ହେଡଲାଇନସ୍:

କୋଶଳ ରାଜ୍ୟ ଗଠନ ଦାବୀ:ମେଲଛାମୁଣ୍ଡା ଅଂଚଳରେ ବନ୍ଦ ଶାନ୍ତିପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା(ମନୋଜ ଭୋଇ)-କୋଶଲ ରାଜ୍ୟ ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ କୋଶଲ ସେନା ଓ କୋଶଲ ମୁକ୍ତି ମୋର୍ଚ୍ଚାର ମିଳିତ ସହଯୋଗରେ ମେଲଛାମୁଣ୍ଡା ଅଂଚଳରେ କୋଶଲ ରାଜ୍ୟ ଦାବୀକୁ ନେଇ ଡକା ଯାଇଥିବା ୧୨ ଘଂଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଂପୂର୍ଣ୍ଣ ହୋଇଯାଇଛି । କୋଶଲ ସେନାର କର୍ମକର୍ତାଗଣ ବୁଧବାର ୬ଟାରୁ ବାହାରି ଦିପ୍ତିପୁର ଛକ ଉପରେ ଟାୟାର ରଖି ରାଜରାସ୍ତାକୁ ବନ୍ଦ କରିବାରୁ ଉଭୟ ପାର୍ଶରେ ଯାନ ବାହନ ସବୁ ଅଟଳି ରହିଥିଲେ । ଦିନ ୧୦ଟାରେ ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ । ଅଂଚଳର ଜନସାଧାରଣ ବନ୍ଦକୁ ସର୍ମଥନ କରିବା ସହ ସ୍ୱତଃ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । କାଳେ କୌଣସି ସ୍ଥାନରେ ଗଣ୍ଡଗୋଲ ଆଶଙ୍କା ରଖି ମେଲଛାମୁଣ୍ଡା ପୋଲିସ ତରଫରୁ ବ୍ୟପକ ମାତ୍ରାରେ ପେଟ୍ରୋଲିଙ୍ଗ କରାଯାଇଥିଲା ମାତ୍ର ଜନ ସମର୍ଥନ ଯୋଗୁ ବନ୍ଦଟି ଶତ ପ୍ରତିଶତ ସଫଳ ହୋଇଥିଲା ।

0
0
0
s2sdefault