ନୂୂଆଦିଲ୍ଲୀ/ ଭୁବନେଶ୍ୱର,: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚସିଆଇଏଲ୍), ଭାରତରେ ପ୍ରିମିୟମ କାରର ଅଗ୍ରଣୀ ନିର୍ମାତା, ଆଜି ଏହାର ଲୋକପ୍ରିୟ ଫ୍ୟାମିଲି ସେଡାନ୍ ହୋଣ୍ଡା ଆମେଜ୍ ୨୦୧୩ ରେ ଏହାର ପ୍ରଥମ ଶୁଭାରମ୍ଭ ହେବା ଦିନ ଠାରୁ ଏହାର ପୌନପୁନିକ ବିକ୍ରୟ ୫ ଲକ୍ଷ ୟୁନିଟ୍ ବିକ୍ରି କରିଥିବା ଘୋଷଣା କରିଛି । ଏହି କାରଟି ବର୍ତମାନ ଦ୍ୱିତୀୟ ପୀଢ଼ିର ଭର୍ସନରେ ରହିଛି, ଏହା ଭାରତର ଏଂଟ୍ରି ସେଡାନ୍ ବିଭାଗରେ ଏକ ଦୃଢ଼ ସ୍ଥିତି ବଜାୟ ରଖିଛି ଓ ଏହାର ବ୍ୟକ୍ତିଗତ କ୍ରେତାଙ୍କ ମଧ୍ୟରେ ଏକ ପସନ୍ଦର ବ୍ରାଣ୍ଡ ଷ୍ଟାଟସ୍ ଉପଭୋଗ କରୁଛି । ଆମେଜ୍ ହେଉଛି ବର୍ତମାନ ଏଚସିଆଇଏଲ୍ର ସର୍ବାଧିକ ବିକ୍ରି ହେଉଥିବା ମଡେଲ୍ ଯାହାକି କମ୍ପାନୀର ବିକ୍ରୟର ୪୦% ରୁ ଅଧିକ ଅଟେ । ଏହା ଏକ ଭାରତ ଉପଯୋଗୀ ଉତ୍ପାଦ ହୋଇଥିବାରୁ ଭାରତରେ ନିର୍ମିତ ଆମେଜକୁ ରାଜସ୍ଥାନରେ ହୋଣ୍ଡାର ଟାପୁକାରା ପ୍ଲାଂଟରେ ପ୍ରସ୍ତୁତ କରାଯାଇଛି । ଏହାକୁ ଘରୋଇ ବଜାରରେ ବିକ୍ରି କରିବା ସହିତ ବିଦେଶକୁ ମଧ୍ୟ ରପ୍ତାନୀ କରାଯାଉଛି ।
ଏହାକୁ “ୱାନ୍ କ୍ଲାସ୍ ଆବୋଭ୍ ସେଡାନ୍” ଭାବରେ ଡିଜାଇନ୍ କରାଯାଇଛି । ଏଥିରେ ରହିଛି ଆକର୍ଷଣୀୟ ଡିଜାଇନ୍, ଉନ୍ନତ ଓ ସ୍ପେସିୟସ ଇଂଟେରିୟର, ଅତୁଳନୀୟ ଡ୍ରାଇଭିଂ କାର୍ଯ୍ୟଦକ୍ଷତା, ଆଧୁନିକ ବୈଶିଷ୍ଟ୍ୟ ଓ ସୁରକ୍ଷା ଟେକ୍ନୋଲୋଜି, ହୋଣ୍ଡା ଆମେଜ୍ ଏହାର ଯୁବ ଓ ଅଭିଳାଷୀ କ୍ରେତାମାନଙ୍କ ପାଇଁ ଏକ ଦୃଢ଼ ଗ୍ରାହକ ଭିତିଭୂମି ପ୍ରସ୍ତୁତ କରିଛି ।
ଏହି ଅବସରରେ ସୂଚନା ପ୍ରଦାନ କରି ଶ୍ରୀଯୁକ୍ତ ତାକୁୟା ସୁମୁରା, ପ୍ରେସିଡେଂଟ ଓ ସିଇଓ, ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ହୋଣ୍ଡା ଆମେଜ୍ ପାଇଁ ୫ ଲକ୍ଷ ବିକ୍ରିର ମାଇଲଖୁଂଟ ହାସଲ କରିଥିବାରୁ ଏହା ଆମ ପାଇଁ ଏକ ଗୌରବର ବିଷୟ । ଏହି ବ୍ରାଣ୍ଡ ପାଇଁ ଗ୍ରାହକମାନେ ସେମାନଙ୍କର ଭଲ ପାଇବା ପ୍ରଦାନ କରିଥିବାରୁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ଓ ଆମର ପାର୍ଟନରମାନେ ଆମକୁ ନିରନ୍ତର ସହଯୋଗ ପ୍ରଦାନ କରୁଥିବାରୁ ଆମେ ସେମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରୁଛୁ । ହୋଣ୍ଡା ଆମେଜ୍ ହେଉଛି ଭାରତରେ ଆମର ଷ୍ଟ୍ରାଟେଜିକ୍ ଏଂଟ୍ରି ମଡେଲ୍ ଓ ଆମର ବ୍ୟବସାୟର ପ୍ରମୁଖ ପିଲାର । ଛୋଟ ଓ ବଡ଼ ସହରରେ ଏହାର ଲୋକପ୍ରିୟତା ପ୍ରମାଣିତ କରିଛି ଯେ ପ୍ରିମିୟମ ସେଡାନ୍ କେବଳ ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିନଥାଏ ବରଂ ଏହା ସେମାନଙ୍କର ଆଶାକୁ ମଧ୍ୟ ଅତିକ୍ରମ କରିଥାଏ ।’’ ସେ ପୁନଶ୍ଚ କହିଛନ୍ତି ଯେ, “ଆମେ ସର୍ବଦା ଲାଟେଷ୍ଟ ଟେକ୍ନୋଲୋଜି, କ୍ଲାସ୍ ଡିଫାଇନିଂ ଉତ୍ପାଦ ସହିତ ଅତୁଳନୀୟ ଆରାମ, ସୁରକ୍ଷା ଓ ମାନସିକ ଶାନ୍ତି ଦେବାକୁ ଚେଷ୍ଟା କରିଥାଉ । ଆମେଜର ସଫଳତା ମାର୍କେଟ୍ ଓ ଆମର ଗ୍ରାହକମାନଙ୍କ ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତାର ଏକ ପ୍ରତିଫଳନ ଅଟେ ।”
ହୋଣ୍ଡା ଆମେଜ୍ ହେଉଛି ଏକ ସମସାମୟିକ ସେଡାନ୍ ଯେଉଁଥିରେ ରହିଛି ଷ୍ଟ୍ରାଇକିଂ ବୋଲ୍ଡ ଡିଜାଇନ୍, ଆକର୍ଷଣୀୟ ଓ ପର୍ଯ୍ୟାପ୍ତ ସ୍ଥାନ ରହିଥିବା ଇଂଟେରିୟର, ଅତୁଳନୀୟ ଡ୍ରାଇଭିଂ କାର୍ଯ୍ୟଦକ୍ଷତା, ଆଧୁନିକ ବୈଶିଷ୍ଟ୍ୟ ଓ ସୁରକ୍ଷା ଟେକ୍ନୋଲୋଜି । ଏହା ପେଟ୍ରୋଲରେ ଉଭୟ ମାନୁଆଲ୍ ଟ୍ରାନ୍ସମିସନ୍ ଓ ସିଭିଟିରେ ୧.୨ ଏଲ୍ ଆଇ-ଭିଟିଇସି ଇଞ୍ଜିନ ସହିତ ଓ ଡିଜେଲରେ ୧.୫ ଏଲ୍ ଆଇ-ଡିଟିଇସି ଇଞ୍ଜିନ୍ ସହିତ ଉପଲବ୍ଧ ରହିଛି । ହୋଣ୍ଡା ଆମେଜ୍ ହୋଣ୍ଡାର ସର୍ବୋତମ ପାୱାରଟ୍ରେନକୁ ଗ୍ରହଣ କରିଥାଏ ଓ ଏହା କାର୍ଯ୍ୟଦକ୍ଷତାରେ ସନ୍ତୁଳନତା ସହିତ କମ୍ ଇନ୍ଧନ ଖର୍ଚ୍ଚ କରିତାଏ ।
ମାର୍କେଟ୍ ମଧ୍ୟରେ ସର୍ବାଧିକ ଲୋକପ୍ରିୟତା
ହୋଣ୍ଡା ଆମେଜ୍ ବଜାରରେ ଏହାର ଏକ ଦୃଢ଼ ଉପସ୍ଥିତି ଓ ଗ୍ରହଣୀୟତାକୁ ପ୍ରମାଣିତ କରିଛି । ଏହି ମଡେଲରେ ବର୍ତମାନର ସେଲ୍ସନ ଅବଦାନ ଟିୟର ୧ ମାର୍କେଟ୍ ପାଇଁ ୪୦% ଓ ଟିୟର ୨ ଏବଂ ୩ ମାର୍କେଟ୍ ପାଇଁ ସମୁଦାୟ ଭାବରେ ୬୦% ରହିଛି ।
ଯୁବ ଓ ଅଭିଳାଷୀ କ୍ରେତା
ହୋଣ୍ଡା ଆମେଜ୍ ହେଉଛି ହୋଣ୍ଡା ଲାଇନ୍ ଅପ୍ର ଏଂଟ୍ରି ମଡେଲ୍ । ବର୍ତମାନ ଏହାର ପ୍ରାୟ ୪୦% ଗ୍ରାହକ ଆମେଜର ଫାଷ୍ଟ ଟାଇମ୍ କ୍ରେତା ଅଟନ୍ତି । ପ୍ରଥମ କାର ଭାବରେ ଏହା ସେମାନଙ୍କୁ ପ୍ରିମିୟମ ସେଡାନର ଏକ ଅତୁଳନୀୟ ଅନୁଭବ ପ୍ରଦାନ କରିଥାଏ । ଏହା ମଧ୍ୟ ହୋଣ୍ଡାର ଦୀର୍ଘସ୍ଥାୟୀତ୍ୱ, ଗୁଣମାନ, ବିଶ୍ୱସନୀୟତା, କମ୍ ରକ୍ଷଣାବେକ୍ଷଣ ଖର୍ଚ୍ଚ ଓ ୩ ବର୍ଷର ଅନଲିମିଟେଡ୍ କିମି ୱାରେଂଟି ସହିତ ମାନସିକ ଶାନ୍ତି ପ୍ରଦାନ କରିଥାଏ ।
ଅଟୋମେଟିକ୍ସରେ ବୃଦ୍ଧି ହେଉଥିବା ସେୟାର
ଗ୍ରାହକମାନଙ୍କ ମଧ୍ୟରେ ଅଟୋମେଟିକ୍ ଟ୍ରାନ୍ସମିସନ୍ ମଡେଲର ବଢ଼ୁଥିବା ଲୋକପ୍ରିୟତା ସହିତ ଆମେଜର ଅଟୋମୋଟିକ୍ସର ସେୟାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ହେଉଛି । ଏହା ୨୦୧୩ ରେ ପ୍ରାରମ୍ଭିକ ଉତ୍ପାଦନ ସମୟରେ ୯% ଥିବା ବେଳେ ବର୍ତମାନ ଏହା ବୃଦ୍ଧି ହୋଇ ୩୦% ରୁ ଅଧିକ ହୋଇଛି ।
ଫୁଏଲ୍ ମିକ୍ସ ଟ୍ରେଣ୍ଡ
ଗତ କିଛି ବର୍ଷ ମଧ୍ୟରେ ପେଟ୍ରୋଲ୍ ପାଇଁ ଦୃଢ଼ ମାର୍କେଟ୍ ଚାହିଦା କାରଣରୁ ହୋଣ୍ଡା ଆମେଜର ପେଟ୍ରୋଲ୍ ଭାରିଆଂଟ ମଧ୍ୟ ସାରା ଦେଶରେ ସାମଗ୍ରୀକ ଆମେଜ୍ ସେଲ୍ସରେ ସର୍ବାଧିକ ରହିଛି ।