବନ୍ଦ ଡାକରା ଆଜି ସଂପୂର୍ଣ୍ଣ ସଫଳ ହୋଇଛି । କଂଗ୍ରେସ ଦଳ ପିଡ଼ିତାଙ୍କୁ ନ୍ୟାୟ ନ ମଳିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ସହ ବରିଷ୍ଟ  କଂଗ୍ରେସ ନେତା ଶ୍ରୀ ଜୟଦେବ ଜେନା, ଶୁଭେନ୍ଦୁ ମହାନ୍ତି, ସସ୍ମିତା ବେହେରା, ସୌଗତ ମହାନ୍ତି, ଓ ଦୀପକ ସାହୁ ପ୍ରମୁଖ ପ୍ରତିନିଧିମଣ୍ଡଳୀରେ ସାମିଲଥିଲେ ।

0
0
0
s2sdefault